ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଭାରତୀୟ ବୈଶ୍ଯ ମହାସଭା ତରଫରୁ ଅନୁପମା ଏକଘେରାଙ୍କୁ ଓଡିଶା ମହିଳା ଅଧ୍ୟକ୍ଷା ଭାବେ ମନୋନୀତ

ମୟୂରଭଞ୍ଜ -୭/୮/୦୯/୨୨ (ମସିହା)।ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ପୌରାଞ୍ଚଳର ଶ୍ରୀମତୀ ଅନୁପମା ଏକଘେରା ଜଣେ ସମାଜସେବୀ, ପରୋପକାରୀ ଓ କର୍ମଠ ମହିଳା ।ତାଙ୍କରି ସମାଜସେବା ପ୍ରତି ଉତ୍ସର୍ଗୀକୃତ ମନୋଭାବ ଯୋଗୁଁ ଭାରତୀୟ ଵୈଶ୍ଯ ମହାସଭା ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀ ଶଙ୍କର ଗୁପ୍ତା ଓଡ଼ିଶାର ମହିଳା ଅଧ୍ୟକ୍ଷା ଭାବେ ମନୋନୀତ କରିବା ସହ ଗୁରୁ ଦାୟିତ୍ବ ଅର୍ପଣ କରିଛନ୍ତି ।ସେ ରାଜ୍ୟର ଦାୟିତ୍ଵ ସହ ବିଭିନ୍ନ ସଂଗଠନ କରି ବହୁ ଯୋଗ୍ୟ ବ୍ୟକ୍ତିଙ୍କୁ ଦାୟିତ୍ଵ ଅର୍ପଣ କରି ଦାୟିତ୍ଵ ସହ ଏହି ସାମାଜିକ ଅନୁଷ୍ଠାନର ବିଭିନ୍ନ ଯୋଜନାକୁ କ୍ରିୟାଶୀଳ କରିବାରେ ସହଯୋଗ କରିପାରିବେ ।ସଂଗଠନ ଆଗକୁ ବଢ଼ିବାରେ ସାହାଯ୍ୟ କରିବେ । ଏଥିରେ ଶ୍ରୀମତୀ ଅନୁପମା ଏକଘେରା ନିଜର ସମ୍ମତି ପ୍ରକାଶ ସହ ଓଡ଼ିଶାରେ ଵୈଶ୍ଯ ମହାସଭା ସଂଗଠନକୁ କୋଣେ ଅନୁକୋଣେ ସୁଦୃଢ କରିବେ ବୋଲି କହିଥିଲେ । ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀ ଶଙ୍କର ଗୁପ୍ତା ତାଙ୍କୁ ଗୁରୁ ଦାୟିତ୍ବ ଦେଇଥିବାରୁ ସେ କୃତଜ୍ଞତା ଜଣାଇଛନ୍ତି ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ 

Related posts

ଆଖୁଚାଷ ପାଇଁ କୃଷି ସମ୍ମିଳନୀ

ବରିଷ୍ଠ ନେତା ଶରତ ପଟ୍ଟନାୟକପିସିସି ସଭାପତି ନିଯୁକ୍ତ

ଖଡ଼ିଆଳ ଉପଖଣ୍ଡ ସ୍ବାସ୍ଥ୍ୟ ଅଧିକାରୀଙ୍କୁ ଗୁଡ଼ାଇ ଗୁଡ଼ାଇ ଚପଲ ରେ ମାଡ଼ ମାରିବା ଘଟଣାର ଉପଯୁକ୍ତ ନ୍ୟାୟ ଏବଂ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବୀ ରେ ଉପଖଣ୍ଡ ସ୍ବାସ୍ଥ୍ୟ କର୍ମଚାରୀ ଥାନାର ଦ୍ଵାରସ୍ତ

Sunil Chandra Nayak

Leave a Comment

error: Content is protected !!