ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ରାଇରଙ୍ଗପୁରରେ ଏକ ଦିବସୀୟ ପ୍ରଧାନ ଶିକ୍ଷକ ଓ ଦିବ୍ଯାଙ୍ଗ ପିଲାଙ୍କ ସଂଚାର -୩ ସଚେତନତା ଶିବିର 

ମୟୂରଭଞ୍ଜ- ୦୫/୦୯/୨୦୨୨ (ମସିହା)  ସମାଜରେ ଦିବ୍ଯାଙ୍ଗମାନେ ଅଲୋଡା ନୁହନ୍ତି ।ଭଗବାନ ସମସ୍ତଙ୍କ ଦେହରେ ଦିଵ୍ଯାତ୍ମା ଭରି ଦେଇଛନ୍ତି ।ସମାଜର ପ୍ରଗତି ରଥରେ ଦିବ୍ଯାଙ୍ଗମାନେ ସାମିଲ ହେବା ପାଇଁ ସରକାର ବହୁ ପ୍ରଚେଷ୍ଟା କରୁଛନ୍ତି । ସେମାନଙ୍କ ପାଖରେ ସରକାରଙ୍କ ଯୋଜନା କିଭଳି ପହଞ୍ଚି ପାରିବ ଓ ସେମାନେ ଲାଭାନ୍ବିତ ହେବେ ସେଥିପାଇଁ ସମସ୍ତେ ଚେଷ୍ଟା କରିବା ଆବଶ୍ୟକ । ସେମାନେ ଯେମିତି ପରିବାରର ଓ ସମାଜର ବୋଝ ହୋଇ ରହିବେ ନାହିଁ ।ସୋମବାର ଦିନ ରାଇରଙ୍ଗପୁର ଗୋଷ୍ଠୀ ସାଧନା କେନ୍ଦ୍ର ପରିସରରେ ଏକ ଦିବସୀୟ ଦିଵ୍ଯାଙ୍ଗ,ଅଭିଭାବକ ଓ ପ୍ରଧାନ ଶିକ୍ଷକଙ୍କ ପାଇଁ ସଂଚାର -୩ ସଚେତନତା ଶିବିର ଆରପିସିଡବ୍ଲ୍ଯ ଏସଏନ ଶ୍ରୀଯୁକ୍ତ ମହେଶ ମହାପାତ୍ରଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଅନୁଷ୍ଠିତ ହୋଇଯାଇଛି ।ଏଥିରେ ମୁଖ୍ୟ ଅତିଥି ଭାବେ ରାଇରଙ୍ଗପୁରର ସହକାରୀ ଗୋଷ୍ଠୀ ଶିକ୍ଷା ଅଧିକାରୀ କାର୍ତ୍ତିକ ଚନ୍ଦ୍ର କାରୁଆ ଯୋଗ ଦେଇ କାର୍ଯ୍ୟକ୍ରମର ଶୁଭ ଉଦ୍ଘାଟନ କରିଥିଲେ । ଏଥିରେ ୨୫ ଟି ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଯୋଗ ଦେବା ସହ ଦିବ୍ଯାଙ୍ଗ ଛାତ୍ର ଛାତ୍ରୀ,ଓ ଅଭିଭାବକମାନେ ଯୋଗ ଦେଇଥିଲେ । ତାଲିମ ପ୍ରାପ୍ତ ଶିକ୍ଷୟତ୍ରୀ ସାଗରୀକା ପଣ୍ଡା ଏବଂ ରୁଦ୍ର ବିହାରୀ ଗିରି କାର୍ଯ୍ୟକ୍ରମରେ ପାଠ୍ୟବସ୍ତୁ ବିଷୟ ଉପରେ ଆଲୋକପାତ କରିଥିଲେ ।ଅକତାର୍ ହୁସେନ ଶିବିର ପରିଚାଳନା କରିଥିଲେ । ଏଥିରେ ଭିନ୍ନକ୍ଷମ ପିଲା କାହିଁକି ହୁଅନ୍ତି, ସେମାନଙ୍କୁ ଅଭିଭାବକମାନେ କିଭଳି ଶିକ୍ଷା, ସ୍ବାସ୍ଥ୍ୟ, ବୌଦ୍ଧିକ,ମାନସିକ ଓ ଶାରିରୀକ ବିକାଶର ଯତ୍ନ ନେବା ଦରକାର ତାହା ତାହା ପ୍ରାଞ୍ଜଳ‌ଭାବରେ ବୁଝାଇ ଦିଆଯାଇଥିଲା । ସରକାରଙ୍କ ବିଭିନ୍ନ ଯୋଜନାର ସୁଫଳ ବିଷୟରେ ଅବଗତ କରାଯାଇଥିଲା ।ଅତିତରେ ଦିବ୍ଯାଙ୍ଗମାନେ କିଭଳି ମାନବରୁ ଅତିମାନବ ତଥା ସମାଜର ବିଭିନ୍ନ ବିଭାଗରେ ଶୀର୍ଷ ସ୍ଥାନରେ ପହଞ୍ଚି ସଫଳତା ହାସଲ କରିଛନ୍ତି ତାହା ପ୍ରେରଣା ସ୍ବରୂପ ଅବଗତ କରାଯାଇଥିଲା । ଯାହାଫଳରେ ଏବେର ଦିବ୍ଯାଙ୍ଗ ପିଲାମାନେ ଅଂଚଳ,ଜିଲ୍ଲା,ରାଜ୍ୟ,ଭାରତ ଓ ଵହିର୍ଭାରତରେ ନିଜର ଏକ ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିପାରିବେ ।ବିଦ୍ୟାଳୟରେ ଦିବ୍ଯାଙ୍ଗ ପିଲାମାନଙ୍କର ଯତ୍ନ ପ୍ରତି ଶିକ୍ଷକ ମାନଙ୍କୁ ସଚେତନ କରାଯାଇଥିଲା ।ଶିକ୍ଷକ,ଅଭିଭାବକ ଓ ପିଲାମାନେ ସଚେତନତା କାର୍ଯ୍ୟକ୍ରମରେ ଯୋଗଦେଇ ବହୁ ଜ୍ଞାନ ଆହୋରଣ କରି ଯତ୍ନଶୀଳ ହେବେ ବୋଲି କହିଥିଲେ ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳଙ୍କ ରିପୋର୍ଟ

Related posts

ସନ୍ତକବି ଭୀମ ଭୋଇ ପରିଷଦ ଦ୍ଵାରା ଯୁବକବି ଦୁର୍ଯୋଧନ ଚଣ୍ଡି ସମ୍ମାନିତ

ୱାର୍ଡ ମେମ୍ବର ନିର୍ବାଚନ କୁ ନେଇ ଗୁଳି ମାଡ଼

Sunil Chandra Nayak

ପାଳିତ ହେଲା ଗୋପବନ୍ଧୁଙ୍କ ଶ୍ରାଦ୍ଧ ଦିବସ

Sunil Chandra Nayak

Leave a Comment

error: Content is protected !!