ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଗାଧୁଆ ଘରୁ ଯୁବତୀଙ୍କ ଝୁଲନ୍ତା ଶବ ପୋଲିସ ଦ୍ବାରା ଉଦ୍ଧାର

ମୟୂରଭଞ୍ଜ -୦୭/୦୯/୨୨(ମସିହା) ଦିନକୁ ଦିନ ଆତ୍ମହତ୍ୟା ସଂଖ୍ୟା ବୃଦ୍ଧି ତମ ପାଉଛି ।ଚାପଗ୍ରସ୍ତ ଲୋକେ ମାନସିକ ଭାରସାମ୍ୟ ହରାଇ ଆତ୍ମହତ୍ୟା ଭଳି ଏକ ଜଘନ୍ୟ ମୃତ୍ୟୁକୁ ଆପଣେଇ ସବୁଦିନ ପାଇଁ ଦୁନିଆଁରୁ ବିଦାୟ ନେଉଛନ୍ତି ।ଏଭଳି ଏକ ଅଭାବନୀୟ ଦୁଃଖଦ ଘଟଣା ରାଇରଙ୍ଗପୁର ପୌରାଞ୍ଚଳ ଅନ୍ତର୍ଗତ ସାକିଲାଡିହି ଗ୍ରାମରେ ଘଟିଯାଇଛି ।ସାକିଲାଡିହି ଗ୍ରାମର ସୁକାନ୍ତି ସିଂ ଙ୍କ ଝିଅ ସୋନାଲି ସିଂ ଆଜି ମଧ୍ୟାହ୍ନରେ ଗାଧୁଆ ଘରେ କବାଟ କିଳି ଶାଢ଼ୀ ଦ୍ବାରା ଆତ୍ମହତ୍ୟା କରିଥିଲେ ।ମା ସୁକାନ୍ତି ଡ୍ଯୁଟିରୁ ଆସି ଦେଖନ୍ତି ଝିଅ ଶୋଇବା ଘରେ ନାହିଁ । ଖୋଜାଖୋଜି ଜାଣିବାକୁ ପାଇଲେ ଝିଅ ଗାଧୁଆ ଘର କବାଟ ଭିତରୁ କିଳି ଦେଇଛି ।ସଙ୍ଗେ ସଂଙ୍ଗେ ଘରପାଖ ଲୋକ ଏବଂ ପୋଲିସକୁ ଖବର ଦେଇଥିଲେ । ରାଇରଙ୍ଗପୁର ଟାଉନ ପୋଲିସ ଘଟଣାସ୍ଥଳରେ ପହଂଚି କବାଟ ଭାଙ୍ଗି ସୋନାଲିକୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରିଥିଲେ ।ପରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ପାଇଁ ରାଇରଙ୍ଗପୁର ହସ୍ପିଟାଲକୁ ପଠାଇଥିଲେ ।ତଦ ସହ ତଦନ୍ତ ଜାରି ରଖିଛନ୍ତି ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ 

Related posts

କଳାହାଣ୍ଡି ଜିଲ୍ଲା ଦୁଇ ଦିନିଆ ଗସ୍ତରେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ ଶ୍ରୀ ଅସିତ୍ ତ୍ରିପାଠୀ

ସହରର ବିଭିନ୍ନ ଅନୁଷ୍ଠାନ ରେ ଗୁରୁଦିବସ ପାଳନ

Sunil Chandra Nayak

ମୃତ ଲୋକଙ୍କ ନାରେ ଉଠା ଯାଉଛି ଟଙ୍କା ଅଧିକାରୀ ଜାଣିନାହାନ୍ତି ? 

Sunil Chandra Nayak

Leave a Comment

error: Content is protected !!