ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ନର୍ମଦା ନାୟକ ଙ୍କ କବିତା ମିଛ ମାୟା ସଂସାର

    ମିଛ ମାୟା ସଂସାର

          ରାଗ -ରାମକେରୀ 
ଦୁର୍ଲଭ ମାନବ ଜୀବନ ମିଛ ମାୟା ସଂସାରେ
ଅଢେଇ ଦିନକୁ ବଢ଼େଇ ମୋର ମୋର ବୋଲିରେ ll(1) 
ରହିବ ପଶ୍ଚାତେ ସକଳ ଯିବ ଧରମ ସାଥେ
ଅଫେରା ରାଇଜେ ବାହୁଡା଼ଫେରିବା ଅନିଶ୍ଚିତେ ll(2) 
ଜୀବନର ସାଥୀ ଶରୀର ଲୀନ ହେବ ମାଟିରେ
ହଜିଯିବ ସବୁ ସପନ କେହି ନୁହେଁ କାହାରେ l(3) 
ଧନ ଦଉଲତ ପ୍ରତିଷ୍ଠା ପ୍ରତିପତ୍ତି ଲୋଭରେ
ମଣିଷ ପଣିଆ ଭୁଲଇ ଅଳୀକ ଜୀବନରେ ll(4) 
ଶୂନ୍ୟ ହସ୍ତେ ଆସି ବାହୁଡେ ଶୂନ୍ୟ ହସ୍ତରେ ପୁଣି
ରଙ୍ଗମଞ୍ଚେ ବଞ୍ଚି ରହଇ କୋଟି ହୃଦୟ ଜିଣି ll(5) 
ଗର୍ବ ଅହମିକା କଳୁଷ ପଙ୍କେ ପତିତ ଜନେ
ମିଛ ମାୟା ଭରା ସଂସାରେ ବିଭୂ ରକ୍ଷକ ଜଣେ ll(6) 
ଏନ୍ତୁଡ଼ି ଶାଳରୁ ମଶାଣୀ ମଧ୍ୟେ ଜୀବନ କାଳେ
ବେଳ ଥାଉଁ ଥାଉଁ ବାନ୍ଧିବା ବନ୍ଧ ଭବ ସାଗରେ (7)

ନର୍ମଦା ନାୟକ

ରାଉରକେଲା 
  

Related posts

ବାଲିଆପାଳ କଂଗ୍ରେସ କମିଟି ତରଫରୁ ଭାରତଯୋଡ ପଦଯାତ୍ରା

Sunil Chandra Nayak

ଶିଶିର ସାହୁ ମନୋଜ ଙ୍କ ଆଲେଖ୍ୟ •ପଦ୍ମପୁରର ବୋଡ଼ାସମ୍ବର• 

Sunil Chandra Nayak

କାହା ସ୍ଵାର୍ଥରେ ବସୁଧା ଯୋଜନା ?

Sunil Chandra Nayak

Leave a Comment

error: Content is protected !!