ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ସମବେଦନା ସହ ଆଶୁ ଆରୋଗ୍ୟ କାମନା କଲା ଜିଲ୍ଲା କଂଗ୍ରେସ ଟିମ୍ 

ନବରଙ୍ଗପୁର,୧୩/୯(ମନିସ) ନବରଙ୍ଗପୁର ଜିଲ୍ଲା ର ନବରଙ୍ଗପୁର ବିଧାନ ସଭା ନିର୍ବାଚନ ମଣ୍ଡଳୀ ର ବିଭିନ୍ନ ଅଞ୍ଚଳ ଗସ୍ତ କରିଛି ଜିଲ୍ଲା କଂଗ୍ରେସ ଟିମ୍। ଗତକାଲି ଦିନ ତମାମ୍ ରାଜ୍ୟ ଆଦିବାସୀ କଂଗ୍ରେସ ସଭାପତି ତଥା ପୂର୍ବତନ ଡ଼ାବୁଗାଁ ବିଧାୟକ ଭୂଜବଳ ମାଝୀ,ନବରଙ୍ଗପୁର ଜିଲ୍ଲା କଂଗ୍ରେସ ସଭାପତି ମୁନା ତ୍ରିପାଠୀ , ନବରଙ୍ଗପୁର ଆଦିବାସୀ କଂଗ୍ରେସ ସଭାପତି ଦିଲ୍ଲୀପ ପ୍ରଧାନୀ, ନବରଙ୍ଗପୁର ସହରର ଦୁଇ ମଣ୍ଡଳ ସଭାପତି ଦେବକାନ୍ତ ପଣ୍ଡା ,କଂଗ୍ରେସ ପରିବାରର ବରିଷ୍ଠ ନେତା ତଥା ମଣ୍ଡଳ ସଭାପତି ନବଜୀବନ ମନ୍ଧାର , ନବରଙ୍ଗପୁର ବ୍ଲକ କଂଗ୍ରେସ ଯୁବନେତା ବଳରାମ ସ୍ୱାଇଁ ନିଜର ଆତ୍ମୀୟ ପରିବାରର ଲୋକମାନଙ୍କ ସହ ସମୟ ଅତିବାହିତ କରିବା ଅବସରରେ! ନବରଂଗପୁର ଜିଲ୍ଲା ପରିଷଦ ପ୍ରାର୍ଥୀନୀ ସୁଶ୍ରୀ ଗିତା ଭତରାଙ୍କ ବଡ଼ ମାଁ (ସରପଞ୍ଚ ଅଗ୍ନିପୁର ଦିବାକର ପୂଜାରୀ ଙ୍କ ଭାଉଜ) ଅକାଳ ବିୟୋଗରେ ଯୋଗଦେବା, ଦେଉଳା ଗ୍ରାମ ର ବିଶିଷ୍ଟ ସମାଜସେବୀ ପଦ୍ମା ଭତରା (ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀଙ୍କଠାରୁ ପୁରସ୍କାର ପ୍ରାପ୍ତ)ଙ୍କ ସ୍ଵାସ୍ଥ୍ୟ ଅଵସ୍ଥା ଭଲ ନଥିବାରୁ ତାଙ୍କ ବାସ ଭବନରେ ସମବେଦନା ଜଣାଇବା।ବିକ୍ରମପୁର ଠାରେ କଂଗ୍ରେସ ଦଳର ପୁର୍ବତନ ସମ୍ପାଦକ ଙ୍କ ଦଶାହ ତିଥି ରେ ତାଙ୍କର ପରିବାର ସହ ମିଳନ ହେବା। ବିକ୍ରମପୁର ଠାରେ ଶହେ ବର୍ଷ ବୟସରେ ପଦାର୍ପଣ କରିଥିବା ସୁଲୋଚନା ଦାସ (ବିଶିଷ୍ଟ ସ୍ବାଧିନତା ସଂଗ୍ରାମୀ ତଥା ପୂର୍ବତନ ବିଧାୟକ ଜଗନ୍ନାଥ ତ୍ରିପାଠୀ ଙ୍କ ଭଉଣୀ )ଙ୍କୁ ସାକ୍ଷାତ କରି ଆଲୋଚନା କରିବା।ନବରଙ୍ଗପୁର ସାନ ମସିଗାଁର ପୂର୍ବତନ ବ୍ଲକ ଅଧ୍ୟକ୍ଷା, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟା ତଥା ନବରଙ୍ଗପୁର ଜିଲ୍ଲା କଂଗ୍ରେସ ଉପ ସଭାପତି ବୈଦେହୀଶ ମାଝୀ ଙ୍କ ‌ସ୍ବାସ୍ଥ୍ୟବସ୍ଥା ଭଲ ନ ଥିବା ଜାଣି ତାଙ୍କ ବାସ ଭଵନରେ ଭେଟି ଆଶୁ ଆରୋଗ୍ୟ କାମନା କରିବା। ସାନ ମସିଗାଁର ପୂର୍ବତନ ସରପଞ୍ଚଙ୍କ କିଛି ମାସ ତଳେ ଅକାଳ ବିୟୋଗ ପରେ ପରିବାର ବର୍ଗଙ୍କୁ ସମବେଦନା ଜଣାଇବା।ଭାରତ‌ମାଳା ଏମ୍.ଡି ନାଥ ବାବୁ ଙ୍କ ସହ ଆଲୋଚନା କରିବା ।ନବରଙ୍ଗପୁର ସହର ସ୍ଥିତ ଗାବ୍ରିଏଲ ଗୁଡା ଠାରେ ବିଶିଷ୍ଠ ସମାଜସେବୀ କିଶୋର ବାଘଙ୍କ ଅକାଳ ବିୟୋଗରେ ପରିବାର ବର୍ଗଙ୍କୁ ଭେଟି ସମବେଦନା ଜଣାଇବା।ନବରଙ୍ଗପୁର ସହର ସ୍ଥିତ ତୋଟାସାହିର ପୂର୍ବତନ ଯୁବ କଂଗ୍ରେସ ସଂପାଦକ ରାଜେନ୍ଦ୍ର ପ୍ରସାଦ ବାଘଙ୍କ ମାତୃ ବିୟୋଗରେ ପରିବାର ସହ ଦେଖା ସାକ୍ଷାତ୍ କରି ଆଲୋଚନା କରିବା ।ନବରଂଗପୁର ସହର ସ୍ଥିତ ସେନାପତି ସାହିର ଜିଲ୍ଲା କଂଗ୍ରେସ ପୂର୍ବତନ ସାଧାରଣ ସଂପାଦିକା ଶ୍ରୀମତି ଆଶାଲତା ବାଞ୍ଜାଙ୍କ ଗତ କିଛିଦିନ ତଳେ ଖ୍ରୀଷ୍ଟିଆନ ହସ୍ପିଟାଲରେ ହୋଇଥିବା ଅପରେସନ୍ ପରେ ସ୍ବାସ୍ଥ୍ୟାଵସ୍ଥା ବୁଝିବା ନିମନ୍ତେ ତାଙ୍କ ବାସ ଭଵନରେ ସାକ୍ଷାତ କରି ଆଶୁ ଆରୋଗ୍ୟ କାମନା କରୁଥିଲେ।

ନବରଙ୍ଗପୁର୍ ଜିଲ୍ଲାରୁ ରବି ନାରାୟଣ ମହାନ୍ତି ଙ୍କ ରିପୋର୍ଟ ମସିହା ନିୟୁଜ୍।

Related posts

ଟିକ୍ରାପଡ଼ା ଗ୍ରାମ ପଞ୍ଚାୟତ ର ନବନିର୍ବାଚିତ ସରପଞ୍ଚ ଜମୁନା ହରିଜନ ଙ୍କ ଦାୟିତ୍ୱ ଗ୍ରହଣ

Sunil Chandra Nayak

ସମବାୟ ନିର୍ବାଚନ, କଲମପୁର ରେ ଶଙ୍କର୍ଷଣ ବେହେରା, ମଣ୍ଡଳ ରେ ମହେନ୍ଦ୍ର ଯୋଶୀ, ବଡକୁଟୃ ରେ ପ୍ରତିଦ୍ବନ୍ଦିତା

Sunil Chandra Nayak

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା ଜଣାଣ

Sunil Chandra Nayak

Leave a Comment

error: Content is protected !!