ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା ଜଣାଣ

ଜଣାଣ

ମାନଗୋବିନ୍ଦ ସ୍ବାଇଁ

ଫୁଲ ମୁ ଆଣିଛି ଜଳ ମୁଁ ଆଣିଛି
    ଆଣିଛି ଧୂପ ଯେ ଦୀପ
ପୂଜା ଦେଇ ମୁହଁ ପ୍ରାର୍ଥନା କରୁଛି
      ଛାଡ଼ି ଯାଉ ମୋର ପାପ।
ତୁମରି ଦ୍ଵାରରୁ ନିରାଶ ନାହଁ ମୋ
    ଭଲ ପଥ ପ୍ରଭୁ ଦିଅ
ତୁମରି ଶରଣେ ଆଶ୍ରୟ କରିଛି
     ପଥ ସବୁ ମୋତେ କୁହ।
ତୁମ ଛଡ଼ା ମୋର ଅନ୍ୟ ଗତି ନାହିଁ
     ତୁମେ ଏକା ମୋ ଭରସା
ଜୀବନ କାଳରେ ଏକା ମୋର ସାଥୀ
     ରହିଛି ବହୁ ମୋ ଆଶା।
ତୁମ ନାମ ଧରି ପଥ ଅନୁସରି
   ଯାଉଛି ଯାତ୍ରା ମୋ ଦେଶ
ପଥରେ ଶୁଭ ରେ ଶୁଭ ଆଶିର୍ବାଦ
   ଯାତ୍ରାକୁ ଦେବ ସାହସ।
ତୂଳସୀ ପାଦୁକା ତୁଣ୍ଡରେ ପାଇଲେ
   ମନ ମୋ ହୁଏ ପବିତ୍ର
ଶୁଭ ପଥ ଖୋଲ ଆଗକୁ ଯିବାକୁ
   ଯାତ୍ରା ମୋ ହୁଏ ସ୍ବତନ୍ତ୍ର।

ଗୋଜାବନ୍ଧ ମହାକାଳପଡ଼ା

କେନ୍ଦ୍ରାପଡ଼ା

Related posts

ଉପେନ୍ଦ୍ର କୁମାର ବସ୍ତିଆ ଙ୍କ କବିତା କୃତଜ୍ଞତା

Sunil Chandra Nayak

ମନରେଗା, ମମତା ଓ ପେନସନ ଯୋଜନାର ବ୍ଲକ ସ୍ତରୀୟ ଜନଶୁଣାଣୀ ଶିବିର

Sunil Chandra Nayak

ଓଡିଶା କ୍ଷୁଦ୍ର ଶିଳ୍ପ ନିଗମ (OSIC) 2018-19 ଆର୍ଥିକ ବର୍ଷ ର ଲାଭରୁ ରାଜ୍ୟ ସରକାରଙ୍କୁ 1,40 କୋଟି ପ୍ରଦାନ

Sunil Chandra Nayak

Leave a Comment

error: Content is protected !!