ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା ଜଣାଣ

ଜଣାଣ

ମାନଗୋବିନ୍ଦ ସ୍ବାଇଁ

ମନ୍ଦିରେ ଜଳୁଛି ଧୂପ ଦୀପ ବତୀ
    ପୂଜା ହୁଏ ମନ୍ତ୍ର ପାଠ
ମନର କଥାକୁ କହୁଛି ବଖାଣି
  ପ୍ରଭୁ ଦେଖା ଭଲ ବାଟ।
ସଂସାର ଚଳିବ ବଂଶ ରକ୍ଷା ହବ
    ପରିବାର ହବ ଖୁସି
ତୁମେ ଚାହିଁ ଦେଲେ ଖୁସିରେ ରହିବି
    କହ ପଦେ କଥା ହସି।
ବଞ୍ଚିବାକୁ ହେଲେ ସଂଗ୍ରାମ କରୁଛି
    ସାହା ଟିକେ ପ୍ରଭୁ ହୁଅ
ଦୁଃଖ କଷ୍ଟ ସହି ଆଗକୁ ଯାଉଛି
    ପଥେ ସବୁ ଦେଖା ଦିଅ।
ଭୁଲି ନାହିଁ ନାମ ଧରୁଛି ମୁଖରେ
    ନିତି ନିତ୍ୟ କର୍ମ କାମ
ତୁମ ନାମ ଧରି କରୁଛି ଭଜନ
    ଜଣାଣ ଏ ହରିରାମ।
ହରିରାମ ଶବ୍ଦ କାନରେ ବାଜିଲେ
     ଶରୀର ହୁଏ ପବିତ୍ର
ଯାତ୍ରା କଲେ ପ୍ରଭୁ ଶୁଭ ଫଳ ମିଳେ
       ଯାତ୍ରା ମୋ ହୁଏ ସ୍ବତନ୍ତ୍ର।
ହରିରାମ ଗାଇ ଆଗକୁ ଆଗକୁ
       ପାଦ ମାନ ପଡୁ ଥିବ
କଳସୀ କାଖରେ ପବିତ୍ର ଜଳରେ
    ଶୋଭା ଥିବ ଗଉରବ।

ଗୋଜାବନ୍ଧ ମହାକାଳପଡ଼ା

କେନ୍ଦ୍ରାପଡ଼ା

Related posts

ପ୍ରଥମ ବର୍ଷା – ଅସ୍ଥାୟୀ ପୋଲକୁ ଧୋଇ ନେଲା

କୋକସରା ପୁଲିସ ରେ ବିଜୟା ଦଶମୀ ଉତ୍ସବ ରେ ପୁଜିତ ହେଲେ ମା ଭଣ୍ଡାର ଘରଣୀ

Sunil Chandra Nayak

ଧର୍ମଗଡ ଏନଏସି ନିର୍ବାଚନ:  ଦାଖଲ ହେଲା ୪୬ ନାମାଙ୍କନ

Sunil Chandra Nayak

Leave a Comment

error: Content is protected !!