ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବିଜୟ କୁମାର ଜେନା ଙ୍କ କବିତା ପ୍ରତୀକ୍ଷା

ସକାଳର ଜଣାଣ

   ପ୍ରତୀକ୍ଷା

 ବିଜୟ କୁମାର ଜେନା

ତୁମ ପ୍ରତୀକ୍ଷାକୁ ଅନେଇ ବସିଛି
      କେତେ ବରଷ ଗଲାଣି
ମୋ ଭଙ୍ଗା କୁଟୀର ନିତି ସଜାଡୁଛି
     ଆଖି ଲୁହ ଯେ ମଲାଣି।
ବ୍ରାହ୍ମ ମୁହୂର୍ତ୍ତରେ ନିତ୍ଯ କର୍ମ ସାରି
       ବନ ଉପବନ ବୁଲି
କିସମ କିସମ ଫୁଲ ତୋଳି ଆଣି
     ଚାଙ୍ଗୁଡ଼ିକୁ ସଜ କଲି।
ସବୁ କୁସୁମ ତ ମଉଳି ଯାଉଛି
     ନ ପାଇ ତୁମ ପରଶ
ଭାବୁଛି ବସି ମୁଁ ମୋର ସାଧନାରେ
    କେଉଁଠି ରହିଲା ଦୋଷ?।
ସଂଜତ ଆସୁଛି ନୂଆ ଧରଣର
     ରାତିର ଅମା ଅନ୍ଧାରେ
କାଳେ ଚୁପି ଚୁପି ଆସିବକି ପ୍ରଭୁ
  କିଏ କହେ ମୋ କାନରେ।
ତୁମରି ଦୟାରୁ ଅଭାବ ନାହିଁ ମୋ
   ତୁମେ କେଡେ ଦୟାବନ୍ତ
ତୁମରି ପ୍ରତୀକ୍ଷା ଘଟାଇବ ନିଶ୍ଚେ
        କାମନା ବାସନା ଅନ୍ତ।

 ଅବସର ପ୍ରାପ୍ତ ପ୍ରାଧ୍ୟାପକ

ଶାମୁକା ସାହି ରଣପୁର ନୟାଗଡ଼

Related posts

ଝାଡ଼ା ବାନ୍ତି ଆକ୍ରାନ୍ତ ଗ୍ରାମ କୁ ବିଧାୟକ ଙ୍କ ଗସ୍ତ ଓ ସମସ୍ୟା ସମ୍ପର୍କରେ ଆଲୋଚନା

Sunil Chandra Nayak

ରାଜ୍ୟର ସରକାରୀ ଡିଗ୍ରୀ କଲେଜରେ ନିଯୁକ୍ତି ପାଇବେ ଅତିଥି ଅଧ୍ୟାପକ, ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ କଲେଜ ଅଧ୍ୟକ୍ଷଙ୍କୁ ଚିଠି

Sunil Chandra Nayak

ବଣୁଆ ହାତୀ ଆକ୍ରମଣରେ ମହିଳା ଗୁରୁତର

Sunil Chandra Nayak

Leave a Comment

error: Content is protected !!