ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଵାଲା ଓ ପୋଷଣ ବଗିଚା କାର୍ଯ୍ୟକ୍ରମ ପାଇଁ ବୈଠକ ଅନୁଷ୍ଠିତ 

କୋକସରା,୧୪/୯- ( ମ ନି ସ)  କୋକସରା ବ୍ଲକର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କୈବଲ୍ୟ ଶିକ୍ଷା ସଂଗଠନ ସୌଜନ୍ୟରୁ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଓ ସହଯୋଗୀ ଶିକ୍ଷକ ମାନଙ୍କ ସହଯୋଗରେ ଵାଲା ଓ ପୋଷଣ ବଗିଚା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କୋକସରା ବ୍ଲକ ଅତିରିକ୍ତ ଶିକ୍ଷାଧିକାରୀ ତୋଫାନ ମାଝୀ ଯୋଗ ଦେଇ ଥିବା ବେଳେ ମୁଖ୍ୟବକ୍ତା ଭାବେ ଆଦର୍ଶ ବିଦ୍ୟାଳୟ ବଙ୍ଗୋମୁଣ୍ଡା ଅଧ୍ୟକ୍ଷ ଦୀନବନ୍ଧୁ କର, ନୋଡାଲ ସିଆରସିସି ବୈକୁଣ୍ଠ ଜାଳ ଏବଂ ସମ୍ମାନିତ ଅତିଥି ଭାବରେ ଶିକ୍ଷକ ସୁବାସ ବାଗ, ଅଜୟ ମାଝୀ , ଦୁର୍ଯ୍ୟୋଧନ ବାଗ, ଭାଗ୍ୟବାନ ବାଗ, ଦୟାସାଗର ଘି, ଶିକ୍ଷୟିତ୍ରୀ ଜୟଶ୍ରୀ ଵାଲା ଠାକୁର, ଡଲି ନାଏକ ଉପସ୍ଥିତ ରହିଥିଲେ। ଏହି କାର୍ଯ୍ୟକ୍ରମରେ ଚିତ୍ର ମାଧ୍ୟମରେ ବିଦ୍ୟାଳୟ କାନ୍ଥରେ ଅଙ୍କନ କରି ଛାତ୍ର ଛାତ୍ରୀଙ୍କୁ ପାଠ ପଢା ପାଇଁ ଆକୃଷ୍ଟ କରାଇବା ସହିତ ମଧ୍ୟାହ୍ନ ଭୋଜନରେ ପୋଷକ ଆହାର ନିମନ୍ତେ ପୋଷଣ ବଗିଚା କାର୍ଯ୍ୟକ୍ରମରେ ବିଭିନ୍ନ ପନିପରିବା ଗଛ ଲଗାଇବା ପାଇଁ ପରାମର୍ଶ ଦିଆଯାଇଛି । କୋକସରା ବ୍ଲକ ମ୍ୟାନେଜେର କୌଶଳ କିଶୋର ବିଦ୍ୟାଳୟରେ ପିଲାଙ୍କ ଶିକ୍ଷାର ବିକାଶ ଲାଗି ଶିକ୍ଷକ ମାନଙ୍କର ଏହି ଉଦ୍ୟମକୁ ପ୍ରସଂଶା କରି କୋଭିଡ ଯୋଗୁ ପିଲାଙ୍କ ପାଠ ପଢ଼ାରେ ଆଗ୍ରହ କମି ଯାଇଥିବା ଓ ଏହାକୁ ବୃଦ୍ଧି କରାଇବା ପାଇଁ ଶିକ୍ଷକଙ୍କ ସହ ଅଭିଭାବକ ମାନେ ସହଯୋଗ କରିବା ପାଇଁ ଅନୁରୋଧ କରିଥିଲେ । ଏହି କାର୍ଯ୍ୟକ୍ରମ ଯୋଗୁଁ ବିଦ୍ୟାଳୟର ସୌନ୍ଦର୍ଯ୍ୟ ବୃଦ୍ଧି ସଂଗେ ସଂଗେ ପିଲାଙ୍କୁ ବିଦ୍ୟାଳୟକୁ ଅଧିକ ସଂଖ୍ୟାରେ ଆସିବାକୁ ଆଗ୍ରହ ବଢ଼ିବାରେ ସହଯୋଗ କରିବ । ଏହି କାର୍ଯ୍ୟକ୍ରମ ନୂଆ ହୋଇଥିବାରୁ ପିଲା ମାନେ ବହୁତ ଆଗ୍ରହର ସହ ଏହାକୁ ଉପଭୋଗ କରିବେ ବୋଲି ଅତିଥି ମାନେ କହିଥିଲେ । ଏହି କାର୍ଯ୍ୟକ୍ରମରେ ଶିକ୍ଷକ ବୈକୁଣ୍ଠ ଜାଳ ମଞ୍ଚ ପରିଚାଳନା କରିଥିବା ବେଳେ ଏହି ଅଭିଯାନକୁ ସଫଳ କରାଇବାରେ କୈବଲ୍ୟ ଶିକ୍ଷା ସଂଗଠନର କର୍ମକର୍ତ୍ତା ଓ କୋକସରା ଶିକ୍ଷା ବିଭାଗ ର ୩୩ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ, ସହ ଶିକ୍ଷକ ମାନେ ଉପସ୍ଥିତ ରହି ସହଯୋଗ କରିଥିଲେ |

Related posts

ରାଇରଙ୍ଗପୁର ତାଲୁକ ଆଇନ ସେବା କମିଟି ତରଫରୁ ୭୩ ତମ ବନ ମହୋତ୍ସବ ପାଳିତ

ସତ୍ୟରଞ୍ଜନ ସ୍ୱାଇଁ ଙ୍କ କବିତା ପ୍ରେମ

Sunil Chandra Nayak

ଜୁଆ ଅଡ୍ଡାରେ ୧୩ ଜଣଙ୍କୁ ଧରିଲା ଖାତିଗୁଡା ପୋଲିସ 

Sunil Chandra Nayak

Leave a Comment

error: Content is protected !!