ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବେଣୁଧର ସୂତାର ଙ୍କ କବିତା କ୍ରାନ୍ତିର କଲ୍ଲୋଳ

  କ୍ରାନ୍ତିର କଲ୍ଲୋଳ

     ବେଣୁଧର ସୂତାର

ଡାକୁଛି ଚନ୍ଦ୍ର ସୂର୍ଯ୍ୟ ତାରକା
କାନ୍ତାର ବିଲ ଭୂଇ
ବିଶ୍ବ ଲଲାଟ ଅଧା ଅଭିଲେଖ
ପୂର୍ଣ୍ଣ କରିବା ପାଇଁ ।।
ଅରୁଣିମା ଏକ ତୂର୍ଯ୍ୟ ଶପଥ
ନବୀନ ଏ ଉଷା କାଳେ
ସ୍ବାଗତ କରିବା ନୂତନ ସୂର୍ଯ୍ୟ
ପୁଷ୍ପିତ ଶତଦଳେ ।।
ଅବିରାମ ଯାର ଗତି ଦୁର୍ଗମ
ଭୂଗୋଲକ ପଥ ଧାରେ
ତନୁରେ ପୂର୍ଣ୍ଣ ଉଷ୍ମ ଉନ୍ମାଦ
କ୍ରାନ୍ତିର ଅଭିସାରେ ।।
ଅନେକ ସ୍ବପ୍ନ ଅସୁମାରୀ ଆଶା
ପ୍ରାଣମୟ ଉନ୍ମାଦନ
ବିଶ୍ବ ମୈତ୍ରୀର ଚାରୁ ସୁଧାଧାରା
କ୍ରାନ୍ତିର ଅଭିଯାନ ।।
ବିସ୍ମୃତିର ଏଇ ମୃତ ଜଠରରୁ
କବିର କଲମ ଝରେ
ଆସିବରେ ଉଠି ସ୍ବର୍ଣ୍ଣ ସକାଳ
ନୂତନ ମନ୍ତ୍ର ସୁରେ ।।
କୋଟି ଜୀବନର ପୃଷ୍ଟା ତଟର
 ତୃଷ୍ଣା ଲହରି ରସାଥେ
ଗ୍ରନ୍ଥ ରଚିବ ସନ୍ଥ ସାଜିବ
ପାନ୍ଥ ହୋଇସେ ପଥେ ।।
ହୃଦ କଳ୍ପନାରେ ମଞ୍ଜୁଳ ଭାଷାରେ
କ୍ରାନ୍ତିମୟ କାବ୍ୟ ରେଖା
ଦଗ୍ଧ ପରାଣେ ନବ ଜାଗରଣ
ମୁଗ୍ଧ ମଧୁର ଲେଖା ।।
ଶିଳାରେ ଶିଳାରେ ରୁକ୍ଷ ଲୀଳାରେ
ମୋକ୍ଷ ଆସିବ କାହିଁ
ରକ୍ଷକ ତୁମେ ଲକ୍ଷ୍ୟ ହରାଇ
କକ୍ଷ ବିଚ୍ୟୁତ ହୋଇ ।।
ଜାଗ ଜାଗ କବି ଯଜ୍ଞାନଳରୁ
ତୋଳ କ୍ରାନ୍ତିର ହବିଃ
ସ୍ପର୍ଦ୍ଧିତ ତୁମ ଲେଖନୀ ଦିଗନ୍ତୁ
ଉଇଁଆସୁ ନବରବି ।।
ପୁଣ୍ୟରସକାଳ ଆସେନିତ କେବେ
ଘୃଣ୍ଯର କଥା କହି
ପବିତ୍ର ମସୀର ଘୃଣ୍ୟ ଶପଥ
ପଥ ଆମ ଲୋଡା ନାହିଁ ।।
କବିତା ଭାଷାରେ ପ୍ରଗତି ଉର୍ମିର
ଛୁଟାଅ କ୍ରାନ୍ତିର ଧାରା
ପୀୟୂଷ ହାତରେ ପାବନ ପ୍ରଦୀପ
ଜାଳ କବି ବିଶ୍ବସାରା ।।
ଅମୃତ ସୃଷ୍ଟିର ସ୍ରଷ୍ଟା ତୁମେତ
କ୍ରାନ୍ତିର ମଙ୍ଗଳ ଦୀପ
କବିହେ ଫୁଟାଅ କାହାଣୀ ଜୀବନ୍ତ
କବିତାରେ ବିଶ୍ବରୂପ ।।

କେଶଦୁରାପାଳ କେନ୍ଦୁଝର

Related posts

ଜଳସେଚନ ଦାବିରେ ଉଠା ଜଳସେଚନ ପ୍ରକଳ୍ପର ଦୁଇ ଅଧିକାରୀଙ୍କୁ ଅଟକ ରଖିଲେ ଖପ୍ରାମାଲ ଚାଷୀ, ତହସିଲଦାରଙ୍କ ପ୍ରତିଶ୍ରୁତି ପରେ ଛାଡିଲେ

Sunil Chandra Nayak

କଳିଙ୍ଗବିହାର ସାଂସ୍କୃତିକ ପରିଷଦର ବୋଇତବନ୍ଦାଣ ଉତ୍ସବ ପାଇଁ ସାମ୍ବାଦିକ ସମ୍ମିଳନୀ

Sunil Chandra Nayak

ତ୍ରିପତି ପ୍ରଧାନ ଙ୍କ କବିତା ଯାନ ଭଙ୍ଗା ହେରାପଞ୍ଚମୀ 

Leave a Comment

error: Content is protected !!