ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କୈଳାସ ଚ଼ନ୍ଦ୍ର ପାଢ଼ୀ ଙ୍କ କବିତା ମୁଁ

।। ମୁଁ ।।

               

                    କୈଳାସ ଚ଼ନ୍ଦ୍ର ପାଢ଼ୀ

ମେଘମହ୍ଲାରର
ସୁର ନୁହେଁ ମୁହିଁ
           ମୁଁ ଏକ ଅଦିନ ଝଡ଼,
ଧୂମକେତୁ ମୁହିଁ
ମୁହିଁ ଯେ ଲଞ୍ଜା
           କେବେ ବା ଅଗ୍ନିରଡ଼ ।।
କେବେ ଶ୍ରାବଣର
ଝରାମେଘ ମୁହିଁ
          କେବେ ବା ରୌଦ୍ର ତାପ,
କେବେ ନିହାରୀକା
ଅକ୍ଷାଂଶ-ଦ୍ରାଘିମା
          ସହେ ପୃଥିବୀର ଚା଼ପ।।
କେବେ ସାଜି ଯାଏ
ଛାୟାପଥ ଟିଏ
          କେବେ ଅଣଚ଼ାଶୀ ବାଆ,
ଅଥଳ ଜଳର
ନାଉରୀଟିଏ ମୁଁ
          ମେଲି ଅଛି ମୋର ନାଆ ।।
ଜନ୍ମ ଠିକଣା
ଖୋଜେନାହିଁ ମୋର
          ମୁଁ ଯେ ନିର୍ମୂଳି ଲଟା,
କେତେବେଳେ କାର
ଭାଗ୍ୟାକାଶ ରେ
          ନେଇ ଆସେ ଘନଘଟା ।।
ବିଶ୍ବାମିତ୍ରର
କ୍ରୋଧେ ଥାଏଁ କେବେ
         କେବେ ବଶିଷ୍ଠର ପ୍ରାଣେ,
କେବେ ହଜିଯାଏ
ମଉନ ମଗ୍ନେ
         ନିର୍ବାଣ ସନ୍ଧାନେ ।।
     

କୁମାର ପୁର। ଅନନ୍ତ ପୁର ।

ବାସୁଦେବ ପୁର। ଭଦ୍ରକ ।

Related posts

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା ଜଣାଣ

Sunil Chandra Nayak

ମିଶନ ଶକ୍ତି ଋଣ ମେଳା ରେ ୧୮୧ ସ୍ବୟଂ ସହାୟକ ଗୋଷ୍ଠୀଙ୍କୁ ତିନି କୋଟି ୭୨ ଲକ୍ଷ ଋଣ ପ୍ରଦାନ 

Sunil Chandra Nayak

ଅପର୍ତ୍ତି ସେଠୀ ଙ୍କ କବିତା ଆଜିର ତାଜା ଖବର

Leave a Comment

error: Content is protected !!