ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଭାରତୀୟ ଜୀବନ ବୀମା ନିଗମ ଅଭିକର୍ତ୍ତା ସଂଘର ଧାରଣା

ରାଉରକେଲା/, ରାଉରକେଲା ଶାଖା ଦ୍ୱାରା, ସର୍ବ ଭାରତୀୟ ମିଳିତ କ୍ରିୟାନୁଷ୍ଠାନ କମିଟି ଆହ୍ୱାନ ରେ ସଂଘ ତରଫରୁ ସେପ୍ଟେମ୍ବର୧ ତାରିଖ ଠାରୁ ନଭେମ୍ବର ୩୦ ତାରିଖ ପର୍ଯ୍ୟନ୍ତ ଧାରଣା କାର୍ଯ୍ୟକ୍ରମ ଚାଲୁ ରହିଛି। ବିମାଧାରୀ ଓ ଏଜେଣ୍ଟ ମାନଙ୍କର ବିଭିନ୍ନ ପ୍ରକାରର ସମସ୍ୟା କୁ ଜୀବନ ବୀମା ନିଗମ କର୍ତ୍ତୃପକ୍ଷ ଙ୍କୁ ବାରମ୍ବାର ଉପସ୍ଥାପନ କରିବା ସତ୍ବେ କର୍ତ୍ତୃପକ୍ଷ କର୍ଣ୍ଣପାତ ନ କରିବାରୁ, ସଙ୍ଘ ଧାରଣା ପାଇଁ ନିଷ୍ପତ୍ତି ନେଇଛନ୍ତି। ବିମାଧାରୀ ଙ୍କ ପଲିସି ଉପରେ ବୋନସ ହାର ବୃଦ୍ଧି, ପଲିସି ଉପରେ ରୂଣ ସୁଧହାର ହ୍ରାସ, ପଲିସି ଉପରେ ଜିଏସଟି ଉଛେଦ, ଏକ କାଳୀନ କେୱାଇସି ବ୍ୟବସ୍ଥା ଏବଂ ଦେଶ ବ୍ୟାପି କାର୍ଯ୍ୟ କରୁଥିବା ୧୩ ଲକ୍ଷ ଅଭିକର୍ତ୍ତା ଙ୍କ ଗ୍ରାଚୁଇଟି ବୃଦ୍ଧି, ଅଭିକର୍ତ୍ତା ଙ୍କ ପରିବାର ପାଈଁ ସ୍ୱାସ୍ଥ୍ୟ ବୀମା ଯୋଜନା, ପିଲା ମାନଙ୍କ ପାଠ ପଢା ନିମନ୍ତେ ରୂଣ ବ୍ୟବସ୍ଥା ଆଦି ପାଇଁ ସଙ୍ଘ ତରଫରୁ ଦାବି କରାଯାଇଛି । ଉକ୍ତ ଆନ୍ଦୋଳନ ଦେଶ ବ୍ୟାପି ୨୦୪୮ ଶାଖା କାର୍ଯ୍ୟାଳୟ ଓ ଅନ୍ୟାନ୍ୟ ୫ଶତ ଉପଶାଖାମାନଙ୍କ ରେ ଜାରି ରହିଛି। ଭାରତୀୟ ଜୀବନ ବୀମା ନିଗମର, ସେକ୍ଟର -୧୯ ସ୍ଥିତ ରାଉରକେଲା ଶାଖା ପ୍ରାଙ୍ଗଣରେ , ଶାଖା ଅଭିକର୍ତ୍ତା ସଂଘର ସଭାପତି ଶ୍ରୀ ସୁବ୍ରତ କୁମାର ମହାନ୍ତି ଅଧ୍ୟକ୍ଷତା କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ପୂର୍ବ ମଧ୍ୟ କ୍ଷେତ୍ରୀୟ ପରିଷଦ , ପାଟନା ର ଅଭିକର୍ତା ସଙ୍ଘ ର ସମ୍ପାଦକ ଶ୍ରୀ ସରୋଜ କୁମାର ସଂଖୁଆ , ପୂର୍ବତନ ଖେତ୍ରୀୟ ସଭାପତି ଶ୍ରୀ ପ୍ରଫୁଲ୍ଲ କୁମାର ପାଢୀ ଓ ଶତାଧିକ ଏଜେଣ୍ଟ ଯୋଗ ଦେଇ ଉକ୍ତ କାର୍ଯ୍ୟକ୍ରମ କୁ ସାଫଲ୍ୟ ମଣ୍ଡିତ କରିଥିଲେ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ 

Related posts

ନବ କୁମାର ଦାସ ଙ୍କ କବିତା ସ୍ମୃତି ଯଦି କେବେ

Sunil Chandra Nayak

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା_ଅଟୋ କୁ ଧକ୍କା ଦେଲା କୋଇଲା ବୋଝେଇ ଟ୍ରକ : ଘଟଣା ସ୍ଥଳରେ ନାବାଳକ ସମେତ ୫ ମୃତ

Sunil Chandra Nayak

ଅବିନାଶ ମହାପାତ୍ର ଙ୍କ କବିତା ଆହେ ଗଜାନନ

Sunil Chandra Nayak

Leave a Comment

error: Content is protected !!