ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ନାମାଚାର୍ଯ୍ୟ ଶ୍ରୀମଦ ବାୟାବାବାଙ୍କ ସ୍ମରଣ ମହୋତ୍ସବ ଓ ପ୍ରଫେସର ପର୍ଶୁରାମ ପଣ୍ଡାଙ୍କ ସ୍ମୃତିରେ ପତ୍ରିକା ଉନ୍ମୋଚନ ଓ ସାରସ୍ବତ ସମାବେଶ

ରାଉରକେଲା/ ବାସନ୍ତୀ କଲୋନୀ ଗୁରକୁଳ କଳ୍ପତରୁ ସେବାଶ୍ରମ ଠାରେ ନାମାଚାର୍ଯ୍ୟ ଶ୍ରୀମଦ ବାୟାବାବାଙ୍କ ସ୍ମରଣ ମହୋତ୍ସବ ଓ ପ୍ରଫେସର ପର୍ଶୁରାମ ପଣ୍ଡା ଙ୍କ ସ୍ମୃତିରେ ପତ୍ରିକା ଉନ୍ମୋଚନ ଓ ସାରସ୍ବତ ସମାବେଶ ଅନୁଷ୍ଠିତ ହୋଇଯାଇଛି । କବି ରାଜୀବ ପାଣି ଙ୍କ ପୌରହିତ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଉଦଘାଟିକା ଭାବେ ଡଃ ସରୋଜିନୀ ପତି, ମୁଖ୍ୟ ଅତିଥି ଭାବେ ଉପେନ୍ଦ୍ର ନାଥ ଷଡଙ୍ଗୀ, ସମ୍ମାନିତ ଅତିଥି ଭାବେ ଶର୍ମିଷ୍ଠା କବିଶତପଥୀ, ମୁଖ୍ୟବକ୍ତା ଭାବେ ଡଃ ପ୍ରଭାତ ମଲ୍ଲିକ, ପାକ୍ ଭାଷ ଭାବେ ରାଜକୁମାର ମହାନ୍ତି ପ୍ରମୁଖ ଯୋଗଦେଇ ବାୟାବାବା ଓ ପ୍ରଫେସର ପଣ୍ଡାଙ୍କ ସ୍ମୃତି ଚାରଣ କରିଥିଲେ । ଅଙ୍ଗୁରବାଳା ପରିଡା ଙ୍କ ସଂଯୋଜନାରେ ଅତିଥିମାନେ ସେମାନଙ୍କ ବକ୍ତବ୍ଯ ରେ କହିଲେ ଯେ ଗୁରୁ ନାମାଚାର୍ଯ୍ୟ ଶ୍ରୀ ମଦ ବାୟାବାବାଙ୍କ ଆଦର୍ଶରେ ଅନୁପ୍ରାଣିତ ପ୍ରଫେସର ପଣ୍ଡା ସକଳ ପ୍ରାଣରେ ପରମେଶ୍ଵରଙ୍କ ସତ୍ତାର ଅସ୍ତିତ୍ଵକୁ ଅନୁଭବ କରିଥିଲେ । ସେଥିଲେ ପ୍ରେମ, ପ୍ରତିଶ୍ରୁତି ଓ ପ୍ରେରଣା ର ପୁରୁଷ, ତ୍ୟାଗ ର ପୁରୁଷ । ଅହଂଶୂନ୍ୟ ମଣିଷ । ଗୁରୁକୁଳର ମର୍ଯ୍ୟାଦା ରକ୍ଷା କରିବା, ଗୁରୁକୁଳର ସଂସ୍କାରକୁ ସାଧାରଣ ବର୍ଗ ବାଳକ ବାଳିକାଙ୍କ ନିକଟରେ ପହଞ୍ଚାଇବା ତାଙ୍କ ଜୀବନର ଧ୍ୟେୟ ଥିଲା। ସେ ଥିଲେ ଅନନ୍ୟ ଓ ଅସାଧାରଣ ବ୍ୟକ୍ତିତ୍ବ।ଏହି ଅବସରରେ ଅତିଥିମାନେ ‘ ଅନନ୍ୟ ଅନାମ’ ନାମରେ ପତ୍ରିକା କୁ ଉନ୍ମୋଚନ କରିଥିଲେ । ଦ୍ୱିତୀୟ ପର୍ଯ୍ୟାୟରେ ଶ୍ରୀମତୀ ପରିଡା ଙ୍କ ସଂଯୋଜନାରେ କବିତା ପାଠୋତ୍ସବ କାର୍ଯ୍ୟକ୍ରମରେ ସର୍ବଶ୍ରୀ କିଶୋରୀ ମୋହନ କର, ସୁଶାନ୍ତ ନାୟକ,ଶଙ୍କର ପ୍ରସାଦ ତ୍ରିପାଠୀ, ତ୍ରିଲୋଚନ ସ୍ବାଇଁ, ସୁଚିସ୍ମିତା ପଣ୍ଡା,କୁଞ୍ଜବିହାରୀ ରାଉତ, ଉର୍ବଶୀ ଦାଶ ପତି, ଦିଲେଶ୍ବର ମହାରଣା, ମୀନକେତନ ପଶାୟତ, ସୁଧାଂଶୁ ଅଶୋକ, ବିଜୟ ଲକ୍ଷ୍ମୀ ପଟ୍ଟନାୟକ, ମଞ୍ଜୁଳା ରଥ,ରଶ୍ମିବାଳା ରାଉତରାୟ,ନିରୁପମା ପତି, ଗୀତାରାଣୀ ବେହେରା,ବ୍ରହ୍ମାନନ୍ଦ ପାଢୀ,ହିମାଂଶୁ ସାହୁ, ଡଲିରାଣୀ ବ୍ରହ୍ମା,ଚିତ୍ତରଞ୍ଜନ ବ୍ରହ୍ମା, ଗୌତମ ଦାସ,ସୁପ୍ତି କର, ରଶ୍ମି ସାହୁ, ରାଜୀବ ପାଣି, ଅଙ୍ଗୁରବାଳା ପରିଡା, କିଶୋରୀ ଦାଶ ପ୍ରମୁଖ କବିତା ପାଠ କରିଥିବା ବେଳେ ଆଶ୍ରମର ମୁଖ୍ୟ ଗୋବିନ୍ଦ ଗୋପାଳ ଧନ୍ୟବାଦ ଅର୍ପଣ କରିଥିଲେ ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ 

Related posts

ସଠିକ ସମୟରେ ପାରିଶ୍ରମିକ ଦାବୀରେ ଆଶାକର୍ମୀ ସଂଘ ଉପଖଣ୍ଡ ପ୍ରଶାସନର ଦ୍ବାରସ୍ଥ   

ବିନା ସୂଚନା ଫଳକରେ ଚାଲିଛି କୋଟି କୋଟି ଟଙ୍କାର ମେଘା ପ୍ରକଳ୍ପ 

Sunil Chandra Nayak

ମଦନପୁରରେ ମା ପଟଖଣ୍ଡା ଙ୍କ ଛତର ଯାତ୍ରା 

Sunil Chandra Nayak

Leave a Comment

error: Content is protected !!