ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା ଜଣାଣ

ଜଣାଣ

 

ମାନଗୋବିନ୍ଦ ସ୍ବାଇଁ

ଗରୁଡ଼ ସ୍ତମ୍ଭରୁ ଦର୍ଶନ କରିଲେ
   ମୋ ଭକ୍ତି ଭାରି ବଢିଆ 
ବାଇଶି ପାହାଚ ମୋ ପାଦ ପଡ଼ିଲେ
    ମୋ ଶକ୍ତି ଆସେ ବଢ଼ିଆ।
ପାଦତ ପଡୁଛି ମନ ବି ପ୍ରଫୁଲ୍ଲ
    ଗମ୍ଭୀରେ ଜଗା ଦର୍ଶନ
ଚକ୍ଷୁର ମିଳନ ପତା ବି ପଡୁନି
   ଠାରି କହେ ଭକ୍ତ ଜନ।
ମନ୍ତ୍ର ଉଚ୍ଚାରଣ କହେ ଭକ୍ତ ଜନ
    ଉଦ୍ଧାର କର ବିପତ୍ତି
ତୁମେ ଥାଉ ଥାଉ ଆଉ ପାଶେ ଯିବି
     ତୁମେ ମୋ ଭକ୍ତି ସଂପତ୍ତି।
ଅଭାବ ପଡ଼ିଲେ ତୁମେ ଅଛ ପ୍ରଭୁ
     ଉଦ୍ଧାର କରତା ହରି
ତୁମକୁ ଛାଡ଼ିଲେ ବଞ୍ଚି ପାରେ ନାହିଁ
    ସବୁ କାଳେ ଅଛ ପୁରୀ।
ତୁମ ବିନା ଗତି ତୁମ ବିନା ମୁକ୍ତି
    କିଏବା ଅଛି ମୋ ହରି
ସକାଳ ପ୍ରହରୁ ଦର୍ଶନ କରିଲେ
   ଶାନ୍ତି ରହେ ଦିନ ଭରି।

ଗୋଜାବନ୍ଧ ମହାକାଳପଡ଼ା

କେନ୍ଦ୍ରାପଡ଼ା

Related posts

ଶରତ ଚନ୍ଦ୍ର ପଣ୍ଡା ଙ୍କ କବିତା ମା

ଚନ୍ଦ୍ରମଣି ନାଟ୍ୟ ସଂଘ ର ସାଧାରଣ ବୈଠକ:୨୦୨୩ ରେ ପାଳନ ହେବ ଶତ ବାର୍ଷିକୀ ଉତ୍ସବ

Sunil Chandra Nayak

କବି ସୌରଭ ବୈଜୟନ୍ତୀ ମାଳା ମହାପାତ୍ର ଙ୍କ କବିତା ନନ୍ଦର ଘରେ ଆନନ୍ଦ ହସନ୍ତି କଳା ଗୋବିନ୍ଦ

Sunil Chandra Nayak

Leave a Comment

error: Content is protected !!