ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ପିଞ୍ଛାବଣିଆ ଗୁରୁକୁଳ ଆଶ୍ରମରେ ସମ୍ମାନ ସମାରୋହ ଦିବସ ପାଳିତ

ବାଲେଶ୍ଵର,୦୭/୯/୨୨ – ବାଲେଶ୍ଵର ଓ ମୟୂରଭଞ୍ଜ ଜିଲ୍ଲାର ଅନେକ ଶିକ୍ଷକ ଓ ଶିକ୍ଷୟିତ୍ରୀ ମାନଙ୍କୁ ନେଇ ପିଞ୍ଛାବଣିଆ ବୈଦିକ ଗୁରୁକୁଳ ଆଶ୍ରମ ପରିସରରେ ଆଶ୍ରମର ସଂଚାଳକ ଆଚାର୍ଯ୍ୟ ବିଜୟ ଜୀ ଙ୍କ ସଭାପତିତ୍ବରେ ଗୁରୁ ଦିବସ ଉପଲକ୍ଷେ ଏକ ସମ୍ମାନ ଓ ସମାରୋହ ସଭା ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ଆଶ୍ରମର ବ୍ରହ୍ମଚାରୀ ମାନଙ୍କ ଦ୍ଵାରା ଗୁରୁ ମାନଙ୍କର ପଦଧୌତ କରାଯାଇ ଚନ୍ଦନ ଓ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ପୂଜାର୍ଚ୍ଚନା କରାଯାଇଥିଲା । ଏହାପରେ ଆଶ୍ରମର କର୍ମକର୍ତ୍ତା ମାନଙ୍କ ଦ୍ଵାରା ସମସ୍ତ ଗୁରୁ ମାନଙ୍କୁ ଉପଢ଼ୌକନ ପ୍ରଦାନ କରାଯାଇଥିଲା । ଏଥିରେ ନୀଳମଣି ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ବଂଶୀଧର ଦାସ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ । ସମସ୍ତ ଶିକ୍ଷକଙ୍କ ସମେତ ଅତିଥି ଗଣ ସାମୁହିକ ଦୀପ ପ୍ରଜ୍ଜ୍ୱଳନ ସହିତ ଡ.ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଫୋଟ ଚିତ୍ରରେ ପୁଷ୍ପ ଅର୍ପଣ କରିଥିଲେ । ପଣ୍ଡିତ ସୁରେନ୍ଦ୍ର ସିଂହ ବେଦପାଠ କରିଥିଲେ । ଆଶ୍ରମର ସଂଚାଳକ ଆଚାର୍ଯ୍ୟ ବିଜୟ ଜୀ ସାମ୍ପ୍ରତିକ ସମାଜରେ ଗୁରୁମାନଙ୍କର ଭୂମିକା ଓ ଆଶ୍ରମରେ ଶିକ୍ଷାଗ୍ରହଣ କରୁଥିବା ଛାତ୍ରଛାତ୍ରୀ ମାନଙ୍କ ବିଷୟରେ ସୁନ୍ଦର ବକ୍ତବ୍ୟ ପ୍ରଦାନ କରିଥିଲେ । ବରେଣ୍ୟ ଅତିଥି ପଣ୍ଡିତ ନିରଞ୍ଜନ ପଣ୍ଡା ଶର୍ମା ବାସ୍ତବ ଗୁରୁଙ୍କ ଉପରେ ଆଲୋକପାତ କରିଥିଲେ ।  ବାଲେଶ୍ଵର ଜିଲ୍ଲା ଖଇରା ଠାରେ ଗଢି ଉଠିଥିବା ମୋ ଅନୁଷ୍ଠାନ ସାହିତ୍ୟ ସଂସଦର ଆଇନ ପରାମର୍ଶଦାତା ତଥା ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଶିକ୍ଷକ ସଚ୍ଚିଦାନନ୍ଦ ମହାନ୍ତି ସମ୍ମାନିତ ଅତିଥି ଭାବେ ଯୋଗଦେଇ ଗୁରୁ ପରମ୍ପରାର ମହାନତା ଉପରେ ଆଲୋକପାତ କରିଥିଲେ । ମାନବ ଜୀବନ ପାଇଁ ଗୁରୁ ହିଁ କର୍ଣ୍ଣଧାର ତଥା ଗୁରୁବିନା ମୁକ୍ତି ନାହିଁ ବୋଲି ମୁଖ୍ୟ ବକ୍ତା ଅବସରପ୍ରାପ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଜୟନ୍ତ କୁମାର ପାଣିଗ୍ରାହୀ କହିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ସମୟ ଚକ୍ରର ସମ୍ପାଦକ ସର୍ବେଶ୍ଵର ଜେନା, ସମାଜସେବୀ ଭଗବାନ ମହାପାତ୍ର ଓ ସୁଧାକର ଗିରି ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ । ଏଥିରେ ଶିକ୍ଷା କ୍ଷେତ୍ରରେ ଉତ୍କର୍ଷ ଲାଭ କରିଥିବା ପ୍ରାୟ ୫୦ଜଣ ଶିକ୍ଷକ ଓ ଶିକ୍ଷୟିତ୍ରୀ ମାନଙ୍କୁ ମଞ୍ଚାସୀନ ଅତିଥି ମାନେ ଆଶ୍ରମ ତରଫରୁ ପ୍ରସ୍ତୁତ ହୋଇଥିବା ମାନପତ୍ର ଦେଇ ଆଦର୍ଶ ଗୁରୁ ଗୈାରବ ସମ୍ମାନରେ ସମ୍ମାନିତ କରିଥିଲେ ।ଶେଷରେ ଅନନ୍ତ କୁମାର ସାହୁଙ୍କ ଧନ୍ୟବାଦ ଅର୍ପଣ ପରେ କାର୍ଯ୍ଯକ୍ରମ ଶେଷକ ହୋଇଥିଲା ।।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ସାରସଗୁଡା ଗ୍ରାମରେ ଷୋହଳ ପ୍ରହର ନାମ ଯଜ୍ଞ ଶୁଭାରମ୍ଭ  

Sunil Chandra Nayak

କବିତା – ଘାଆ ଶୁଖିଯାଏ, ଚିହ୍ନ ସ୍ମୃତି ହୁଏ

Sunil Chandra Nayak

କୋଇଲାରୀ ଗ୍ରାମରେ ଉଚ୍ଚ ବିଦ୍ୟାଳୟ ଖୋଲିବା ପାଇଁ ଜିଲା ପ୍ରକଳ୍ପ ସଂଯୋଜକଙ୍କୁ ଦାବିପତ୍ର ପ୍ରଦାନ

Sunil Chandra Nayak

Leave a Comment

error: Content is protected !!