Uncategorizedତୃପ୍ତି ରାଣୀ ପାତ୍ର ଙ୍କ କବିତା ସେବା ଦାନ ଧର୍ମ by Sunil Chandra NayakSeptember 8, 20220186 Share0 ସେବା ଦାନ ଧର୍ମ ତୃପ୍ତି ରାଣୀ ପାତ୍ର ଜୀବନ ଯୌବନ ଅଳିକ ସପନ ନରଖି ତହିଁରେ ମନ କ୍ଷଣସ୍ଥାୟୀ ସେହି ରୂପ ଯଉବନ ତହିଁରେ ନଦେବା ଧ୍ୟାନ । ସେବା ଦାନ ଧର୍ମ ଅଟେ ମୂଲ୍ୟବାନ ଚିରସ୍ଥାୟୀ ଜଳସ୍ରୋତ ସେ ଝରର ଜଳ ଶୁଷ୍କ ନ ହୋଇବ ଅମୃତ ନିର୍ଝର ସ୍ରୋତ । ଭୋଗ ବିଳାସରେ ଧନ କରି ବ୍ୟୟ ନମିଳେ ସ୍ୱର୍ଗରେ ସ୍ଥାନ ସେବିଲେ ଦୁଃସ୍ଥ ହୋଇଲେ ସହାୟ ହୋଇବ ତାହା ଗ୍ରହଣ । ଅଢେଇ ଦିନିଆଁ ସଂସାରର ଖେଳ ହୋଇଯିବ ଦିନେ ଶେଷ ମୋହମାୟା ଛାଡି ଆସିଯିବ କାଳ ଶରୀର ହେବ ଅବଶ । ସେବା ଧର୍ମ ଧନ ମହତ ପଣିଆ ସେଗୁଣେ ହୋଇବା ଧନୀ ଧନଲୋଭ ତ୍ୟାଗୀ ଅନେ କରି ଆହା କର୍ମେ ରଖି ଚେତାବନୀ । ଜନ୍ମ ମୃତ୍ୟୁ ଏହା ଚିରନ୍ତନ ସତ୍ୟ ରଖି ଥିବା ମନେ ସଦା ସେବା ଦାନଧର୍ମ ଚିରସ୍ଥାୟୀ ନିତ୍ୟ ସେହି ଧନେ ଧନୀ ହେବା । ସହଦେବଖୁଣ୍ଟା, ବାଲେଶ୍ଵର