ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଢେ଼ଙ୍କାନାଳ ଥିଙ୍କର୍ସ ଫୋରମ୍ ର ବାର୍ଷିକ ଉତ୍ସବ ଅନୁଷ୍ଠିତ

ଢେ଼ଙ୍କାନାଳ -: ତା.11/09/2022 ରିଖ ରବିବାର ଦିନ ଢେଙ୍କାନାଳ ସହର ସ୍ଥିତ ଗୋପବନ୍ଧୁ ଟାଉନ ହଲରେ ଉତ୍ସାହ ଓ ଉଦ୍ଦୀପନାର ସହିତ ପାଳନ ହୋଇଯାଇଛି “ଢେଙ୍କାନାଳ ଥିଙ୍କର୍ସ ଫୋରମ”ର ବାର୍ଷିକ ଉତ୍ସବ। ଅନୁଷ୍ଠାନର ସଭାପତି ଶ୍ରୀ ସୋମେନ୍ଦୁ ଶତପଥୀଙ୍କ ପୌରହିତ୍ୟ ରେ ଆୟୋଜିତ ଉକ୍ତ ଉତ୍ସବରେ ପଣ୍ଡିତ ଡ଼ଃ ଅନ୍ତର୍ଯ୍ୟାମୀ ମିଶ୍ର ମୁଖ୍ୟ ଅତିଥି, ଡ଼ଃ ପ୍ରତିଭା ମହାରଥୀ ମୁଖ୍ୟ ବକ୍ତା ଏବଂ ଢେଙ୍କାନାଳର ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଉଦୟନାଥ ମହାପାତ୍ର ଓ ବିଶିଷ୍ଟ ଭାଷା ଆନ୍ଦୋଳନକାରୀ ଶ୍ରୀଯୁକ୍ତ ସୁଭାଷ ଚନ୍ଦ୍ର ପଟ୍ଟନାୟକ ସମ୍ମାନିତ ଅତିଥି ଭାବେ ଯୋଗଦାନ କରିଥିଲେ।ପ୍ରଦୀପ ପ୍ରଜ୍ଵଳନ ପରେ ପରେ ଫୋରମର ବରିଷ୍ଠ ସଦସ୍ୟ ଶ୍ରୀ ସୁଶୀଳ କୁମାର ନନ୍ଦ ଅତିଥି ପରିଚୟ ପ୍ରଦାନ କରିଥିବାବେଳେ ସମ୍ପାଦକ ଶ୍ରୀ ପ୍ରକାଶ ଚନ୍ଦ୍ର ରାଉତ ସମ୍ପାଦକୀୟ ବିବରଣୀ ପାଠ କରିଥିଲେ। ଏହି ଉତ୍ସବରେ ଫୋରମର ବାର୍ଷିକ ମୁଖପତ୍ର “ଚରୈବେତି”, ଫୋରମ ନିବେଦିତ ଐତିହାସିକ କ୍ଷୁଦ୍ର ଚଳଚ୍ଚିତ୍ର “ଢେଙ୍କା ଶବର” ଏବଂ ଲେଖିକା ରଶ୍ମିତା ରାଉତଙ୍କର ପୁସ୍ତକ “ବୋହୁ ନୁହେଁ ସେ ଝିଅଟିଏ” ଅତିଥିଙ୍କ କରକମଳରେ ଉନ୍ମୋଚିତ ହୋଇଥିଲା। କାର୍ଯ୍ୟକ୍ରମରେ ଢେଙ୍କାନାଳର ବର୍ଷିୟାନ ସାହିତ୍ୟିକ ଶ୍ରୀଯୁକ୍ତ ପ୍ରେମାନନ୍ଦ ରାଉତ, ଶ୍ରୀଯୁକ୍ତ ରବୀନ୍ଦ୍ରନାଥ ସାହୁ ଓ ଶ୍ରୀମତୀ ନନ୍ଦିକେଶ୍ୱରୀ ନାଥଙ୍କୁ “ଚରୈବେତି” ସାହିତ୍ୟ ସମ୍ମାନରେ ସମ୍ନାନିତ କରାଯାଇଥିଲା। ଏହି ସଭାରେ ସମ୍ମାନିତ ଅତିଥି ଅତିରିକ୍ତ ଜିଲ୍ଲାପାଳ, ନିଷ୍ଠାପର ଉଦ୍ୟମରେ ସମାଜର ସେବା କରିବା ପାଇଁ ମତବ୍ୟକ୍ତ କରିଥିଲେ। ଅନ୍ୟତମ ସମ୍ମାନିତ ଅତିଥି ଶ୍ରୀଯୁକ୍ତ ସୁବାଷ ଚନ୍ଦ୍ର ପଟ୍ଟନାୟକ ଓଡ଼ିଆ ଭାଷାର ସୁରକ୍ଷା ପାଇଁ ଏହାକୁ ସରକାରୀ କାର୍ଯ୍ୟାଳୟର ଭାଷାର ମର୍ଯ୍ୟାଦା ଦେବାପାଇଁ ଆହ୍ୱାନ କରିଥିଲେ। ମୁଖ୍ୟ ବକ୍ତା ଅଧ୍ୟାପିକା ଡ଼ଃ ପ୍ରତିଭା ମହାରଥୀ ତାଙ୍କର ଓଜସ୍ୱିନୀ ଭାଷଣରେ ଯୁବ ସମାଜ ପାଶ୍ଚାତ୍ୟ ସଭ୍ୟତାର ବଶବର୍ତ୍ତୀ ନ ହୋଇ ଆମର ମହାନ ସଂସ୍କୃତି ଓ ସଂସ୍କାର ଆଧାରରେ ଚରିତ୍ର ଗଠନ କରିବାକୁ ପରାମର୍ଶ ଦେଇଥିଲେ। ସଭାର ମୁଖ୍ୟ ଅତିଥି ପଣ୍ଡିତ ଡ଼ଃ ଅନ୍ତର୍ଯ୍ୟାମୀ ମିଶ୍ର ମହୋଦୟ ଢେଙ୍କାନାଳର ଇତିହାସର ପ୍ରାମାଣିକ ତଥ୍ୟ ଏବଂ ସାରସ୍ୱତ ସ୍ରଷ୍ଟାଙ୍କ ମହାନତା ବିଷୟରେ ନିଜର ଦୀକ୍ଷାନ୍ତ ଭାଷଣ ଦ୍ୱାରା ଏକକ ଅନୁଷ୍ଠାନ ଭାବେ ଫୋରମର କାର୍ଯ୍ୟକ୍ରମ ଅନନ୍ୟ ଏବଂ ସମୟ ଉପଯୋଗୀ ବୋଲି ତାଙ୍କର ସ୍ୱୀକୃତି ଦେଇଥିଲେ। କାର୍ଯ୍ୟକ୍ରମର ପ୍ରଥମ ପର୍ଯ୍ୟାୟରେ ସାହିତ୍ୟ ବିଭାଗ “ଚରୈବେତି” ର କବିତା ଆସରରେ ପ୍ରାୟ ୯୦ ଜଣ କବି ଓ କବୟିତ୍ରୀ ସ୍ୱରଚିତ କବିତା ପାଠ କରିଥିଲେ। ଶ୍ରୀ ସୁଶୀଳ କୁମାର ନନ୍ଦଙ୍କ ଅଧ୍ୟକ୍ଷତାରେ ଶ୍ରୀ ବିବେକାନନ୍ଦ ଷଡଙ୍ଗୀ, ଶ୍ରୀ ଦେବ ପ୍ରସାଦ ସାହୁ ଏବଂ କାଦମ୍ବରୀ ମହାଖୁଡ଼ ସଂଯୋଜନା କରିଥିଲେ। ଏହି କାର୍ଯ୍ୟକ୍ରମରେ ବରିଷ୍ଠ କବି ଶ୍ରୀ ବିଦ୍ୟାଧର ବାରିକ ଓ କବୟିତ୍ରୀ ରଶ୍ମି ମହାପାତ୍ର ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ଜ୍ୟୋତିର୍ମୟୀ ମଲ୍ଲିକ ଓ ମମି ଧଳ ଓଡିଶୀ ନୃତ୍ୟ ପରିବେଷଣ କରିଥିଲେ। କବିତା ଆସର ଶେଷରେ ଶ୍ରୀ ଅବିନାଶ ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିବାବେଳେ କାର୍ଯ୍ୟକ୍ରମ ଶେଷରେ କୋଷାଧ୍ୟକ୍ଷ ଶ୍ରୀ ବୈକୁଣ୍ଠନାଥ ଦ୍ବିବେଦୀ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ସମଗ୍ର କାର୍ଯ୍ୟକୁ ଶ୍ରୀ ଶିବସାଇ ମହାପାତ୍ର, ଶ୍ରୀ ଶରତ ମିଶ୍ର(ଭରଦ୍ୱାଜ) ସହଯୋଗ କରିଥିଲେ।

ଢେ଼ଙ୍କାନାଳ ରୁ ନାୟକ ଅକ୍ଷୟ ରାଜହସ୍ତୀଙ୍କ ରିପୋର୍ଟ୍

Related posts

କେନ୍ଦ୍ରୀୟ ମାନବ ଅଧିକାର ସୁରକ୍ଷା ସଙ୍ଗଠନର ଜିଲ୍ଲାସ୍ତରୀୟ ମାନବିକତା ସଚେତନତା ସଭା

ରାମକୃଷ୍ଣ ଉଚ୍ଚ ବିଦ୍ୟାଳୟରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ

Sunil Chandra Nayak

ଆତ୍ମସୁରକ୍ଷ୍ୟା ତାଲିମ ଶିବିର

Sunil Chandra Nayak

Leave a Comment

error: Content is protected !!