ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଜିଲ୍ଲା ସରପଞ୍ଚ ସଙ୍ଘ ସଭାପତି ହେଲେ ଜଳଧର ଉପସଭାପତି ହେଲେ ଭଗବତୀ

ନବରଙ୍ଗପୁର,୧୪/୯(ମନିସ) ନବରଙ୍ଗପୁର ଜିଲ୍ଲା ଟାପାକାରୀୟାଗୁଡ଼ା ସ୍ଥିତ ଭତ୍ରା ଭବନ ଠାରେ ଆଜି ଜିଲ୍ଲା ସ୍ତରୀୟ ସରପଞ୍ଚ ସଙ୍ଘ ଗଠିତ ହୋଇଜାଇଛି।ଏହି ଅବସରରେ ଝରିଗାଁ ବ୍ଲକ୍ ସରପଞ୍ଚ ମୋହନ ନାୟକ ସଭାପତିତ୍ବ କରିଥିଲେ। ଜିଲ୍ଲା ସରପଞ୍ଚ ସଭାପତି ଭାବେ ଚନ୍ଦାହାଣ୍ଡି ବ୍ଲକ ମୋହରା ଗ୍ରାମ ପଞ୍ଚାୟତ ସରପଞ୍ଚ ଜଳନ୍ଧର ମାଝୀ ମନୋନିତ ହୋଇଥିବା ବେଳେ, ଉପସଭାପତି ଭାବେ ପାପଡ଼ାହାଣ୍ଡି ବ୍ଲକ ପାତ୍ରୀ ସରପଞ୍ଚ ତଥା ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଭଗବତୀ ଭତ୍ରା, ସମ୍ପାଦକ ନବରଙ୍ଗପୁର ବ୍ଲକ୍ ବାଘସିଉନି ସରପଞ୍ଚ କୃଷ୍ଣ ଚନ୍ଦ୍ର ଭତ୍ରା,ସହ ସମ୍ପାଦକ ପାପଡ଼ାହାଣ୍ଡି ବ୍ଲକ ମୋକିଆ ସରପଞ୍ଚ ଜଗତ ଜୀବନ ନାୟକ,କୋଷାଧ୍ୟକ୍ଷ ତେନ୍ତୁଳିଖୁଣ୍ଟି ବ୍ଲକ ଦିଗୀ ସରପଞ୍ଚ କିଶୋର ନାୟକ, ଉପଦେଷ୍ଟା ନବରଙ୍ଗପୁର ବ୍ଲକ ଅଗ୍ନିପୂର ଗ୍ରାମ ପଞ୍ଚାୟତ ସରପଞ୍ଚ ଦିବାକର ପୁଜାରୀ, ମନୁରାମ ମାଝୀ ସରପଞ୍ଚ ଉମରକୋଟ ବ୍ଲକ୍, ଉପଦେଷ୍ଟା , ରାୟଘର ବ୍ଲକ ସରପଞ୍ଚ ନନ୍ଧଲାଲା ମାଝୀ,ଉପଦେଷ୍ଟା, ତେନ୍ତୁଳିଖୁଣ୍ଟି ବ୍ଲକ୍ ସରପଞ୍ଚ ଶିବାନନ୍ଦ ପ୍ରଧାନୀ ଉପଦେଷ୍ଟା, ଡ଼ାବୁଗାଁ ବ୍ଲକ୍ ସରପଞ୍ଚ ଶୁକ୍ରୁ ପୁଜାରୀ ଉପଦେଷ୍ଟା ଭାବେ ମନୋନୀତ ହୋଇଥିବା ବେଳେ ଜିଲ୍ଲା ର ସବୁ ସରପଞ୍ଚ ମାନେ ଉପସ୍ଥିତ ଥିଲେ ।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତି ଙ୍କ ରିପୋର୍ଟ ମସିହା

ନିୟୁଜ୍।

Related posts

କୋକସରା ପଞ୍ଚାୟତ ସମିତି ର ପ୍ରଥମ ସମିତି ବୈଠକ ଅନୁଷ୍ଠିତ

Sunil Chandra Nayak

ଡାକ୍ତର ଦିନ ବନ୍ଧୁ ମହାନନ୍ଦ ଙ୍କୁ ମାଡ଼ ଘଟଣା କୁ ନେଇ ସମସ୍ତ କର୍ମଚାରୀ ଙ୍କ ଆନ୍ଦୋଳନ

Sunil Chandra Nayak

ବନ୍ଧୁ ମିଳନ ପର୍ବ

Sunil Chandra Nayak

Leave a Comment

error: Content is protected !!