ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କୈଳାସ ଚ଼ନ୍ଦ୍ର ପାଢ଼ୀ ଙ୍କ କବିତା ମୁଁ

।। ମୁଁ ।।

               

                    କୈଳାସ ଚ଼ନ୍ଦ୍ର ପାଢ଼ୀ

ମେଘମହ୍ଲାରର
ସୁର ନୁହେଁ ମୁହିଁ
           ମୁଁ ଏକ ଅଦିନ ଝଡ଼,
ଧୂମକେତୁ ମୁହିଁ
ମୁହିଁ ଯେ ଲଞ୍ଜା
           କେବେ ବା ଅଗ୍ନିରଡ଼ ।।
କେବେ ଶ୍ରାବଣର
ଝରାମେଘ ମୁହିଁ
          କେବେ ବା ରୌଦ୍ର ତାପ,
କେବେ ନିହାରୀକା
ଅକ୍ଷାଂଶ-ଦ୍ରାଘିମା
          ସହେ ପୃଥିବୀର ଚା଼ପ।।
କେବେ ସାଜି ଯାଏ
ଛାୟାପଥ ଟିଏ
          କେବେ ଅଣଚ଼ାଶୀ ବାଆ,
ଅଥଳ ଜଳର
ନାଉରୀଟିଏ ମୁଁ
          ମେଲି ଅଛି ମୋର ନାଆ ।।
ଜନ୍ମ ଠିକଣା
ଖୋଜେନାହିଁ ମୋର
          ମୁଁ ଯେ ନିର୍ମୂଳି ଲଟା,
କେତେବେଳେ କାର
ଭାଗ୍ୟାକାଶ ରେ
          ନେଇ ଆସେ ଘନଘଟା ।।
ବିଶ୍ବାମିତ୍ରର
କ୍ରୋଧେ ଥାଏଁ କେବେ
         କେବେ ବଶିଷ୍ଠର ପ୍ରାଣେ,
କେବେ ହଜିଯାଏ
ମଉନ ମଗ୍ନେ
         ନିର୍ବାଣ ସନ୍ଧାନେ ।।
     

କୁମାର ପୁର। ଅନନ୍ତ ପୁର ।

ବାସୁଦେବ ପୁର। ଭଦ୍ରକ ।

Related posts

ତ୍ରିଲୋଚନ ପାଢୀ ଙ୍କ କବିତା ଆଲୋକର ପର୍ବ ଦୀପାବଳୀ

Sunil Chandra Nayak

ନିର୍ଦ୍ଵନ୍ଦରେ ସମବାୟ ସଭାପତି ଭାବେ ନିର୍ବାଚିତ ହେଲେ ସାମ୍ବାଦିକ ତଥା ସମାଜସେବୀ ତୁଳମଣି ନାଗ

Sunil Chandra Nayak

ନର୍ଲା ବ୍ଲକରେ ବଡ଼ ଖବର ସମ୍ପାଦକଙ୍କ ଗିରଫକୁ ବିଭିନ୍ନ ସଙ୍ଗଠନରେ ନିନ୍ଦା

Leave a Comment

error: Content is protected !!