ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଢେଙ୍କାନାଳ ରେ ଜିଲ୍ଲା ସ୍ତରୀୟ ନୂଆଁଖାଇ ଭେଟ୍ ଘାଟ୍ ୨୦୨୨

 ଢେଙ୍କାନାଳ ଜିଲ୍ଲା ସଂସ୍କୃତି ଭବନ ପରିସରରେ ଗତ ତା ୧୪.୦୯.୨୨ ରିଖ ରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ସହାୟତା ରେ ଏବଂ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସଂସ୍କୃତି ପରିଷଦ ର ଆୟୋଜନ ରେ ନୂଆଁଖାଇ ଭେଟଘାଟ ୨୦୨୨ ପାଳିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମ ରେ ୫୦ ଜଣ ଛାତ୍ରଛାତ୍ରୀ ସମ୍ବଲପୁରୀ ବେଶ ରେ କୌତୁକ ପୋଷାକ ପ୍ରଦର୍ଶନ କରିଥିଲେ। ମୁଖ୍ୟ ଅତିଥି ଭାବେ ସମ୍ମାନୀୟ ଜିଲ୍ଲାପାଳ ଶ୍ରୀଯୁକ୍ତ ସରୋଜ କୁମାର ସେଠୀ, ମୁଖ୍ୟ ବକ୍ତା ରାଜ୍ୟ କଳା ସଂସ୍କୃତି ସଂଘ ର ଉପସଭାପତି ଶ୍ରୀଯୁକ୍ତ ଅବନୀ ମିଶ୍ର, ଜିଲ୍ଲା ସଂସ୍କୃତି ଅଧିକାରୀ ସୁଶ୍ରୀ ପ୍ରିୟମ୍ବଦା ବେହେରା ଯୋଗଦେଇ ଥିଲେ।ଅନ୍ୟତମ ଅତିଥି ଭାବେ ପଶ୍ଚିମ ଓଡ଼ିଶାର ଶ୍ରୀଯୁକ୍ତ ସୂର୍ଯ୍ୟ ନାରାୟଣ ବରିହା ଯୋଗ ଦେଇ ପ୍ରଥମେ ନୂଆଁଖାଇ ବିଷୟରେ ଅବଗତ କରିଥିଲେ।ମୁଖ୍ୟ ଅତିଥି ସମ୍ମାନୀୟ ଜିଲ୍ଲାପାଳ ଶ୍ରୀଯୁକ୍ତ ସରୋଜ କୁମାର ସେଠୀ ନୂଆଁଖାଇ ଏକ ଭାଇଚାରା ର ପର୍ବ ଏବଂ ସମସ୍ତେ ମିଳିମିଶି କାମ କରିଲେ ଆମ ଜିଲ୍ଲା ର ସର୍ବାଙ୍ଗୀନ ଉନ୍ନତି ହୋଇପାରିବ ବୋଲି କହିଥିଲେ।ରାଜ୍ୟ କଳା ସଂସ୍କୃତି ସଂଘ ର ଉପସଭାପତି ଶ୍ରୀଯୁକ୍ତ ମିଶ୍ର ନୂଆଁଖାଇ ବିଷୟରେ ସୂଚନା ଦେବା ସହିତ ସମସ୍ତଙ୍କ ର ମଙ୍ଗଳ କାମନା କରିଥିଲେ। ସଂସ୍କୃତି ଅଧିକାରୀ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଥିଲେ।ପରେ ପରେ ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା। ସନ୍ଧ୍ୟା ରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। କାର୍ଯ୍ୟକ୍ରମ କୁ ଶ୍ରୀଯୁକ୍ତ ସୁଶାନ୍ତ କୁମାର ପାଣି ପରିଚାଳନା କରିଥିଲେ।

ଢେ଼ଙ୍କାନାଳ ରୁ ନାୟକ ଅକ୍ଷୟ ରାଜହସ୍ତୀ ଙ୍କ ରିପୋର୍ଟ୍

Related posts

ଶେଷବର୍ଷ ଛାତ୍ରଛାତ୍ରୀଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା

Sunil Chandra Nayak

ନାୟକ ଅକ୍ଷୟ ରାଜହସ୍ତୀ ଙ୍କ କବିତା ଲାବଣ୍ୟ ମୟି ମୌସୁମୀ

Sunil Chandra Nayak

ମହତାବ ଜୟନ୍ତୀ ଅବସରରେ ସହର ସେବା ସମିତିର ପ୍ରତିଷ୍ଠା ଦିବସ ଓ ଆଲୋଚନାଚକ୍ର 

Sunil Chandra Nayak

Leave a Comment

error: Content is protected !!