ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଶିକ୍ଷକ ଙ୍କ ବଦଳି ବାତିଲ ନେଇଁ ବିଦ୍ୟାଳୟ ରେ ତାଲା ଠୁଙ୍କିଲେ ଗ୍ରାମବାସୀ, ଗଣ ମାଧ୍ୟମ ପ୍ରତିନିଧି ଙ୍କ ହସ୍ତକ୍ଷେପ ପରେ ଖୋଲିଲେ ତାଲା 

ତେନ୍ତୁଳିଖୁଣ୍ଟି :08/9/22 ଶିକ୍ଷକ ଙ୍କ ବଦଳି ବାତିଲ ନେଇ ଗତ ତିନିଦିନ ହେଲା ବିଦ୍ୟାଳୟ ଅଫିସ କାର୍ଯ୍ୟାଳୟ ରେ ତାଲା ଠୁଙ୍କି ଥିଲେ ଗ୍ରାମବାସୀ, ଏଭଳି ଘଟଣା ଦେଖିବାକୁ ମିଳିଛି ତେନ୍ତୁଳିଖୁଣ୍ଟି ସଦର ପଂଚାୟତ ଅନ୍ତର୍ଗତ ସିନ୍ଧିଗୁଡା ପ୍ରାଥମିକ ବିଦ୍ୟାଳୟ ଠାରେ ! ସିନ୍ଧିଗୁଡା ବିଦ୍ୟାଳୟ ରେ ଥୁବା ପ୍ରଧାନ ଶିକ୍ଷକ ଅଭିମନ୍ୟୁ ମହାପାତ୍ର ଙ୍କ ଅନ୍ୟତ୍ର ବଦଳିକୁ ନେଇ ଗ୍ରାମବାସୀ ଅସନ୍ତୋଷ ପ୍ରକାଶ କରିବା ସହ ବଦଳି ବାତିଲ ନେଇ ତାଲା ଠୁଙ୍କିଥିବା ପ୍ରକାଶ କରିଛନ୍ତି ! ଅନ୍ୟପଟେ ଏହି ଖବର ଶୁଣି ଗଣ ମାଧ୍ୟମ ପ୍ରତିନିଧି ଙ୍କ ହସ୍ତକ୍ଷେପ ପରେ ବିଦ୍ୟାଳୟ ତାଲା ଖୋଲିଥୁବା ଜଣାପଡିଛି ! ସୂଚନା ଅନୁଯାୟୀ ତେନ୍ତୁଳିଖୁଣ୍ଟି ସଦର ପଂଚାୟତ ଅନ୍ତର୍ଗତ ସିନ୍ଧିଗୁଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ନିଯୁକ୍ତି ପ୍ରାପ୍ତ ପ୍ରଧାନ ଶିକ୍ଷକ ଅଭିମନ୍ୟୁ ମହାପାତ୍ର ଙ୍କୁ ପତ୍ର ସଂଖ୍ୟା 1527 ଓ ତା 30/8/22 ପ୍ରକାରେ ଟଭାପଦର ଉଚ ପ୍ରଥମିକ ବିଦ୍ୟାଳୟ କୁ ସ୍ଥାନାନ୍ତରିତ କରାଯାଇଛି ! ସେହିପରି ଅଭିମନ୍ୟୁ ମହାପାତ୍ର ଙ୍କ ବଦଳରେ ଟଭାପଦର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଦାମଦୋର ଯାନୀ ଙ୍କୁ ସିନ୍ଧିଗୁଡା ବିଦ୍ୟାଳୟ ରେ ପ୍ରଧାନ ଶିକ୍ଷକ ଭାବରେ ନିଯୁକ୍ତି ଦିଆଯାଇଛି ! ତେବେ ଅଭିମନ୍ୟୁ ମହାପାତ୍ର ଙ୍କ ବଦଳି କୁ ବିଦ୍ୟାଳୟ ପରିଚାଳନା କମିଟି ର ସମସ୍ତ ସଦସ୍ୟ ବିରୋଧ କରିଛନ୍ତି ! ଅଭିମନ୍ୟୁ ମହାପାତ୍ର ଥୁବା ସମୟରେ ସିନ୍ଧିଗୁଡା ବିଦ୍ୟାଳୟ ରେ ଅଧ୍ୟୟନରତ ଛାତ୍ରଛାତ୍ରୀ ଙ୍କ ପାଠ ପଡାରେ ଉନ୍ନତି ଆସିଛି ! ସେ ଆସିଲା ପରେ ବିଦ୍ୟାଳୟ ଠିକ ରୁପେ ପରିଚାଳିତ ହେଉଛି ! ଏଣୁ ପ୍ରଧାନ ଶିକ୍ଷକ ଅଭିମନ୍ୟୁ ମହାପାତ୍ର ଙ୍କ ବଦଳି ବାତିଲ ନେଇଁ ବିଦ୍ୟାଳୟ ପରିଚାଳନା କମିଟି ସଦସ୍ୟ ଗତ 7 ତାରିଖ ରୁ ସ୍କୁଲ ଅଫିସ କାର୍ଯ୍ୟାଳୟ ରେ ତାଲା ଠୁଙ୍କିଥୁବା ଦେଖିବାକୁ ମିଳିଛି ! ଏମିତି ସ୍ଥିତିରେ ପିଲାଙ୍କ ପାଠ ପଡା ଜାରି ରହିଥିଲେ ହେଁ ଅଫିସ ଅଫିସ କାର୍ଯ୍ୟ ପରିଚାଳନା ରେ ବ୍ୟାଘାତ ସୃଷ୍ଟି ହେଉଛି ! ଅନ୍ୟପଟେ ଅଫିସ ରେ ତାଲା ପଡ଼ିଥିବା କାରଣ ରୁ ଅଦ୍ୟାବଧି ଦାୟିତ୍ୱ ହସ୍ତାନ୍ତର ମଧ୍ୟ ହୋଇନଥୁବା ଜଣାପଡିଛି ! ଏହି ଖବର ଶୁଣି ଖବରଦାତା ସୁଶାନ୍ତ କୁମାର ଶତପଥୀ, ଗୋପାଳ କୃଷ୍ଣ ନାୟକ ସିନ୍ଧିଗୁଡା ବିଦ୍ୟାଳୟ ରେ ପହଂଚି ଗ୍ରାମବାସୀ ଙ୍କ ଆଲୋଚନା କରିଥିଲେ ! ଶିକ୍ଷକ ଙ୍କ ବଦଳ ରେ ସରକାର ଅନ୍ୟ ଜଣେ ଶିକ୍ଷକ ଙ୍କୁ ନିଯୁକ୍ତି ଦେଇଛନ୍ତି ! କୌଣସି କାରଣ ନଥାଇ ସ୍କୁଲ ଅଫିସ କାର୍ଯ୍ୟାଳୟ ରେ ତାଲା ପକେଇ ଆଇନ କୁ ହାତକୁ ନେବା ଠିକ ନୁହଁ ବୋଲି ବୁଝେଇଥିଲେ ! ଏହାପରେ ଗ୍ରାମବାସୀ ତାଲା ଖୋଲିଥୁବା ଜଣାପଡିଛି !

                     ଗୋବର୍ଦ୍ଧନ ସାହୁ ତେନ୍ତୁଳିଖୁଣ୍ଟି

Related posts

ଆସନ୍ତୁ ଆଚାର୍ଯ୍ୟ ଦ୍ରୋଣଙ୍କ ଜନ୍ମ ରହସ୍ଯ ବିଷୟରେ ଜାଣିବା

Sunil Chandra Nayak

ପବିତ୍ର କୁରାଳ ପଞ୍ଚମୀ ପୂଜା ପାଳିତ

Sunil Chandra Nayak

ଅପର୍ତ୍ତି ସେଠୀ ଙ୍କ କବିତା ପର ଧନ

Sunil Chandra Nayak

Leave a Comment

error: Content is protected !!