ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବିଦ୍ୟାଳୟରେ ବିଦାୟ କାଳୀନ ସଭା ଅନୁଷ୍ଠିତ

ବାଲେଶ୍ଵର,୧୩/୯/୨୨- ବାଲେଶ୍ଵର ଜିଲ୍ଲା ଖଇରା ସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟ ଖଇରାରେ କାର୍ଯ୍ୟରତ ଶିକ୍ଷକ ଜୟନ୍ତ କୁମାର ପଣ୍ଡାଙ୍କର ଅନ୍ୟତ୍ର ବଦଳି ହୋଇଯାଇଛି । ଏହି ଉପଲକ୍ଷେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସୁଜାତା ସାହୁଙ୍କ ସଭାପତିତ୍ବରେ ବିଦ୍ୟାଳୟ ପରିସରରେ ଏକ ବିଦାୟକାଳୀନ ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ଆଲୁମିନି ସଭାପତି ମୁକ୍ତିକାନ୍ତ ଶତପଥୀ, ଓଷ୍ଟା ସଭାପତି ଦୀନବନ୍ଧୁ ଦାଶ, ଓଷ୍ଟା ସାଧାରଣ ସମ୍ପାଦକ ଷଡାନନ ପାଣିଗ୍ରାହୀ, ବିଦ୍ୟାଳୟ ଏସ ଏମ ସି ସଭାପତି ସଞ୍ଜୟ କୁମାର ସାହୁ, ଆଲୁମିନି ସଭ୍ୟ କିଶୋର ଦାସ, ପୁରାତନ ଶିକ୍ଷକ ଭୋଳାନାଥ ମହାପାତ୍ର, ନିତ୍ୟାନନ୍ଦ ଦାସ, ଅକ୍ଷିତ୍ କୁମାର ଜେନାଙ୍କ ସମେତ ବିଷ୍ଣୁ ପ୍ରସାଦ ମିଶ୍ର, ହେମନ୍ତ କୁମାର ବେହେରା, ନରୋତ୍ତମ ପୁଟି, ଗଜେନ୍ଦ୍ର ଦଳେଇ, ସୁରେନ୍ଦ୍ର ବେଶ୍ରା, ଉପେନ୍ଦ୍ର ଦାସ, ନାରାୟଣ ପଣ୍ଡା, ଗୟାଧର ହାତୀ, ଜନ୍ମେଜୟ ପଣ୍ଡା ଓ ଶ୍ରୀଧର ପଲେଇ ପ୍ରମୁଖ ମଞ୍ଚାସୀନ ଥିଲେ । ଉକ୍ତ ବିଦ୍ୟାଳୟରେ ଶ୍ରୀ ପଣ୍ଡା ଦୀର୍ଘ ୨୬ ବର୍ଷ ୪ ମାସ ଧରି ଶିକ୍ଷାଦାନ କରିଆସୁଥିଲେ । ସେ ଜଣେ ଅତ୍ୟନ୍ତ ଛାତ୍ରଛାତ୍ରୀ ବତ୍ସଳ, ସ୍ନେହୀ, ମିଷ୍ଟଭାଷୀ, ସମୟାନୁବର୍ତ୍ତିତା, ପରୋପକାରୀ ଓ ବିଦ୍ୟାଳୟର ଜଣେ ଭଲ ଶିକ୍ଷକ ଥିଲେ । ବିଦ୍ୟାଳୟ ତଥା ଛାତ୍ରଛାତ୍ରୀ ମାନଙ୍କର ଉନ୍ନତି ଦିଗରେ ସଦାସର୍ବଦା ଉଦ୍ୟମ ଜାରି ରଖିଥିଲେ, ପିଲାମାନେ କିପରି ଭଲ ନମ୍ବର ରଖି ପାଶ୍ କରିବେ, ଭବିଷ୍ୟତରେ ବଡ଼ ମଣିଷ ହୋଇ ନିଜ ଜନ୍ମମାଟି, ଵିଦ୍ଯାଳୟ ତଥା ଜିଲ୍ଲାର ଟେକ ରଖିବେ, ସେଥିପାଇଁ ସବୁବେଳେ ପିଲା ମାନଙ୍କୁ ପରାମର୍ଶ ଦେଇ ଆସୁଥିଲେ । ପ୍ରତ୍ୟେକ ପିଲାଙ୍କ ଅଭାବ ଅସୁବିଧା ବୁଝି ବିଦ୍ୟାଳୟ ତରଫରୁ ଯାହା ସମ୍ଭବ ଅବିଳମ୍ବେ ପ୍ରଦାନ କରିବା ପାଇଁ ଆଗେଇ ଆସୁଥିଲେ । ଉତ୍ତମ ଶିକ୍ଷାଦାନ, ବିଦ୍ୟାଳୟର ଉନ୍ନତିକରଣ ଏବଂ ୫-ଟି ର ସଫଳ ରୂପାୟନ ପାଇଁ ସେ ବିଦ୍ୟାଳୟରେ ସମସ୍ତଙ୍କର ଅତି ପ୍ରିୟ ଶିକ୍ଷକ ଥିଲେ ବୋଲି ମଞ୍ଚାସୀନ ଅତିଥିମାନେ ବକ୍ତବ୍ୟରେ ପ୍ରକାଶ କରିଥିଲେ । ତେଣୁ ଶ୍ରୀ ପଣ୍ଡାଙ୍କ ଅନ୍ୟ ବିଦ୍ୟାଳୟକୁ ବଦଳିରେ ବିଦାୟ କାଳୀନ ସଭାରେ ଉପସ୍ଥିତ ଥିବା ଶିକ୍ଷକ, ଶିକ୍ଷୟିତ୍ରୀ, ଶିକ୍ଷାକର୍ମଚାରୀ ଓ ଅଭିଭାବକ ଓ ଛାତ୍ରଛାତ୍ରୀ ମାନେ ଦୁଃଖରେ ଭାଙ୍ଗି ପଡିଥିଲେ ।।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ଆଲୋକର ପର୍ବ ଦୀପାବଳି: ଡାବୁଗାଁ କନ୍ୟାଶ୍ରମରେ ପାଳିଲେ ଅନ୍ତେବାସୀ ଛାତ୍ରୀ ଦୀପାବଳି

Sunil Chandra Nayak

ଗୁପ୍ତ ଧନ ପାଇବା ଆଶାରେ ବାପାଙ୍କୁ ବଳୀ ଦେବା ଉଦ୍ୟମ – ଶେଷରେ ଜେଲ ଗଲା ପୁଅ

ଆଜିଠାରୁ ଶ୍ରୀ ଶ୍ରୀ ବଳଦେବ ଜିଉ ଙ୍କ ମନ୍ଦିରରେ ଅବଢା ଆରମ୍ଭ.

Sunil Chandra Nayak

Leave a Comment

error: Content is protected !!