ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଖୁଣ୍ଟିଆ ଠାରେ ଗ୍ରାମ ପଞ୍ଚାୟତ ସ୍ତରୀୟ ଯୁଗ୍ମ ଜନ ଶୁଣାଣି ଶିବିର

ýକୋକସରା,୧୪/୯- ( ମ ନି ସ  ) କୋକସରା ବ୍ଲକ ଖୁଣ୍ଟିଆ ପଞ୍ଚାୟତ କାର୍ଯ୍ୟାଳୟ ଠାରେ ସୋମବାର ପଞ୍ଚାୟତ ସ୍ତରୀୟ ଯୁଗ୍ମ ଜନ ଶୁଣାଣି ଓ ସମାଧାନ ଶିବିର ଅନୁଷ୍ଠିତ ହୋଇଛି । ବିଡିଓ ବିନୟ କୁମାର ଭୋଇଙ୍କ ଅଧ୍ୟକ୍ଷତାରେ ବ୍ଲକ ଉପାଧ୍ୟକ୍ଷ ରାଜୀବ ଅଗ୍ରୱାଲ, ଗ୍ରାମ ପଞ୍ଚାୟତ ସଂପ୍ରସାରଣ ଅଧିକାରୀ ନାରାୟଣ ଭୋଇ, ସାମଜିକ ସୁରକ୍ଷା ଅଧିକାରୀ ଦୀପକ କୁମାର ବେହେରା, ସମାଜ ମଙ୍ଗଳ ଅଧିକାରୀ ଦାମୋଦର ବିଶ୍ୱାଲ, କୋକସରା ଭାରପ୍ରାପ୍ତ ତହସିଲଦାର ରାକେଶ ପରୁଆ, ଯୋଗାଣ ନିରିକ୍ଷକ ଜଗାରାମ ମୁର୍ମୁ, ଖୁଣ୍ଟିଆ ସରପଞ୍ଚ ମାଧୁରୀ ଧରୁଆ, ସମିତି ସଭ୍ୟ ଦେବେନ୍ଦ୍ର ମାଝୀ ସମେତ ଶିକ୍ଷା, ସ୍ୱାସ୍ଥ୍ୟ ଓ ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପର ଅଧିକାରୀ ମାନେ ଉପସ୍ଥିତ ରହିଥିଲେ । ଏହି ଶିବିରରେ ପଞ୍ଚାୟତର ବିଭିନ୍ନ ଗ୍ରାମରୁ ବହୁ ସଂଖ୍ୟକ ହିତାଧିକାରୀ ଯୋଗଦେଇ ଆବାସ, ବାର୍ଦ୍ଧକ୍ୟ ଭତ୍ତା, ପିଡିଏସ୍ ସାମଗ୍ରୀ ଓ ଅନ୍ୟାନ୍ୟ ଅଭିଯୋଗ ଓ ଆବେଦନ କରିଥିଲେ । ଶିବିରରେ ଭତ୍ତା, ଆବାସ ଘର ଓ ରାସନ ପାଇଁ ମୋଟ ୨୪୧ ଜଣ ଆବେଦନ କରିଥିବା ବେଳେ ୧୯ ଗୋଟି ସମସ୍ୟା ଉପରେ ତୁରନ୍ତ ସମାଧାନ କରଯାଇଥିଲା । କାର୍ଯ୍ୟକ୍ରମରେ ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ରାଜେନ୍ଦ୍ର ସୋରୀ, କନିଷ୍ଠ ଯନ୍ତ୍ରୀ ଅମ୍ବିକା ମାଝି, ଗ୍ରାମ ରୋଜଗାର ସେବକ ଟିକେଶ୍ୱର ରାଉତ, ଯୋଗାଣ ସହାୟକ ନରେନ୍ଦ୍ର ବିଷି, ବିଏଫ୍‌ଟି ଲକ୍ଷ୍ମି ନାରାୟଣ ବେହେରା ସମେତ ପଞ୍ଚାୟତ କର୍ମଚାରୀ ସହଯୋଗ କରିଥିଲେ ।

Related posts

ରାଜ୍ୟସ୍ତରୀୟ ସାହିତ୍ୟ ଏବଂ ଆଧ୍ୟାତ୍ମିକ ସମ୍ମିଳନୀ ୨୦୨୨ ଅନୁଷ୍ଠିତ

Sunil Chandra Nayak

ଫାଲଗୁନି ରଣା ଙ୍କ କବିତା ଜୟ ଗଣନାଥ

Sunil Chandra Nayak

ବିଜୟ କୁମାର ଜେନା ଙ୍କ କବିତା ସକାଳର ଜଣାଣ କବି ଟିଏ ମୁହିଁ

Sunil Chandra Nayak

Leave a Comment

error: Content is protected !!