ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବିଶ୍ଵ ଓଜନ ଦିବସ ପାଳିତ

ଡାବୁଗାଁ, ୧୬/୯ ନବରଙ୍ଗପୁର ଜିଲା ଡାବୁଗାଁ ବନାଞ୍ଚଳ ଅଧୀନ ମୁଦିଗୁଡା ଗ୍ରାମରେ ଡାବୁଗାଁ ବନ ବିଭାଗ ତରଫରୁ ବିଶ୍ଵ ଓଜନ ଦିବସ ଶୁକ୍ରବାର ପାଳିତ ହୋଇଯାଇଛି | ଏଥିରେ ଡାବୁଗାଁ ବନାଞ୍ଚଳ ଅଧିକାରୀ ସେତୁରଞ୍ଜନୀ ଗମଙ୍ଗୋ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଓଜନ ଦିବସ ପାଳନ ଉପରେ ବୁଝାଇଥିଲେ | ଜଙ୍ଗଲ କ୍ଷୟ ଯୋଗୁଁ ତାପମାତ୍ରା ବୃଦ୍ଧି ସହିତ ଓଜନ ରନ୍ଧ୍ର ଉପରେ ପ୍ରଭାବ ପଡୁଛି ଏବଂ ଜଳବାୟୁ ପରିବର୍ତ୍ତନ, ମାନବ ସମ୍ବଳ ଉପରେ ପଡୁଥିବା ପ୍ରଭାବ ଉପରେ କହିଥିଲେ | ଏଥିରେ ଡାବୁଗାଁ ବନପାଳ ମଧୁସୂଦନ ପାତ୍ର, ବନରକ୍ଷୀ ରଞ୍ଜିତା ମହାପାତ୍ର, ରିତାରାଣୀ ବିଶ୍ଵାସରାୟ, ମନୋରଞ୍ଜନ ନାୟକ, ଉମାଶଙ୍କର ମିଶ୍ର, କାର୍ତ୍ତିକ ମାଝି, ମୁଦିଗୁଡା ବିଦ୍ୟାଳୟ ର ଶିକ୍ଷକ ଶିବରାମ ଭୋଇ, ବନ ସଂରକ୍ଷଣ ସମିତି ର ସଭାପତି ରଘୁନାଥ ଗୌଡ, ଗ୍ରାମବାସୀ ଓ ଛାତ୍ରୀଛାତ୍ର ମାନେ ଉପସ୍ଥିତ ଥିଲେ | ଆମ ଜଙ୍ଗଲ ଯୋଜନା ର କର୍ମ କର୍ତ୍ତା ହରିହର ନାୟକ ପରିଚାଳନା କରିଥିଲେ |

ପ୍ରଜ୍ଞାରଞ୍ଜନ ପରିଡା, ଡାବୁଗାଁ

Related posts

ଖଡ଼ିଆଳ ପାଟଣା କ୍ଷତ୍ରୀୟ ସମାଜ ତରଫରୁ ଖଡ଼ିଆଳ ଅଂଚଳ କମିଟୀ ଗଠିତ

Sunil Chandra Nayak

ଜନତା ସରକାରୀ ଉଚ୍ଚ ବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀ ରାଜ୍ୟ ସଭା ସାଂସଦ ମମତା ମହାନ୍ତଙ୍କ ଦ୍ବାରା ଶୁଭ ଉଦଘାଟିତ

Sunil Chandra Nayak

ପୂର୍ବ ଶତ୍ରୁତାକୁ ଭୁଲିଯାଇ ଚୌଧୁରୀ ପରିବାର ର ୧୨୮ ସଦସ୍ୟ ଏକାଠି ନୂଆ ଖାଇଲେ

Sunil Chandra Nayak

Leave a Comment

error: Content is protected !!