ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଦଲକିରେ ଅଜଣା ଗାଡ଼ି ଧକ୍କାରେ ଯୁବକ ମୃତ

ମୟୂରଭଞ୍ଜ -୦୭/୦୯/୨୨(ମସିହା)  ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର- ଯଶିପୁର ଜାତୀୟ ରାଜପଥ ୨୨୦ ନମ୍ବର ଦଲକି ସନ୍ନିକଟ ମୁଖ୍ୟ ରାସ୍ତାରେ ସୋମବାର ରାତି ୯.୩୦ଟା ପାଖାପାଖି ସମୟରେ ଅଜଣା ଗାଡ଼ି ଧକ୍କାରେ ଜଣେ ବାଇକ୍ ଚାଳକର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ସୂଚନାଯୋଗ୍ୟ ବାଦାମ ପାହାଡ଼ ଥାନା ଅନ୍ତର୍ଗତ କୁସୁମି ବ୍ଲକର ତଲକପୋଖରୀ ପଞ୍ଚାୟତର ଦିଘିଆବେଡା ଗ୍ରାମର ବିଜୟ ଚାତାର(୨୪) ବାଇକରେ ଘରକୁ ଫେରୁଥିବା ବେଳେ ଅଜଣା ଗାଡ଼ି ଧକ୍କାରେ ଦୁର୍ଘଟଣା ଗ୍ରସ୍ତ ହୋଇ ଗୁରୁତର ହୋଇଥିଲେ । ବାଦାମ ପାହାଡ଼ ପୋଲିସ ଉଦ୍ଧାର କରି ରାଇରଙ୍ଗପୁର ହସ୍ପିଟାଲ ଭର୍ତ୍ତି କରିଥିଲେ । ମଙ୍ଗଳବାର ଦିନ ଏକ ଅପମୃତ୍ୟୁ ମାମଲା କେଶ ନଂ ୯୨/୨୨ ରୁଜୁ କରି ଶବ ବ୍ୟବଚ୍ଛେଦ କରାଇ ପରିବାରବର୍ଗଙ୍କୁ ହସ୍ତାନ୍ତର କରିବା ସହ ତଦନ୍ତ କରୁଛି ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ 

 

Related posts

ଆଜିଠୁ ଆରମ୍ଭ ମହିଳା ବିଜ୍‌ନେସ୍‌ ମେଳା: ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

Sunil Chandra Nayak

ଜିଲ୍ଲା ଖାଉଟି ଅଦାଲତ ରେ ଭାରତୀୟ ଷ୍ଟେଟ ବ୍ୟାଙ୍କ ଧର୍ମଗଡ ଶାଖା ଦଣ୍ଡିତ

Sunil Chandra Nayak

ତୁମୁରା ଠାରୁ ଦାଦନ ଯାଉଥିବା ଶ୍ରମିକ ଙ୍କୁ ଉଦ୍ଧାର କରି ପଠାଇଲେ ଗୋଳାମୁଣ୍ଡା ବ୍ଲକ ଅଧ୍ୟକ୍ଷ

Sunil Chandra Nayak

Leave a Comment

error: Content is protected !!