ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା ଜଣାଣ

ଜଣାଣ

ମାନଗୋବିନ୍ଦ ସ୍ବାଇଁ

ମନ୍ଦିର ଯାଉଛି ଫୁଲ ଡାଲା ଧରି
   ସଙ୍ଗେ ନେଇ ଧୂପ ଦୀପ
ଅର୍ପଣ କରିବି ମୋ ପୂଜା ସାମଗ୍ରୀ
   ଭକ୍ତିରେ ଛାଡ଼ୁ ମୋ ପାପ।
ଦୋଷ ଗୁଣ କ୍ଷମା ମାପ କରି ଦିଅ
    ଧରୁଛି ତବ ଚରଣ
କାହା ପାଇଁ କ୍ଷମା କା ଦୁଃଖ ଲାଘବ
    ଦେଉଛ ତୁମେ ପ୍ରମାଣ।
ମୁଁ ଜଣେ ଅଧମ କାନ୍ଦି କାନ୍ଦି ଡାକି
    ହେଉଛି ଅଧର୍ଯ୍ୟ ହରି
ମୋ ଡାକ ଗୁହାରୀ ଶ୍ରବଣ କରିକି
   ଦୁଃଖ ମୋ କରିବ ପାରି।
ଜୀବନ ଦୁଃଖ ରେ ଯନ୍ତ୍ରଣା ଭୋଗୁଛି
    ସହିବାକୁ ଦିଅ ଧର୍ଯ୍ୟ
ନେବ ଯଦି ନିଅ ପ୍ରାଣ ପକ୍ଷୀ ଯିବ
    ପ୍ରାଣରେ ନାହିଁ ମାଧୁର୍ଯ୍ଯ।
ତୋର ନାମ ଗାଇ ଆନନ୍ଦ ପାଉଛି
    ତୋ ନାମ ଛାଡ଼ିଲେ ଦୁଃଖ
ତୋତେ ନ ଦେଖିଲ ମନମୋ ବିମୁଖ
    ଦେଖିଲେ ଆସଇ ସୁଖ।

ଗୋଜାବନ୍ଧ ମହାକାଳପଡ଼ା

କେନ୍ଦ୍ରାପଡ଼ା

Related posts

ତୀର୍ଯ୍ୟକ

Sunil Chandra Nayak

ଜଗଜ୍ଜୀବନ ସା  ଙ୍କ କବିତା ଶ୍ରମବଳେ ଜିଣିପାରେ ମୁଁ ଧରା 

Sunil Chandra Nayak

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା ଜଣାଣ

Leave a Comment

error: Content is protected !!