ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ସତ୍ୟରଞ୍ଜନ ସ୍ୱାଇଁ ଙ୍କ କବିତା ଦୁଃଖ

        ଦୁଃଖ 

କେତେ ଆଉ ଦୁଃଖ ଦେବ 
             ଆହେ ଦୀନବନ୍ଧୁ
ଦୀନ ଦୁଃଖୀ ବୋଲି ସିନା 
            ତୁମ ପାଶେ କାନ୍ଦୁ 
କେତେ ଆଉ ଦୁଃଖ ଦେବ ………..୧ 
ସରଗର ସୁଖ ତୁମେ 
               କାହାକୁ ଦେଇଛ
ମୋ ଭାଗ୍ୟରେ ଏତେ ଦୁଃଖ
             କାହିଁକି ଲେଖିଛ
କି ଦୋଷ କରିଛି କୁହ
            ଆହେ କୃପାସିନ୍ଧୁ
କେତେ ଆଉ ଦୁଃଖ ଦେବ ………..୨ 
ସତେ କିବା କୃପାହେବ 
            ମୋହରି ଉପରେ
ଦୋଷ ମୋର କ୍ଷମା ଦେଵ
           ତୁମେ କି ସତରେ
ଭାବିଥିଲି ଜୀବନରେ
           ତୁମେ ମୋର ବନ୍ଧୁ
କେତେ ଆଉ ଦୁଃଖ ଦେବ ………..୩ 
ତୁମ ପାଦ ଧୂଳି ଯେବେ 
             ମଥାରେ ଲାଗିବ
ପାପ ପୁଣ୍ୟ ସବୁ ମୋର 
              କିଛି ନ ରହିବ
ଏତିକି କରୁଣା କର 
           ଆହେ କୃପାସିନ୍ଧୁ       
କେତେ ଆଉ ଦୁଃଖ ଦେବ 
             ଆହେ ଦୀନବନ୍ଧୁ………..୪

ସତ୍ୟରଞ୍ଜନ ସ୍ୱାଇଁ

ଅବଦଲପୁର, ଯାଜପୁର

Related posts

ଚନ୍ଦ୍ରକଳା ଙ୍କ କବିତା ନିଦାଘ

ପ୍ରକଳ୍ପ ଅନୁମୋଦନ କଲେ ଲୋକପ୍ରିୟ ବିଧାୟକ ଜ୍ଯୋତିପ୍ରକାଶ ପାଣିଗ୍ରାହୀ

Sunil Chandra Nayak

ବେଣୁଧର ସୂତାର ଙ୍କ କବିତା ଶ୍ରାବଣୀ ଗୋ ତୁମେ

Sunil Chandra Nayak

Leave a Comment

error: Content is protected !!