ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବାଇକ ଦୁର୍ଘଟଣାରେ ମହିଳା ଓ ଶିଶୁପର୍ଯ୍ୟବେକ୍ଷିକା ଙ୍କ ମୃତ୍ୟୁ

ଫୁଲବାଣୀ -: କନ୍ଧମାଳ ଜିଲ୍ଲା ଖଜୁରୀପଡା ମହିଳା ଓ ଶିଶୁଵିକାଶ ପ୍ରକଳ୍ପ ର ଗୁଦାରି ସେକ୍ଟର ଶିଶୁଵିକାଶ ପର୍ଯ୍ୟବେକ୍ଷିକା ଶ୍ରୀମତୀ ଶୁଭଲକ୍ଷ୍ମୀ ପାଣିଗ୍ରାହୀ ଙ୍କର ବାଇକ ଦୁର୍ଘଟଣା ରେ ଗୁରୁତର ହୋଇ ଭୁବନେଶ୍ୱର ସମ ହସ୍ପିଟାଲରେ ଚିକିତ୍ସା ଧୀନ ଅବସ୍ଥାରେ ଗତକାଲି ମୃତ୍ୟୁଘଟିଛି। ସୂଚନାଯୋଗ୍ୟ ଗତ ଶୁକ୍ରବାର ଦିନ ମୃତା ପର୍ଯ୍ୟବେକ୍ଷିକା ଶୁଭଲଷ୍ମୀ ପାଣିଗ୍ରାହୀ ଫୁଲବାଣୀରୁ ବାଇକରେ ପୁଅ ସାଙ୍ଗରେ ଦାରିଙ୍ଗବାଡି ଯାଉଥିବାବେଳ ରାତି ସାତଟା ବେଳେ ରତଙ୍ଗ ନିକଟସ୍ଥ ଡ଼ଙ୍ଗରପଡା ଠାରେ ନୂତନ ଭାବେ ନିର୍ମିତ ହମ୍ପସରେ ବାଇକ ଟି ବାଡେଇ ହୋଇ ଦୁର୍ଘଟଣା ଘଟିଥିଲା । ଫଳରେ ମାଆ ଶୁଭଲକ୍ଷ୍ମୀ ଗୁରତର ଆହତ ହୋଇଥିଲେ । ଆମ୍ବୁଲାନ୍ସ କୁ ଫୋନ କରିଥିଲେ ମଧ୍ୟ ଆମ୍ବୁଲାନ୍ସ ଘଟଣା ସ୍ଥଳରେ ଆସି ପହଞ୍ଚିନଥିଲା । ଆମ୍ବୁଲାନ୍ସ ସେଠାରେ ନ ପହଞ୍ଚି ବାରୁ ପ୍ରଥମେ ଚିକିତ୍ସା ନିମନ୍ତେ ଏକ ଅଟୋ ରିକ୍ସା ଯୋଗେ ଶୁଭଲକ୍ଷ୍ମୀ କୁ ଫିରିଙ୍ଗିଆ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଫିରିଙ୍ଗିଆ ମେଡ଼ିକାଲ ରେ ପ୍ରାଥମିକ ଚିକିତ୍ସା କରାଯାଇ ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟ କୁ ଅଣାଯାଇଥିଲା । ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟରେ ଶିଶୁ ପର୍ଯ୍ୟବେକ୍ଷିକା ଚିକିତ୍ସିତ ହେଉଥିବା ବେଳେ ଅବସ୍ଥା ସଙ୍କଟାପନ୍ନ ହେବାରୁ ଫୁଲବାଣୀ ଡାକ୍ତରଖାନା ରୁ କଟକ ବଡ଼ ମେଡିକାଲ କଲେଜ କୁ ରେଫର କରାଯାଇଥିଲା । କିନ୍ତୁ ମୃତା ପର୍ଯ୍ୟବେକ୍ଷିକା ସମ ହସ୍ପିଟାଲରେ ଚିକିଶ୍ଚିତ ହେଉଥିଲେ ବ୍ରେନ ହାମରେଜ ଯୋଗୁଁ ଶୁଭଲକ୍ଷ୍ମୀ ଙ୍କର ସୋମବାର ରାତିରେ ମର୍ତ୍ୟୁ ଘଟିଛି । ଶୁଭଲକ୍ଷ୍ମୀ ଙ୍କର ବିୟୋଗରେ ସିଡିପିଓ ଗୀତାଞ୍ଜଳି ପଣ୍ଡା, ସୁପରଭାଇଜର କ୍ରିଷ୍ଣା ପଣ୍ଡା, ଝରଣା ପ୍ରଧାନ, ଶାନ୍ତିଲତା ପ୍ରଧାନ, ପୁଷ୍ପାକେଶୀ ପ୍ରଧାନ, ବୈଜୟନ୍ତୀ ମଲିକ ଗଭୀର ଶୋକ ପ୍ରକାଶ କରିଛନ୍ତି ।

ଫୁଲବାଣୀ ରୁ ବୈଦ୍ୟନାଥ ନାୟକ ଙ୍କ ରିପୋର୍ଟ 

Related posts

ଅନ୍ନପୂର୍ଣ୍ଣା ସାହୁ ଙ୍କ କବିତା ମାଣବସା ବ୍ରତ

Sunil Chandra Nayak

ଭ୍ରମର ବାଗ ଙ୍କ କବିତା ଯନ୍ତ୍ରଣା… ନିରପେକ୍ଷ ବାଦୀର

Sunil Chandra Nayak

ବନ୍ୟ ଜନ୍ତୁ ସପ୍ତାହ 2022 ପାଳିତ 

Sunil Chandra Nayak

Leave a Comment

error: Content is protected !!