ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କେନାଲ ରେ ଫିଙ୍ଗା ଯାଇଛି ନବମ ଶ୍ରେଣୀ ର ପାଠ୍ୟ ପୁସ୍ତକ

ଚନ୍ଦାହାଣ୍ଡି (7/9 ମ ନି ସ)- ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ କେନାଲ ରେ ହାଇସ୍କୁଲ ର ନବମ ଶ୍ରେଣୀ 15 ବଣ୍ଡଲ ପିଲାଙ୍କ ପଢା ବହି ପିଲାଙ୍କୁ ନ ବାଣ୍ଟି ଚନ୍ଦାହାଣ୍ଡି ଷ୍ଟେଟ ବ୍ୟାଙ୍କ ସମ୍ମୁଖ ସାଲେବିଡି -ମୋହରା କେନାଲ ରେ କେନାଲ ସଫା କରିବା ସମୟ ରେ ମିଳିବା ରୁ ଏଠାରେ ଅଭିଭାବକ ଙ୍କ ମନରେ ତୀବ୍ର ଅସନ୍ତୋଷ ଦେଖା ଦେବା ସହ ଏହି ବହି କୋଉ ହାଇ ସ୍କୁଲ ର ଏହା କୁ କିଏ ଫିଙ୍ଗିଛି ଏହାକୁ ନେଇ ଏଠାରେ ଲୋକଙ୍କ ମନରେ ଏକ ବଡ଼ ପ୍ରଶ୍ନ ବାଚୀ ଦେଖା ଦେଇଛି l ଏ ଦିଗରେ ପ୍ରଶାସନ ତୁରନ୍ତ ଦୃଷ୍ଟି ଦେଇ ପଦ କ୍ଷେପ ନେବା କୁ ଦାବୀ କରାଯାଇଛି l ପ୍ରକାଶ ଥାଉକି ଚନ୍ଦାହାଣ୍ଡି ଷ୍ଟେଟ ବ୍ୟାଙ୍କ ସମ୍ମୁଖ ସାଲେବିଡି ଏବଂ ମୋହରା କେନାଲ ରେ ବୁଧବାର ଦିନ ଜେ ସି ବି ସାହାଯ୍ୟ ରେ କେନାଲ ସଫା କରାଯିବା ସମୟ ରେ 15 ବଣ୍ଡଲ ବହି କେନାଲ ଭିତରେ ବାହାରିବା ଦେଖି କିଛି ଚାଷୀ ସ୍ଥାନୀୟ ଲୋକଙ୍କୁ ଜଣାଇବା ରୁ ସେମାନେ ଚନ୍ଦାହାଣ୍ଡି ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ବିଜୟାନନ୍ଦ ସୋରି ଙ୍କୁ ଯୋଗା ଯୋଗ କରିବା ରୁ ଏହା ହାଇସ୍କୁଲ ର ଆମର ନୁହେଁ ଏବାବଦ ରେ ଜିଲ୍ଲା ଶିକ୍ଷା ଅଧିକାରୀ ବୁଝିବେ ବୋଲି ସେ ପ୍ରକାଶ କରିବାରୁ ଜିଲ୍ଲା ଶିକ୍ଷା ଅଧିକାରୀ ଙ୍କୁ ଯୋଗା ଯୋଗ କରିବା ରୁ ତାଙ୍କ ଫୋନ ବନ୍ଦ ଥିବାରୁ ତାଙ୍କ ପ୍ରତିକ୍ରିୟା ମିଳି ପାରି ନ ଥିଲା ଏବାବଦ ରେ ଜିଲ୍ଲାପାଳ ଏକ ସ୍ୱତନ୍ତ୍ର ଦୃଷ୍ଟି ଦେଇ ପଦକ୍ଷେପ ନେବା କୁ ସାଧାରଣ ରେ ଦାବୀ କରାଯାଇଛି l ସରକାର ସମସ୍ତ ପିଲା ଙ୍କୁ ମାଗଣା ରେ ଶିକ୍ଷା ପ୍ରଦାନ ପାଇଁ ପାଠ୍ୟ ପୁସ୍ତକ ମାଗଣା ରେ ପ୍ରଦାନ ସହ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ, ଡ୍ରେସ୍, ଜୋତା, ପ୍ରଦାନ କରୁଛନ୍ତି l କିନ୍ତୁ କିଛି ସରକାରୀ କର୍ମଚାରୀ ଙ୍କ ଦାୟିତ୍ଵ ହୀନତା ଯୋଗୁଁ ପାଠ୍ୟ ପୁସ୍ତକ ପିଲାଙ୍କୁ ବଣ୍ଟା ନ ଯାଇ କେନାଲ ରେ ଫିଙ୍ଗି ଦିଆଯିବା କୁ ନେଇ ସର୍ବସାଧାରଣ ରେ କ୍ଷୋଭ ପ୍ରକାଶ ପାଇଛି l

ଚନ୍ଦାହାଣ୍ଡି ରୁ ଦିଲୀପ ଦାସ ଙ୍କ ରିପୋର୍ଟ 

Related posts

ବିଳାସିନୀ ପୃଷ୍ଟି ଙ୍କ କବିତା ଦାରିଦ୍ର୍ୟ ଭଞ୍ଜନୀ ମହାଲକ୍ଷ୍ମୀ 

Sunil Chandra Nayak

କର୍ମବୀର ଗୌରୀଶଙ୍କର ରାୟଙ୍କ ଜୟନ୍ତୀ ଓ ପତ୍ରପତ୍ରିକା ଦିବସ ପାଳିତ

Sunil Chandra Nayak

ଗବେଷକ ଡକ୍ଟର ଅଜିତ ବେହେରାଙ୍କୁ ମୁନିଗୁଡ଼ା ସାହିତ୍ୟ ସମ୍ମାନ

Sunil Chandra Nayak

Leave a Comment

error: Content is protected !!