ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା ଜଣାଣ

ଜଣାଣ

ମାନଗୋବିନ୍ଦ ସ୍ବାଇଁ

ଫୁଲ ମୁ ଆଣିଛି ଜଳ ମୁଁ ଆଣିଛି
    ଆଣିଛି ଧୂପ ଯେ ଦୀପ
ପୂଜା ଦେଇ ମୁହଁ ପ୍ରାର୍ଥନା କରୁଛି
      ଛାଡ଼ି ଯାଉ ମୋର ପାପ।
ତୁମରି ଦ୍ଵାରରୁ ନିରାଶ ନାହଁ ମୋ
    ଭଲ ପଥ ପ୍ରଭୁ ଦିଅ
ତୁମରି ଶରଣେ ଆଶ୍ରୟ କରିଛି
     ପଥ ସବୁ ମୋତେ କୁହ।
ତୁମ ଛଡ଼ା ମୋର ଅନ୍ୟ ଗତି ନାହିଁ
     ତୁମେ ଏକା ମୋ ଭରସା
ଜୀବନ କାଳରେ ଏକା ମୋର ସାଥୀ
     ରହିଛି ବହୁ ମୋ ଆଶା।
ତୁମ ନାମ ଧରି ପଥ ଅନୁସରି
   ଯାଉଛି ଯାତ୍ରା ମୋ ଦେଶ
ପଥରେ ଶୁଭ ରେ ଶୁଭ ଆଶିର୍ବାଦ
   ଯାତ୍ରାକୁ ଦେବ ସାହସ।
ତୂଳସୀ ପାଦୁକା ତୁଣ୍ଡରେ ପାଇଲେ
   ମନ ମୋ ହୁଏ ପବିତ୍ର
ଶୁଭ ପଥ ଖୋଲ ଆଗକୁ ଯିବାକୁ
   ଯାତ୍ରା ମୋ ହୁଏ ସ୍ବତନ୍ତ୍ର।

ଗୋଜାବନ୍ଧ ମହାକାଳପଡ଼ା

କେନ୍ଦ୍ରାପଡ଼ା

Related posts

ବିଜେପି ପକ୍ଷରୁ ହର ଘର ତ୍ରିରଙ୍ଗା କାର୍ଯକ୍ରମ

Sunil Chandra Nayak

ନାଗରିକ ବିକାଶ ସଂଗଠନର ବୈଠକ

Sunil Chandra Nayak

ପ୍ରିୟ ରଞ୍ଜନ ମୁଣ୍ଡ ଙ୍କ କବିତା ନାୟିକା ର ନାଁ ବର୍ଷା

Leave a Comment

error: Content is protected !!