ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଆଜି ମାଆ ଲଙ୍କେଶ୍ଵରୀ ଦେବୀଙ୍କ ଖଣ୍ଡାବସା ଯାତ୍ରା

ଆଜି ମାଆ ଲଙ୍କେଶ୍ଵରୀ ଦେବୀଙ୍କ ଖଣ୍ଡାବସା ଯାତ୍ରା। ଚଳଚଞ୍ଚଳ ଜୁନାଗଡ଼ ସହର। କଳାହାଣ୍ଡି ଜିଲ୍ଲାର ଐତିହାସିକ ସହର ଜୁନାଗଡ଼। ଶାରଦୀୟ ଦୁର୍ଗାପୂଜା ର ଅବ୍ୟବହିତ ପୂର୍ବରୁ ଜୁନାଗଡ଼ ସହରରେ ମାଆ ଲଙ୍କେଶ୍ଵରୀ ଦେବୀଙ୍କ ଏହି ଯାତ୍ରା ପାଇଁ ବହୁ ଭକ୍ତ ଙ୍କ ଜନସମାଗମ ହେଇଥାଏ। କରୋନା କଟକଣା ଯୋଗୁଁ ବିନା ଭକ୍ତରେ ଏହି ପର୍ବ ପାଳିତ ହୋଇଥିଲା।କଟକଣା ହଟି ଯାଇଛି ତେଣୁ ମାଆ ଙ୍କ ଏହି ଯାତ୍ରା ଦେଖିବା ପାଇଁ ଭକ୍ତଙ୍କ ପ୍ରବଳ ଉତ୍ସାହ ରହିଛି।

ଆଜି କଳାହାଣ୍ଡିର ସର୍ବପୁରାତନ ମନ୍ଦିର ମାଳିନି ସହର ଜୁନାଗଡର ଅଧୀଷ୍ଠାତ୍ରୀ ଦେବୀ ମାଁ ଲଙ୍କେଶ୍ୱରୀଙ୍କ ପୀଠରେ ମଧ୍ୟ ଆରମ୍ଭ ହୋଇଛି ଷୋଡଶ ଉପଚାର ପୂଜା । ଏଠାରେ ମାଙ୍କ ବାର ମାସରେ ତେର ପର୍ବ ପଳିତ ହୋଇଥାଏ ସେଥିମଧ୍ଯରୁ ଖଣ୍ଡାବସା ଯାତ୍ରା ଅନ୍ଯତମ । ଏହି ଯାତ୍ରା ଆଶ୍ୱିନ ମାସ ମୂଳାଷ୍ଟମୀରୁ ୧୬ ଦିନ ଧରି ଚାଲିଥାଏ । କିମ୍ବଦନ୍ତୀ ଅନୁଯାୟୀ ପୁରାତନ କାଳରୁ ନାଗବଂଶୀୟ ରାଜା ଯୁଦ୍ଧକୁ ଯିବା ପୂର୍ବରୁ ଶତ୍ରୁକୁ ପରାସ୍ତ କରିବା ପାଇଁ ମା ଲଙ୍କେଶ୍ୱରିଙ୍କୁ ସୁମରଣ କରିନ୍ତି । ସେହି ଦିନ ଠାରୁ ଏହି ଖଣ୍ଡା ବସା ଯାତ୍ରା ପାଳନ ହୋଇଆସୁଛି ।

ଜୁନାଗଡ ଡାକ ବଗଂଳାରେ ଥିବା ଭଣ୍ଡାରଘରଣୀଙ୍କ ଠାରେ ଏକ ପତ୍ର କୁଡିଆ କରାଯାଇଥାଏ । ସେଠାରେ ମାଁ ଭଣ୍ଡାରଘରଣୀଙ୍କୁ ପୂଜା କଲା ପରେ ବୁଢାରଜାଙ୍କ ମନ୍ଦିରରୁ ଖଣ୍ଡା ଭଣ୍ଡାରଘରଣୀଙ୍କ ନିକଟକୁ ବିଜେ କରିଥାନ୍ତି । ସେହିଭଳି ମାଁ ଲଙ୍କେଶ୍ୱରୀଙ୍କ ମନ୍ଦିରରୁ ମାଁଙ୍କର ଜୟା ଓ ବିଜୟା ନାମକ ପାଟଖଣ୍ଡାକୁ ଡାକବଗଂଳା ଠାରେ ଥିବା ପତ୍ର କୁଡିଆ କୁ ବିଜେ କରାଯାଇଥାଏ । ଏହା ପରେ ବଣିଆ ସଂପ୍ରଦାୟ ସେବାୟତ ତିନୋଟି ଖଣ୍ଡା କୁ ମାର୍ଜିନା କରିଥାଥାନ୍ତି । ମାର୍ଜନା ପରେ ସେଠାରୁ ତିନି ଜଣ ପୁଜକ, ତିନି ଗୋଟି ଖଣ୍ଡା ଧରି ନିଜ ନିଜ ମନ୍ଦିରକୁ କଳାହାଣ୍ଡିର ବାଦ୍ୟ ଘୁମୁରାର ତାଳେ ତାଳେ ସତାଧିକ ଶ୍ରଦ୍ଧାଳୁଙ୍କ ଗହଣରେ ମନ୍ଦିରକୁ ପ୍ରତ୍ଯାବର୍ତନ କରିଥାନ୍ତି । ଗୋଟାଏ ଖଣ୍ଡା ବୁଢାରଜା ମନ୍ଦିର କୁ ପ୍ରତ୍ଯାବର୍ତନ କରୁଥିବା ବେଳେ ଅନ୍ଯ ଦୁଇ ଗୋଟି ଖଣ୍ଡା ମାଁ ଲଙ୍କେଶ୍ୱରୀଙ୍କ ମନ୍ଦିରକୁ ପ୍ରତ୍ଯାବର୍ତନ କରିଥାଏ । ଏହାପରେ କଳାହାଣ୍ଡି ମହାରାଜଙ୍କ ମନ୍ଦିରକୁ ଯାଇଥାଏ ।

କଳାହାଣ୍ଡି ମହାରାଜ ମନ୍ଦିରକୁ ବିଜେ କଲାପରେ ଶୁଭ ମୁହୂର୍ତ୍ତ ଦେଖି ଖଣ୍ଡା ଦ୍ୱୟ କୁ ୧୬ କୁଣ୍ଡି ଅରୁଆ ଚାଉଳ ଉପରେ ବସାଇ ଅଖଣ୍ଡ ଓ ମହାଯୋଗ ନାମକ ଦୁଇଗୋଟି ପ୍ରଦ୍ୱିପ ପ୍ରଜ୍ୱଳନ କରି ଗୁପ୍ତନିତିରେ ପୂଜାକାର୍ଯ୍ଯ ଚାଲେ । ଏହା ପରେ ନିଘଣ୍ଟ ସମୟରେ ପଶୁବଳି ପଡିବା ପରେ ଅର୍ଦ୍ଧ ନିଶା ରାତ୍ରିରେ ଷୋଡଶ ଉପଚାର ପୂଜା ସମାପନ ହୋଇଥାଏ । ଏହି ଅବସରରେ ମାଆ ଙ୍କ ଦର୍ଶନ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଦେଖିବା ପାଇଁ କଳାହାଣ୍ଡି ତଥା ପଡୋଶୀ ଜିଲ୍ଲା ନବରଙ୍ଗପୁର ଛତିଶଗଡ଼, ନୁଆପଡାରୁ ସହ ସହ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥାଏ ।

ବିଦ୍ୟାଧର ସାହୁଙ୍କ ଉପସ୍ଥାପନା…….

Related posts

କନକ ମଞ୍ଜରୀ ଇନଷ୍ଟିଚ୍ୟୁଟ ଅଫ ଫାର୍ମାସିଷ୍ଟକାଲ ସାଇନ୍ସର ୧୯୮୮ ମସିହା ବ୍ୟାଚର ବନ୍ଧୁ ମିଳନ

Sunil Chandra Nayak

ପବିତ୍ର କୁରାଳ ପଞ୍ଚମୀ ପୂଜା ପାଳିତ

Sunil Chandra Nayak

ରେଳବାଇ କର୍ମଚାରୀ ଙ୍କ ଦିନିକିଆ ଧର୍ମଘଟ ଆଶଙ୍କା

Leave a Comment

error: Content is protected !!