ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା ଜଣାଣ

ଜଣାଣ

ମାନଗୋବିନ୍ଦ ସ୍ବାଇଁ

ବଡ଼ଦାଣ୍ଡ ଦୃଶ୍ୟ ଭକ୍ତଙ୍କ ଗହଳି
    କାଳିଆର ଦେଖ ମେଳି
ମନ୍ଦିରୁ ଆସଇ ଢଳି ଢଳି ପ୍ରଭୁ
 ଘନ କଳା ବନମାଳୀ।
ଟାହିଆ ହଲୁଛି ଚାମର ପଡୁଛି
   ପଡେ ହରି ବୋଲ ଶଦ୍ଦ
ଗହଳି ଭିତରେ ମୁରୁକି ହସୁଛି
   ଚାହିଁଲେ ଖସେ ବିପଦ।
ନିମିଷେ ଦେଖୁଛି ନିମିଷେ ଲୁଚୁଛି
    ବଡ଼ଦାଣ୍ଡ ତାର ଖେଳ
ଭକତ ଦେଖିଲେ ପାପ ଦୂର ଯାଏ
   ଭକ୍ତ ପାଏ ନିଜ ବଳ।
ରଥ ପରେ ବସି ଦର୍ଶନ ଦିଅନ୍ତି
   ବର୍ଷେ ଥରେ ବଡଦାଣ୍ଡେ
ସଭିଙ୍କୁ ଦର୍ଶନ ସଭିଙ୍କ ମଙ୍ଗଳ
   ଶାନ୍ତି ରଖନ୍ତି ବ୍ରହ୍ମାଣ୍ଡେ।
ବଡ଼ଦାଣ୍ଡ ଗୀତ ବଡ଼ଦାଣ୍ଡ ନୃତ୍ୟ
   ମନୋରଞ୍ଜନ ର ଶୋଭା
ଭକ୍ତ ପାଇଁ ସଦା ବରଷକୁ ଥରେ
    ବଡ଼ଦାଣ୍ଡ ହୁଏ ଉଭା।

ଗୋଜାବନ୍ଧ ମହାକାଳପଡ଼ା

କେନ୍ଦ୍ରାପଡ଼ା

Related posts

ନୂଆପଡା ଗସ୍ତରେ ପଶ୍ଚିମ ଓଡିଶା ବିକାଶ ପରିଷଦ ଅଧକ୍ଷ ଅଶୀତ ତ୍ରିପାଠୀ ଆସି ଖଡ଼ିଆଳ କଲେଜ ଠାରେ ୯.୮ କୋଟି ଟାଉନ ହଳ,ଅଡିଟରୀୟମ ଶିଳାନ୍ୟାସ

ବନଲତା ଜାଲି ଙ୍କ କବିତା ମୁଁ ହେବି ନେତ୍ରୀ 

Sunil Chandra Nayak

ନିର୍ଦ୍ଵନ୍ଦରେ ସମବାୟ ସଭାପତି ଭାବେ ନିର୍ବାଚିତ ହେଲେ ସାମ୍ବାଦିକ ତଥା ସମାଜସେବୀ ତୁଳମଣି ନାଗ

Sunil Chandra Nayak

Leave a Comment

error: Content is protected !!