ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଖଜୁରୀପଡାରେ ରାଜସ୍ବ ଅଦାଲତ ଶିବିର ଅନୁଷ୍ଠିତ

ଫୁଲବାଣୀ -:   କନ୍ଧମାଳ ଜିଲ୍ଲା ଖଜୁରୀପଡା ସଦରମହକୁମା ତଥା ମୁଖ୍ୟାଳୟ ରାଜସ୍ବ କୋର୍ଟ କାର୍ଯ୍ୟାଳୟ ଠାରେ ଆଜି ତହସିଲଦାର ଶ୍ରୀମତୀ ସ୍ୱପ୍ନିତା ନାୟକଙ୍କ ଅଧ୍ୟକ୍ଷତାରେ ରାଜସ୍ବ ଅଦାଲତ ଅନୁଷ୍ଠିତ ହୋଇଥିଲା।ଜିଲ୍ଲାର ପ୍ରଥମ ରାଜସ୍ବ ଅଦାଲତ ଖଜୁରୀପଡା ଠାରେ ହୋଇଥିବା ବେଳେ ଶତାଧିକ ଅଭିଯୋଗ ହୋଇଛି। ସେଥିମଧ୍ୟରୁ ରାଜସ୍ବ ବିଭାଗ ସମ୍ପର୍କିତ ମାମଲା ୫୫ ହୋଇଥିବା ବେଳେ ପଂଚାୟତ ସମିତି ସମ୍ପର୍କିତ ମାମଲା ମଧ୍ଯ ୫୦ ରୁ ଅଧିକ ଆସିଥିବା ଜଣାପଡିଛି। ଆବାସ ଯୋଜନାରେ ସାମିଲ ପାଇଁ ମଧ୍ଯ ଅଭିଯୋଗ ଆସିଥିବା ବେଳେ ତାହା ବ୍ଲକ କାର୍ଯ୍ୟାଳୟରେ ଦାଖଲ ହେବ ବୋଲି ତହସିଲଦାର ଶ୍ରୀମତୀ ନାୟକ କହିଛନ୍ତି। ସେହିଭଳି ଜମିଜମା ମାମଲା ସହ ରାଜସ୍ବ ବିଭାଗ ସମ୍ପର୍କିତ ଆଉକିଛି ଅଭିଯୋଗ ହୋଇଥିଲା। ରାଜସ୍ବ ଅଦାଲତ ରେ ପହଞ୍ଚିଥିବା ବିଭିନ୍ନ ଅଭିଯୋଗ ଗ୍ରହଣ ହୋଇ ସେସବୁ ଅଭିଯୋଗ ଉପରେ ତର୍ଜମା କରାଯାଇ ସମାଧାନ କରାଯିବ ବୋଲି ତହସିଲଦାର କହିଛନ୍ତି। ଖଜୁରୀପଡା ତହସିଲ ଅଧିନସ୍ଥ ସମସ୍ତ ରାଜସ୍ବ ଅଂଚଳରେ ଆଗାମୀ ଦିନରେ ଏଭଳି ରାଜସ୍ବ ଅଦାଲତ କରାଯାଇ ବିଭିନ୍ନ ସମସ୍ୟା ସମାଧାନ ହେବବୋଲି ବିଭାଗ ତରଫରୁ ସୁଚନା ପ୍ରଦାନ କରାଯାଇଛି। ଆଜି  ପ୍ରଥମେ ଅନୁଷ୍ଠିତ ହୋଇଥିବା ଅଦାଲତ ଖଜୁରୀପଡା ଏବଂ ଅରାପାଜୁ ଗ୍ରାମପଞ୍ଚାୟତ ତଥା ରାଜସ୍ବ ସର୍କଲ ପାଇଁ ହୋଇଥିବା ବେଳେ ବିଭାଗୀୟ ଅଧିକାରୀ ତହସିଲଦାର ଶ୍ରୀମତୀ ସ୍ୱପ୍ନିତା ନାୟକ ଜନଶୁଣାଣି କରିଥିଲେ। ଅତିରିକ୍ତ ତହସିଲଦାର ଶ୍ରୀ ବ୍ରହ୍ମାନନ୍ଦ ତନ୍ତି, ରାଜସ୍ବ ସୁପରଭାଇଜର ଶୁଭଶ୍ରୀ ସାହୁ, ରାଜସ୍ବ ନିରିକ୍ଷକ ଜୟନ୍ତ କୁମାର ସାହୁ, ଅରାପାଜୁ ଗ୍ରାମପଞ୍ଚାୟତ ସରପଂଚ ଭାଗ୍ୟବତୀ ଦେହୁରୀ, ବିଭାଗୀୟ କର୍ମଚାରୀ ସୁଭମ ଚୌଧୁରୀ ଗୀତା ଦାସ,ଦିପ୍ତିମୟୀ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

ଫୁଲବାଣୀ ରୁ ବୈଦ୍ୟନାଥ ନାୟକ ଙ୍କ ରିପୋର୍ଟ 

Related posts

ଆସନ୍ତୁ ଜାଣିବା, ପୁରାଣ ବର୍ଣ୍ଣନାରୁ ଦୀପ ବିଷୟରେ 

Sunil Chandra Nayak

ଶ୍ରୀମଦ ଭାଗବତ ଏବଂ ଆଜିର ପ୍ରାସଙ୍ଗିକତା ଆଲୋଚନାଚକ୍ର ଅନୁଷ୍ଠିତ

Sunil Chandra Nayak

ଭାରତୀୟ ଷ୍ଟେଟ ବ୍ୟାଙ୍କ ତରଫରୁ ବୃନ୍ଦାବାହାଲ ଚାରିଛକରେ ଏଟିଏମ୍ ଉଦ୍ଘାଟିତ 

Sunil Chandra Nayak

Leave a Comment

error: Content is protected !!