ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବିନା ସୂଚନା ଫଳକରେ ଉନ୍ନୟନ କାର୍ଯ୍ୟ , ପ୍ରସାଶନିକ ତଦାରଖ ଅଭାବରୁ ନିମ୍ନ ମାନର ଅଭିଯୋଗ 

ରାଇଘର (ମ ନି ସ )୫/୯- ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକର ୨୬ ଗୋଟି ପଞ୍ଚାୟତରେ ଉନ୍ନୟନ କାର୍ଯ୍ୟ ଜାରୀ ରହିଥିବା ବେଳେ ଅଧିକାଂଶ ପଂଚାୟତରେ ନିମ୍ନ ମାନର ସାମଗ୍ରୀ ବ୍ୟବହାର ସହ ସୂଚନା ଫଳକରେ କୈଣସି ତଥ୍ୟ ଦର୍ଶା ଯାଇ ନ ଥିବା ଯୋଗୁଁ ବର୍ତମାନ୍ ଉନ୍ନୟନ କାର୍ଯ୍ୟକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ଅଞ୍ଚଳବାସୀ l ସୀମାନ୍ତ ତଥା ଅପହଞ୍ଚ ଇଲାକା ହୋଇଥିବାରୁ ଜିଲ୍ଲା ସ୍ତରୀୟ ଅଧିକାରୀଙ୍କ ତଦାରଖ ଅଭାବ ସ୍ଥାନୀୟ ଠିକାଦାର ଓ ପ୍ରସାଶନିକ ମଧୁ ଚନ୍ଦ୍ରିକା ଯୋଗୁଁ ଉନ୍ନୟନ କାର୍ଯ୍ୟ ଠପ୍‌ ହୋଇ ପଡିଛି l ରାଇଘର ବ୍ଲକର ସୀମାନ୍ତ କଚରାପାରା ୩ ପଂଚାୟତ କାର୍ଯ୍ୟାଳୟ ପରିସରରେ ଏକ ଗୃହ ନିର୍ମାଣ କରାଯାଉ ଥିବା ବେଳେ ଏହା କେଉଁ କାର୍ଯ୍ୟ ହେଉଛି କେଉଁ ବିଭାଗ ସହ କେତେ ଟଙ୍କା ବ୍ୟୟରେ ଗୃହ ନିର୍ମାଣ ହେଉଛି କେହି ଅବଗତ ନ ଥିବା ବେଳେ ଉକ୍ତ ଗୃହ କାର୍ଯ୍ୟରେ ନିମ୍ନ ମାନର ସାମଗ୍ରୀ ଚିପ୍ସ ବ୍ୟବହାର କରାଯାଉ ଥିବା ଅଭିଯୋଗ ହୋଇଛି l ଏଥି ସହ ଗୃହ ନିର୍ମାଣ ସମୟରେ ବିଭାଗୀୟ ଅଧିକାରୀଙ୍କ ତଦାରଖ ଅଭାବରୁ ଏଭଳି ସମସ୍ୟା ଦେଖା ଦେଇଥିବା ଜଣାପଡିଛି l ଅନ୍ୟପଟେ ଉନ୍ନୟନ କାର୍ଯ୍ୟ ଆରମ୍ଭ ସମୟରେ ସୂଚନା ଫଳକରେ ସମସ୍ତ ବିବରଣୀ ଦର୍ଶାଇବା ନିୟମ ରହିଥିବା ବେଳେ କାର୍ଯ୍ଯ ଶେଷ ହେବାକୁ ବସିଲାଣି କିନ୍ତୁ ସୂଚନା ଫଳକରେ ତଥ୍ୟ ଦିଆ ଯାଇ ନାହିଁ l ଅନ୍ୟପଟେ ଦୁର୍ଗମ ତଥା ଅପହଞ୍ଚ ଇଲାକାର ଲୋକେ ରାଜ୍ୟ ସରକାରଙ୍କ ତରଫରୁ ହେଉଥିବା ଉନ୍ନୟନ କାର୍ଯ୍ୟ ସମ୍ପର୍କରେ ଅବଗତ ହେଉ ନ ଥିବା ବେଳେ ବିଭାଗୀୟ ଅଧିକାରୀ ଏଥି ପ୍ରତି ଗୁରୁତ୍ବ ଦେବା ଆବଶ୍ୟକତା ରହିଛି l କାର୍ଯ୍ୟର ଅଟକଳ ମୁଲ୍ୟ ସହ କେଉଁ ବିଭାଗ ଦ୍ୱାରା କାର୍ଯ୍ୟ ହେଉଛି ଏହା ସମସ୍ତଙ୍କର ଜାଣିବା ଅଧିକାର ରହିଥିବା ବେଳେ କାର୍ଯ୍ୟ ଶେଷ ପରେ ଦର୍ଶା ଯାଉଛି l ବ୍ଲକ୍ ପ୍ରଶାସନ ଓ ଜିଲ୍ଲା ପ୍ରଶାସନ ଏଥି ପ୍ରତି ସ୍ବତନ୍ତ୍ର ଦୃଷ୍ଟି ଦେଇ ଦୁର୍ଗମ ଅଂଚଳରେ ଜାରୀ ରହିଥିବା ଉନ୍ନୟନ କାର୍ଯ୍ୟର ସ୍ବତନ୍ତ୍ର ତଦାରଖ ହେବା ସହ ସମସ୍ତ ଉନ୍ନୟନ କାର୍ଯ୍ୟ ସ୍ଥଳରେ ସୂଚନା ଫଳକରେ ତଥ୍ୟ ଦର୍ଶାଇବାକୁ ଦାବୀ ହୋଇଛି l ଉକ୍ତ ଗୃହ ନିର୍ମାଣ କାର୍ଯ୍ୟର ସ୍ବତନ୍ତ୍ର ଭାବେ ତଦନ୍ତ ହେଉ ବୋଲି ଦାବୀ ହୋଇଛି l ଅନ୍ୟପଟେ କଚରାପାରା ୩ ପଂଚାୟତ ଏକ ଛତିଶଗଡ ସୀମାନ୍ତ ଅଂଚଳ ହୋଇଥିବା ଯୋଗୁଁ କାର୍ଯ୍ୟ ସ୍ଥଳରେ ବିଭାଗୀୟ ଅଧିକାରୀଙ୍କ ଦେଖା ମିଳୁ ନାହିଁ l ନିମ୍ନ ମାନର ଚିପ୍ସ ସହ ନିମ୍ନ ମାନର ସାମଗ୍ରୀ ରେ ଉକ୍ତ କାର୍ଯ୍ୟ ହେଉଛି l ଘଟଣା ସମ୍ପର୍କରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଦେବେନ୍ଦ୍ର ପ୍ରସାଦ ବଳଙ୍କୁ ପଚାରିବାରୁ ଘଟଣା ସ୍ଥଳରେ ଯାଇ ତଦାରଖ କରିବି ବୋଲି ପ୍ରକାଶ କରିଛନ୍ତି l ଅପରପକ୍ଷରେ ରାଇଘର ବ୍ଲକରେ ଲଗାତାର ଭାବେ ବିଭିନ୍ନ ଉନ୍ନୟନ କାର୍ଯ୍ୟ ସ୍ଥଳରେ ସୂଚନା ଫଳକ ନ ଦର୍ଶାଇ କାର୍ଯ୍ୟ କରିବା ସହ ଉନ୍ନୟନ କାର୍ଯ୍ୟ ସ୍ଥଳରେ ବିଭାଗୀୟ ଅଧିକାରୀଙ୍କ ଅନୁପସ୍ଥିତି କୁ ନେଇ କାର୍ଯ୍ୟର ସ୍ଥାୟୀତ୍ବ କୁ ନେଇ ପ୍ରଶ୍ନ ଉଠିଛି l

ରାଇଘର ରୁ କିରଣ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ 

 

Related posts

ବ୍ରହ୍ମାକୁମାରୀ ଗୀତା ପାଠ ଶାଳାରେ ପବିତ୍ର ରାକ୍ଷୀ ବନ୍ଧନ ପାଳିତ

Sunil Chandra Nayak

ଜୁନାଗଡ ରେଲୱେ ଷ୍ଟେସନରେ ମକା ପରିବହନରେ ବ୍ୟାପକ ହେରାଫେରି,  ରେଲୱେ ଫୋର୍ସ ଙ୍କ ଧମକ ଅଭିଯୋଗ 

Sunil Chandra Nayak

ମାଁ ବନ୍ଦଗୋସିନ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ

Sunil Chandra Nayak

Leave a Comment

error: Content is protected !!