ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କୁଟେନ ଗ୍ରାମରେ ଅନୁଷ୍ଠିତ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମରେ ଯୋଗଦେଲେ କଳାହାଣ୍ଡି ସାଂସଦ 

ରୁପ୍ରା, ୭/୯ (ମନିସ ) : ନର୍ଲାବ୍ଲକ୍ ମୁସ୍କୁଟି ଗ୍ରାମ ପଞ୍ଚାୟତ ଅଧିନ କୁଟେନ୍ (କାର୍ଜିପଡା) ଗ୍ରାମରେ ଆଜି ଅପରାହ୍ନରେ ଅନୁଷ୍ଠିତ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବରେ କଳାହାଣ୍ଡି ସାଂସଦ ବସନ୍ତ କୁମାର ପଣ୍ଡା ଯୋଗଦାନ କରିଥିବା ବେଳେ ସମ୍ମାନିତ ଅତିଥି ଭାବେ ବିଜେପି ଜିଲ୍ଲା ଉପସଭାପତି ଅନିରୁଦ୍ଧ ପଧାନ, ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ଦିବାକର ବାଗ, ଓବିସି ମୋର୍ଚ୍ଚା ଜିଲ୍ଲା ସଭାପତି ପ୍ରଦୀପ ନାଏକ, ନର୍ଲା ମଣ୍ଡଳ ସଭାପତି ପଦ୍ମଲୋଚନ ଜାଲ୍, ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ପଦ୍ମଲୋଚନ ମିଶ୍ର ଓ ଶ୍ରୀକାନ୍ତ ହୋତା, ହିରୋହିରାଲାଲ୍ ମହଲା, ରୁପ୍ରା ମଣ୍ଡଳ ସଭାପତି କିର୍ତ୍ତୀଚନ୍ଦ୍ର ମାହାର, ରୁପ୍ରା ମଣ୍ଡଳ ପୂର୍ବ ସଭାପତି ଧନୁର୍ଜୟ ବାରିକ, ସଞ୍ଜୁ ସାହୁ, ଗୀତା ପୁଟେଲ, ବନବାସୀ କଲ୍ୟାଣ ଆଶ୍ରମ ନର୍ଲା ସଂଯୋଜକ ରାଜୀବ ପୋଢ ପ୍ରମୁଖ ଯୋଗଦାନ କରିଥିଲେ। କୃଷି ଭିତ୍ତିକ ମହାନ ଗଣପର୍ବ ନୂଆଁଖାଇ ସରିବା ପରେ ବର୍ତ୍ତମାନ ଚାରିଆଡ଼େ ଚାଲିଛି ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ । ଏହି ଅବସରରେ କୁଟେନ୍ ଠାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସାଂସଦ ଶ୍ରୀ ପଣ୍ଡା ଯୋଗଦାନ କରି ସମସ୍ତ ବୟୋଜ୍ୟେଷ୍ଠ ମାନଙ୍କୁ ନୂଆଁଖାଇ ଜୁହାର୍ ଓ ଉପସ୍ଥିତ ଥିବା ସମସ୍ତ କନିଷ୍ଠ ମାନଙ୍କୁ ଶୁଭେଚ୍ଛା ଜଣାଇ ଥିଲେ। ଏଥିସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନୂଆଁଖାଇ ବାର୍ତ୍ତା ଓ ଜୁହାର୍ ଜନସାଧାରଣଙ୍କୁ ଜଣାଇଥିଲେ। ସାଂସଦ ଶ୍ରୀ ପଣ୍ଡା କେନ୍ଦ୍ର ସରକାରଙ୍କ ପକ୍ଷରୁ ଜନସାଧାରଣଙ୍କୁ ଦିଆଯାଉଥିବା ସମସ୍ତ ଜନହିତକର ଯୋଜନା ବାବଦରେ ଅବଗତ କରାଇଥିଲେ ଓ କହିଥିଲେ କେନ୍ଦ୍ରରେ ଥିବା ମୋଦି ସରକାର ହେଉଛି ଗରୀବ ଲୋକଙ୍କ ସରକାର, ଗରିବ ଲୋକଙ୍କ ହିତ ପାଇଁ ହେଉଥିବା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ଉପକାରିତା ସମ୍ପର୍କରେ ଆଲୋଚନା କରିଥିଲେ। ଫଳରେ କୁଟେନ୍ ଗ୍ରାମରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ଶତାଧିକ ଲୋକ ଓ ମହିଳା ଯୋଗଦାନ କରି ଅଞ୍ଚଳର ବିଭିନ୍ନ ସମସ୍ୟା ବାବଦରେ ସାଂସଦଙ୍କ ଦୃଷ୍ଟି ଆକର୍ଷଣ କରି ଦାବୀ ପତ୍ର ପ୍ରଦାନ କରିଥିଲେ।

ରୁପ୍ରା ରୁ ପ୍ରଦୀପ ସେନାପତି ଙ୍କ ରିପୋର୍ଟ 

Related posts

ରାଜସ୍ବ ସ୍କ୍ୱାର୍ଡ ପାର୍ଟି ଦ୍ବାରା ଦୁଇ ବେଆଇନ ବାଲି ବୋଝେଇ ଟ୍ରାକ୍ଟର ଜବତ;୪୦,୪୦୦ ଟଙ୍କା ଜୋରିମାନା ଆଦାୟ

Sunil Chandra Nayak

ଉଛୁଲା ଗାଁର ସୀମାନ ଶବର ବିଦ୍ଯୁତ ଆଘାତ ଘଟଣା ୨୫ ହଜାର ଟଙ୍କା କ୍ଷତିପୂରଣ ଦେବାକୁ ମୂଖ୍ଯ ସଚ୍ଚିବଙ୍କୁ ନିର୍ଦ୍ଦେଶ ଦେଲେ ଜାତୀୟ ମାନବ ଅଧିକାର କମିଶନ

Sunil Chandra Nayak

ଟ୍ରେଞ୍ଚ ନିର୍ମାଣ ନାମରେ ଚଞ୍ଚକତା, ସନ୍ଦେହରେ ଗ୍ରାମ ରୋଜଗାର ସେବକ, ଉଚ୍ଚ ଅଧିକାରୀ ନିରବଦ୍ରଷ୍ଟା ? 

Sunil Chandra Nayak

Leave a Comment

error: Content is protected !!