ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କୃଷକଙ୍କ ଅବଦାନ ବିନା କଳାହାଣ୍ଡି ଓ କୃଷି ବିକାଶ ଅସମ୍ଭବ

ଜୁନାଗଡ଼,୮/୯(ମ ନି ସ) କୃଷକଙ୍କ ଅବଦାନ ବିନା କଳାହାଣ୍ଡି ର ସାମୁହିକ ବିକାଶ ଅସମ୍ଭବ ବୋଲି ଏକ ଆଲୋଚନାରେ ବିଶିଷ୍ଟ ବକ୍ତାମାନେ ମତବ୍ୟକ୍ତ କରିଛନ୍ତି।ସ୍ଥାନୀୟ ସଂସ୍କୃତି ଭବନ ଠାରେ କଳାହାଣ୍ଡି ବିକାଶ ପରିଷଦ ଦ୍ୱାରା କଳାହାଣ୍ଡି କୃଷିର ବିକାଶରେ କୃଷକଙ୍କ ଭୂମିକା ଶୀର୍ଷକ ଆଲୋଚନା ଅନୁଷ୍ଠିତ ହୋଇଥିଲା।ଏହି କାର୍ଯ୍ୟକ୍ରମରେ କଳାହାଣ୍ଡି ବିକାଶ ପରିଷଦ ର ଅଧକ୍ଷ୍ୟା ଡ଼.ସୁନୀତି ମୁଣ୍ଡ ଅଧକ୍ଷ୍ୟତା କରି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।ବିଶିଷ୍ଟ ସହିତ୍ୟକ ଓ ଗବେଷକ ଜଗଦୀଶ ପ୍ରଧାନ ଏବଂ ନଟବର ଖୁଣ୍ଟିଆ ଯୋଗଦାନ କରି ଏହା ଉପରେ ଅନେକ ଗୁରୁତ୍ୱ ପୂର୍ଣ ତଥ୍ୟ ପ୍ରଦାନ କରିଥିଲେ।ନିଶ୍ଚିତ ଭାବରେ ଜିଲ୍ଲାରେ କୃଷିର ବିକାଶ ରେ କୃଷକଙ୍କ ଭୂମିକା ସବୁବେଳେ ରହିଛି ହେଲେ, ଏହି ଅଂଚଳର କୃଷକ ସଠିକ ଭାବେ ନିଜର ହକ ପାଇବାରେ ଅସମର୍ଥ ହେଉଛନ୍ତି।ଯାହାଫଳରେ ଏ ଅଞ୍ଚଳର ଅର୍ଥନୀତିକୁ ସୁଦୃଢ କରୁଥିବା କୃଷକ ସବୁବେଳେ ବିଭିନ୍ନ ସମସ୍ୟା ଦେଇ ଗତି କରୁଛନ୍ତି। ଯାହାଫଳରେ ଏହି କ୍ଷେତ୍ରରେ ଅଶାନୁରୂପ ଫଳ ମିଳି ପାରୁନି,।ଅନ୍ୟ ପକ୍ଷରେ ଏହି ଜିଲ୍ଲା କୃଷି ଉତ୍ପାଦନ ରେ ଶୀର୍ଷରେ ଥାଇ ମଧ୍ୟ ଏଠାରେ ପ୍ରସ୍ତାବିତ କୃଷି ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ହୋଇ ପାରିନି, ଯାହାଫଳରେ ଅନେକ ଗବେଷଣାରୁ ବଞ୍ଚିତ ହୋଇ କୃଷି କ୍ଷେତ୍ରରେ ଅଗ୍ରଗତି ହୋଇ ପାରୁନି। ଏଣୁ ଏଥି ନେଇ ସମସ୍ତେ ଯତ୍ନବାନ ହୋଇ ଚେଷ୍ଟିତ ହେବା ଜରୁରୀ ଅଟେ ବୋଲି ମତ ପ୍ରକାଶ ପାଇଥିଲା।ଏ ଅଞ୍ଚଳର ବିଶିଷ୍ଟ ୬ ଜଣ ଚାଷୀ ଦୁଷ୍ମନ୍ତ ପଣ୍ଡା, ବିରଞ୍ଚି ପଣ୍ଡା, ରଶ୍ମି ନାୟକ,ଅଖିଳ ମେହେର, ରଞ୍ଜିତ ପଣ୍ଡା ଓ ଗଙ୍ଗାଧର ବେଶ୍ରା ଚାଷୀ ସମସ୍ୟା ଉପରେ ନିଜନିଜ ମତ ରଖିଥଲେ। କଣ୍ଠଶିଳ୍ପୀ ଲିପ୍ସା ମହାରଣା ପ୍ରାରମ୍ଭିକ ସଙ୍ଗୀତ ପରିବେଷଣ କରିଥିବାବେଳେ ଶିବରାମ ରାଉତ ସହଯୋଗ କରିଥିଲେ।ଶେଷରେ ଅଧକ୍ଷ୍ୟା ଡକ୍ଟର ମୁଣ୍ଡ ଧନ୍ୟବାଦ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ଅଂଚଳର ଅନେକ ଚାଷୀ ଉପସ୍ଥିତ ରହି ଥିଲେ।

ଜୁନାଗଡ଼ ରୁ ନରେନ୍ଦ୍ର ଖିତି ଙ୍କ ରିପୋର୍ଟ 

Related posts

ଶ୍ରୀମତୀ ସ୍ନେହ ମିଶ୍ର  ଙ୍କ କବିତା ଲୀଳାମୟ କୃଷ୍ଣ

Sunil Chandra Nayak

ଲୋକାର୍ପିତ ହେଲା ଦେଶର ପ୍ରଥମ ଆଦିବାସୀ ସଂଗୀତ ଭିତ୍ତିକ ଷ୍ଟ୍ରୀମିଙ୍ଗ ଆପ୍

Sunil Chandra Nayak

ଶ୍ରୀଜୀଉ ଙ୍କ ନବ ଯୌବନ ବେଶ

Sunil Chandra Nayak

Leave a Comment

error: Content is protected !!