ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଓଡିଶା ସାମ୍ବାଦିକ ସଙ୍ଘର ୧୧ ତମ ବାର୍ଷିକ ଉତ୍ସବ

ନବରଙ୍ଗପୁର–(ମନିସ) ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ ସଦର ମହକୁମାପଞ୍ଚାୟତ ସମିତି ସମ୍ମିଳନୀ କକ୍ଷରେ ନବରଙ୍ଗପୁର ଜିଲ୍ଲା ଶାଖା ଓଡିଶା ସାମ୍ବାଦିକ ସଙ୍ଘର ୧୧ତମ ବାର୍ଷିକ ଉତ୍ସବ ଡାବୁଗାଁ ସମ୍ବାଦିକ ମାନଙ୍କ ପ୍ରଚେଷ୍ଟାରେ ମହା ସମାରୋହରେ ପାଳିତ ହୋଇ ଯାଇଛି।ଏହି ଅବସରରେ ଜିଲ୍ଲା ସାମ୍ବାଦିକ ସଙ୍ଘ(ଓ ଜେ ୟୁ) ଶିବ ଶଙ୍କର ତ୍ରିପାଠୀ ଙ୍କ ସଭାପତିତ୍ଵରେ ମୁଖ୍ୟ ଅତିଥି ଲୋକପ୍ରିୟ ବିଧାୟକ ମନୋହର ରନ୍ଧାରୀ,ସମ୍ମାନୀତ ଅତିଥି ଜିଲ୍ଲା ପରିଷଦ ଅଧକ୍ଷ ମୋତିରାମ ନାୟକ,ଜିଲ୍ଲା ପରିଷଦ ସଭ୍ୟ ଗୁପ୍ତ ବିଷୋୟୀ,ପଞ୍ଚାୟତ ଅଧକ୍ଷା ବୀଣା ମାଝୀ, ରାଜ୍ୟ ସଧାରଣ୍ ସମ୍ପାଦକ କେ ଶ୍ରୀନିବାସ ରାଓ,ରାଜ୍ୟ ଉପଦେଷ୍ଟା ରକେଶ ଗୁପ୍ତା,ରାଜ୍ୟ ସମ୍ପାଦକ ବାଙ୍କ ବିହାରୀ ବିଷୋୟୀ,ଜିଲ୍ଲା ସମ୍ପାଦକ ଜାନକି କାନ୍ତ ବିଷୋୟୀ,ସାନ୍ସଦ ପ୍ରତିନିଧି ଏମ ଆପ୍ପା ରାଓ ଓ କଙ୍ଗ୍ରେସ ବ୍ଲକ ସଭାପତି ଜି ସାଇ ରାଜୁ ପ୍ରମୁଖ ମଞ୍ଚ ରେ ଉପବିସନ କରି ଥିବା ବେଳେ ବିଜେଡି ବ୍ଲକ ସଭାପତି ସୁରେନ୍ଦ୍ର ମିଶ୍ର,ବିଜେପି ନେତା ଜୟନ୍ତ କୁମାର ପାତ୍ର ପ୍ରମୁଖ ୧୦ ଗୋଟି ବ୍ଲକରୁ ପ୍ରତିକୁଳ ପାଗ ଥିବା ସତ୍ଵେ ବହୁ ସଙ୍ଖ୍ୟାରେ ସାମ୍ବାଦିକ ଭାଇ ଓ ଭଉଣୀମାନେ ମଞ୍ଚ ସମ୍ମୁଖରେ ଉପବିସନ କରିଥିଲେ।ମଞ୍ଚାସିନ ଅତିଥି ମାନଙ୍କୁ ପୁଷ୍ପଗୁଛ ଓ ଉତରୀୟ ଦେଇ ସ୍ଵାଗତ କରାଜାଇଥିଲା। ସାମ୍ବାଦିକ ଗଣତନ୍ତ୍ରର ଚତୁର୍ଥ୍ ସ୍ତମ୍ଭ୍ ହୋଇ ଜନସାଧାରଣଙ୍କ ସମସ୍ୟା ଲୋକ ଲୋଚନକୁ ଆଣି ସମସ୍ୟାର ସମାଧାନ କରାଇବା ଦିଗରେ ଅଗ୍ରଣୀ ଭୁମିକା ନେଇ ବହୁ ବାଧା ବିଘ୍ନ ସହ୍ୟ କରି ଖବର ପରିବେଷଣ କରୁଛନ୍ତି।ସେଥିନେଇ ଜେତେ ଧନ୍ୟବାଦ୍ ଦେଲେ ତାହା କମ୍ ହେବବୋଲି ଲୋକପ୍ରିୟ ବିଧାୟକ ତାଙ୍କ ବକ୍ତବ୍ୟରେ ସୁଚନା ଦେଇ ଥିଲେ। ସାମ୍ବାଦିକଙ୍କ ଅସୁବିଧା ସମ୍ପର୍କରେ ବିଧାନସଭାରେ ଉପସ୍ତାପନା କରିବେ ବୋଲି କହିଥିଲେ।ଜିଲ୍ଲାପରିଷଦ ଅଧକ୍ଷ ଜିଲ୍ଲାପାଳଙ୍କୁ ଉକ୍ତ ବିଷୟରେ ଅବଗତ କାରାଇବେ ବୋଲି କହି ଥିଲେ।ଅନ୍ୟ ରାଜ୍ୟ ରେ ଜେଭଳି ସାମ୍ବାଦିକ ମାନଙ୍କୁ ରହିବା ପାଇଁ କ୍ଵାଟର,ମାସିକ ଭତ୍ତା ପ୍ରଦାନ କରୁଛନ୍ତି,ଆମ ରାଜ୍ୟରେ ତାହା ଲାଗୁ କରାଜାଉ ବୋଲି ରାଜ୍ୟ ତଥା ଜିଲ୍ଲା କର୍ମକର୍ତ୍ତା ନିମନ୍ତ୍ରିତ ଅତିଥି ମାନଙ୍କ ଆଗରେ ଉଥାପନ କରି ଥିଲେ।ଓଜେୟୁ ସଙ୍ଘ ନିତୀ ଆଦର୍ଶରେ ଅନୁପ୍ରାଣିତ ହୋଇ ୧୭ଜଣ ସାମ୍ବାଦିକ ଭାଇ ଓ ଭଉଣୀ ମାନେ ସାମିଲ ହୋଇ ଥିବାରୁ ସଙ୍ଘ କର୍ମକର୍ତ୍ତା,ମୁଖ୍ୟ ଅତିଥି,ସମ୍ମନୀତ ଅତିଥି ମାନଙ୍କ ଦ୍ଵାରା ପୁଷ୍ପ ମାଲ୍ୟ୍ ଓ ଉପଢଉକନ ଦେଇ ସ୍ଵାଗତ କରିଥିଲେ।ଶେଷରେ ସାମ୍ବାଦିକ ଦିବାନ୍ ସିଙ୍ଗ୍ ଧନ୍ୟବାଦ ଦେବାପରେ ସଭାପତି ସଭାସାଙ୍ଗ୍ କରି ଥିଲେ।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତି ଙ୍କ ରିପୋର୍ଟ ମସିହା ନିୟୁଜ୍।

Related posts

ଓଡିଶା ସାହିତ୍ୟ ଏକାଡେମୀ ଆନୁକୂଲ୍ୟରେ ହେମନ୍ତ ସ୍ମୃତି ସାରସ୍ବତ ସମାରୋହ ଆସନ୍ତା ୯ ଓ ୧୦ରେ

Sunil Chandra Nayak

ଥୁଆମୂଳ ରାମପୁର ବ୍ଳକର ଶହେରୁ ଉର୍ଦ୍ଧ୍ବ ବିଜେଡି କର୍ମୀ କଂଗ୍ରେସ ଦଳରେ ସାମିଲ

Sunil Chandra Nayak

ତଲାଗାଁ ଠାରେ ମା କାଳି ବାହୁଡ଼ି ଙ୍କ ପଣାଢଳା ଯାତ୍ରା ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!