ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବିଦ୍ୟୁତ୍‌ ପ୍ରଦ୍ଭା ନାୟକ ଙ୍କ କବିତା ନାଲି ମନ୍ଦାର 

   ନାଲି ମନ୍ଦାର 

କେଉଁ ଫୁଲ ଦେଇ ତୋଷିବି ଜନନୀ
    ସବୁ ତ ତୋ ନାଲି ମନ୍ଦାର
ଏ ମନ ମୋର ତୋ ନାଲି ମନ୍ଦାର ହାର
   ସୁନ୍ଦର ବେଲ ପତର
ଅତି ସୁଶୋଭିତ ଅତି ଆନନ୍ଦିତ
     ବେଢିଛି ତୋର ମନ୍ଦିର
ଯାହାକୁ ପଚାର ସିଏ ତ କହିବ
    ଏଇ ସେ ଘଟଗାଁ ପୁର
ଘଟ ଘଟ କୁ ସୁନ୍ଦର କମ୍ପେ ତିନିପୁର
     ହୁରି ପଡ଼ିଛି ସଂସାର
ମାଆ ମାଆ ବୋଲି ଜଗତ ଡ଼ାକୁଛି
ତୁ ତ କୋଟୀ ବ୍ରହ୍ମାଣ୍ତ କୁ ରକ୍ଷା କର
ଛାର ମଣିଷ ମାତର ନାରୀ ଜନ୍ମ ମୋର
କାହୁଁ ଜାଣିବି ବେଦ୍ଭାର
ଅଖଣ୍ଡ ମଣ୍ଡଳେ ଖୋଜେ ବାରମ୍ଵାର
ମାଆ ନାମ ତୋ କେଡ଼େ ମଧୁର
ଅମୃତ ବୋଳା ତୋ ଦୁଇ ଟି ଅକ୍ଷର
  ଅକ୍ଷୟ ଓଁକାର ସାର
ଜାତି ତୋ ଓଁ କାର ବ୍ରହ୍ମ ତୁ ସାକାର
ର୍ନିଗୁଣ ସେ ନିର୍ବିକାର 
   ହୃଦାର୍ଘ୍ୟ ଆଳତୀ ପୟର
ମଙ୍ଗଳ ଆଳତୀ ମଙ୍ଗଳ ପ୍ରଦ୍ଭାତେ
ଘେନା କର ମାତ ହୃଦ ନଇବେଦ୍ଯ
କ୍ଷମା କର ମାଆ ମୋର

ଜୟ ମା ତାରିଣୀ 

ବିଦ୍ୟୁତ୍‌ ପ୍ରଦ୍ଭା ନାୟକ 

କୁଆଖିଆ, ଯାଜପୁର 

Related posts

ଡ଼. ଏ ପି ଜେ ଅବଦୁଲ କଲାମ ଫାଉଣ୍ଡେସନ ଟ୍ରଷ୍ଟ ପକ୍ଷରୁ ଡ. କଲାମ ଙ୍କ ସପ୍ତମ ବାର୍ଷିକ ତିରୋଧାନ ଦିବସ ପାଳିତ

Sunil Chandra Nayak

ବେଣୁଧର ସୂତାର ଙ୍କ କବିତା ସୁଧାମୟୀ ସନ୍ଧ୍ୟା

Sunil Chandra Nayak

ମାଗଣା ଯୋଜନା ବନ୍ଦ ହୋଇପାରେ ? ରିଜର୍ଭ ବ୍ୟାଙ୍କ ପରେ ଅର୍ଥ ମନ୍ତ୍ରାଳୟ ଉଠାଇଲେ ମାଗଣା ଯୋଜନା ଉପରେ ପ୍ରଶ୍ନ

Sunil Chandra Nayak

Leave a Comment

error: Content is protected !!