ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଗଜଲଷ୍ମୀ ପୂଜା କମିଟି କୁମ୍ଭାର ପଡା ନୂତନ କର୍ମକର୍ତ୍ତା ନିର୍ବାଚନ ,ସଭାପତି ମାନସ , ସମ୍ପାଦକ ସୁଜିତ 

ଫୁଲବାଣୀ -:  ମାଁ ଗଜଲଷ୍ମୀ ଙ୍କର ପୂଜା ଓ କଂସ ଦରବାର ଯାତ୍ରା ଉପଲକ୍ଷେ ଫୁଲବାଣୀ ସଦର ମହକୁମା ସ୍ଥିତ କୁମ୍ଭାରପଡା ମାଁ ଗଜଲଷ୍ମୀ ପୂଜା କମିଟି ପକ୍ଷରୁ ଯାତ୍ରା କୁ ବହୁ ଆଡମ୍ବରରେ ସୁଚାରୁରୂପେ ପରିଚାଳନା କରିବା ପାଇଁ ଗତକାଲି ନୂତନ କର୍ମକର୍ତ୍ତା ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ଯାତ୍ରା ପରିଚାଳନା କମିଟିର ସଭାପତି ଭାବେ ମାନସ କୁମାର ବେହେରା ସର୍ବସମ୍ମତି କ୍ରମେ ମନୋନୀତ ହୋଇଥିବା ବେଳେ ଉପସଭାପତି ଭାବେ ସୁନିଲ କୁମାର ବେହେରା, ସାଧାରଣ ସମ୍ପାଦକ ଭାବେ ସୁଜିତ କୁମାର ବେହେରା,ସହ ସମ୍ପାଦକ ଅସୀମ କୁମାର ନାୟକ,କୋଷାଧ୍ୟକ୍ଷ ଭାବେ ମିଟୁ ମାହାନନ୍ଦ,ସହ କୋଷାଧ୍ୟକ୍ଷ ହେମନ୍ତ କୁମାର ଦିଗାଲ,ସାଂସ୍କୃତିକ ସମ୍ପାଦକ ଭାବେ ବିପୁନ କୁମାର ମନୋନୀତ ହୋଇଥିବା ବେଳେ ସହ ସାଂସ୍କୃତିକ ସମ୍ପାଦକ ଭାବେ ଗୁଡୁ ବେହେରା ଓ ସମ୍ବିତ ବେହେରା ସର୍ବ ସମ୍ମତି କ୍ରମେ ମନୋନୀତ ହୋଇଥିଲେ। ସେହିପରି କମିଟି ଉପଦେଷ୍ଟା ଭାବେ ଗ୍ରାମର ବୁଦ୍ଧିଜୀବୀ ଶ୍ରୀବତ୍ସ ବେହେରା, ଅମର ବେହେରା, କୁନା କଁହର,ହୃଷିକେଶ ବେହେରା, ଦୀପକ ବେହେରା, ଆଦିତ୍ୟ କୁମାର ନାୟକ ପ୍ରମୁଖ ଗ୍ରାମର ଉପସ୍ଥିତ ସମସ୍ତ ସଦସ୍ୟ ଓ ଜନସାଧାରଣ ଙ୍କର ସମ୍ମତି କ୍ରମେ ମନୋନୀତ ହୋଇଥିଲେ। କୁମ୍ଭାର ପଡା ଠାରେ ପ୍ରତ୍ୟେକ ବର୍ଷ ବହୁ ଆଡମ୍ବରରେ ଏହି ମାଁ ଗଜଲଷ୍ମୀ ଙ୍କର ପୂଜା ଓ କଂସ ଦରବାର ଯାତ୍ରା ଅନୁଷ୍ଠିତ ହୋଇ ଆସୁଥିଲା ।କୋଭିଡ କଟକଣା ଯୋଗୁ ଦୁଇବର୍ଷ ବନ୍ଦ ରହିଥିଲା। ଚଳିତ ବର୍ଷ ବଡ଼ ଧୁମଧାମରେ ୭ ଧରି ଏହି ଯାତ୍ରା ଶାନ୍ତି ଶୃଙ୍ଖଳା ସହ ପାଳନ ହେବା ନିମନ୍ତେ କମିଟି ପକ୍ଷରୁ ନିଷ୍ପତ୍ତି ହୋଇଛି। ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ର କଂସ ମହାରାଜା ନିମନ୍ତ୍ରିତ ଅତିଥି ଭାବେ ଏହି ଯାତ୍ରା ରେ ଯୋଗ ଦେବା ନିମନ୍ତେ କମିଟିର ନୂତନ ସଭାପତି ସୂଚନା ଦେଇଥିବା ବେଳେ ଉକ୍ତ ଯାତ୍ରା ମଞ୍ଚର ପ୍ରତ୍ୟେକ ସନ୍ଧ୍ୟାରେ ସୁନାମଧନ୍ୟ କଳାକାର, କଣ୍ଠଶିଳ୍ପୀ ମାନଙ୍କ ଦ୍ଵାରା ମେଲୋଡି କାର୍ଯ୍ୟକ୍ରମ ଓ ବିଭିନ୍ନ ମନଛୁଆଁ ନୃତ୍ୟ ବିଚିତ୍ରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ନିମନ୍ତେ କମିଟି ପକ୍ଷରୁ ସ୍ଥିର କରାଯାଇଛି।

ଫୁଲବାଣୀ ରୁ ବୈଦ୍ୟନାଥ ନାୟକ ଙ୍କ ରିପୋର୍ଟ 

Related posts

ସଜ୍ଜନ ଅଗ୍ରୱାଲଙ୍କୁ ଦେବଗିରି ସେବା ସମ୍ମାନ, ଲୋକକଳା ସମ୍ମାନ ପାଇବେ ଭୁବନେଶ୍ୱର ବାଗ

Sunil Chandra Nayak

ନକଲି ଜମି ପଟ୍ଟା ମାମଲାରେ ଯୁବକ ଗିରଫ

Sunil Chandra Nayak

ଅସମ୍ପୁର୍ଣ୍ଣ ବୈଠକ କୁ ସମ୍ପୂର୍ଣ୍ଣ କରିବାକୁ ବିଜେଡି ପlରିଷଦ ଙ୍କ ଦାବି

Sunil Chandra Nayak

Leave a Comment

error: Content is protected !!