ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଫଟକିମହୁଲ ଗ୍ରାମ ଠାରେ ବିଜେପିର ନୂଆଁଖାଇ ଭେଟଘାଟ

ଥୁଆମୂଳ ରାମପୁର:୧୨/୯- (ମନିସ):- କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଳକ ଗୋପୀନାଥପୁର ଗ୍ରାମପଞ୍ଚାୟତ ନିକଟସ୍ଥ ଫଟକିମହୁଲ ଗ୍ରାମ ଠାରେ ଥୁଆମୂଳ ରାମପୁର ବ୍ଳକର ବିଜେପି ଦଳର ଦୁଇଗୋଟି ମଣ୍ତଳର ସଭାପତି ଶ୍ରୀ ଧନୁର୍ଯ୍ଯୟ ନାଏକ ଏବଂ ଶ୍ରୀ ସୁଶାନ୍ତ କୁମାର ନାଏକଙ୍କ ନେତୃତ୍ବରେ ଗଣପର୍ବ ନୂଆଁଖାଇ ଭେଟଘାଟ କାର୍ଯ୍ଯକ୍ରମ ରବିବାର ଯଥା ୧୧/୯/୨୦୨୨ ତାରିଖ ଦିନ ଆୟୋଜିତ ହୋଇଯାଇଛି। ଉକ୍ତ ଆୟୋଜିତ କାର୍ଯ୍ଯକ୍ରମରେ କଳାହାଣ୍ଡି ସାଂସଦ ଶ୍ରୀଯୁକ୍ତ ବସନ୍ତ କୁମାର ପଣ୍ତା  ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ରାଜ୍ଯ କାର୍ଯ୍ଯ କାରିଣୀ ସଦସ୍ୟ ତଥା ଲାଞ୍ଜିଗଡ ବିଧାୟକ ପ୍ରାର୍ଥୀ ଶ୍ରୀ ରମେଶ ମାଝୀ, ଥୁଆମୂଳ ରାମପୁର ବ୍ଳକର ଯୁବନେତା କଳାହାଣ୍ଡି ଜିଲ୍ଲା ସମ୍ପାଦକ ଓ ଜିଲ୍ଲା ଟେଲିକମ୍ ସଦସ୍ୟ ତଥା ଥୁଆମୂଳ ରାମପୁର ବ୍ଳକ ସାଂସଦ ପ୍ରତିନିଧି ଶ୍ରୀଯୁକ୍ତ ବିଷ୍ଣୁ ନାଏକ,ଏବଂ ଧର୍ମଗଡ ବ୍ଳକ ସାଂସଦ ପ୍ରତିନିଧି ଶ୍ରୀ ହିମାଂଶୁ ପଣ୍ତା, ଜୟପାଟଣା ସର୍ଗିଗୁଡା ପଞ୍ଚାୟତ ସରପଞ୍ଚ ଶ୍ରୀ ବୈଦ୍ଯନାଥ ଭାଇ, ଜିଲ୍ଲା ମାଇନାରେଟି ମୋର୍ଚ୍ଛା ସଭାପତି ଶ୍ରୀ ଫିରୋଜ ମହମ୍ମଦ, ତଥା ପୂର୍ବତନ ଡୁମେରପଦର ମଣ୍ତଳ ପ୍ରଭାରୀ ଶ୍ରୀ କେଶରୀ ଦୁର୍ଗା, ଜିଲ୍ଲା SC ମୋର୍ଚ୍ଛା ଉପସଭାପତି ଶ୍ରୀ ରାଜୁ ବାରିକ ଯୋଗଦେଇ ଥିବାବେଳେ ସାଧାରଣ ସମ୍ପାଦକ ଶ୍ରୀ ରାଧାକୃଷ୍ଣ ନାଏକ ମଞ୍ଚ ପରିଚାଳନା କରିଥିଲେ। ସହଯୋଗ କରିଥିଲେ ଶ୍ରୀ ହରେକୃଷ୍ଣ ନାଏକ, ଶ୍ରୀ ଗଜେନ୍ଦ୍ର ନାଏକ, ସ୍ଥାନୀୟ ବିଜେପି ପାର୍ଟିର ଉପସଭାପତି ଶ୍ରୀ ଉଦିତ୍ ସାହୁ କାଂସଦକ୍ଷ ଶ୍ରୀ ସୁଶୀଲ ସାହୁ, ଉପସଭାପତି ଶ୍ରୀ ପାଟିନିଆ ନାଏକ, ଶ୍ରୀ ରାବେଣା ନାଏକ,ଶ୍ରୀ ପରମାନନ୍ଦ ନାଏକ, ଯୁବ ମୋର୍ଚ୍ଛା ସଭାପତି ଶ୍ରୀ ଆଲୋକ ନାଏକ, ଶ୍ରୀ ପ୍ରଫୁଲ୍ଲ ନାଏକ, ବରିଷ୍ଠ ନେତା ଶ୍ରୀ ଦୁର୍ଯ୍ୟୋଧନ ନାଏକ, ଶ୍ରୀ ରାବେଣା ନାଏକ, ଶ୍ରୀ କମଳ ନାଏକ, ଶ୍ରୀ ଶତ୍ରୃଘନ ଗହୀର, ଶ୍ରୀ ଜିତେନ୍ଦ୍ର ନାଏକ, ଅଡ୍ରୀ ପଞ୍ଚାୟତ ସଭାପତି ଶ୍ରୀ ଯୋଗେଶ୍ବର ନାଏକ, ସମେତ ଥୁଆମୂଳ ରାମପୁର ବ୍ଳକ ବିଜେପି ଦଳର ବରିଷ୍ଠ ନେତୃମଣ୍ତଳୀ ପ୍ରମୁଖ ଯୋଗଦେଇଥିଲେ।

ଥୁଆମୂଳ ରାମପୁର ବ୍ଳକରୁ ବଳଭଦ୍ର ବାଗଙ୍କ ରିପୋର୍ଟ

Related posts

ନାୟକ ଅକ୍ଷୟ ରାଜହସ୍ତୀ ଙ୍କ କବିତା ଚନ୍ଦନଲାଗି ବେଶ

ଦୁର୍ଗମ ପିଡିଶାଲ ଗାଁରେ ପହଞ୍ଚିଲା ବ୍ଲକ ପ୍ରଶାସନ ,ପୁଣି ଆରମ୍ଭ ହେଲା ଗାଁକୁ ଚାଲ ଅଭିଯାନ

Sunil Chandra Nayak

ଶହିଦଙ୍କ ପରିବାର ଲାଗି ରାଜ୍ୟ ସରକାରଙ୍କ ବଡ଼ ଘୋଷଣା: ସହାୟତା ରାଶି ୧୦ ଲକ୍ଷକୁ ବୃଦ୍ଧି

Leave a Comment

error: Content is protected !!