ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ସାମ୍ବାଦିକଙ୍କୁ ଏଏସପିଙ୍କ ଦୁର୍ବ୍ୟବହାର ସହ ମାଡ଼ ମାରା ଘଟଣା, ବିଡ଼ିଓଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ

ପାପଡାହାଣ୍ଡି,17/9, ମନିସ — ଗତ ବୁଧବାର ଦିନ ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ଥାନାରେ ଖବର ପ୍ରସାରଣ ଲାଗି ଯାଇଥିବା ସମୟରେ ଏଏସପି ଜୟ କୃଷ୍ଣ ବେହେରାଙ୍କ ଦ୍ୱାରା ତିନି ସାମ୍ବାଦିକ ଦୁର୍ବ୍ୟବହାର ସହ ମାଡ଼ ଖାଇଥିଲେ | ଏହାର ପ୍ରତିବାଦ କରି ଶନିବାର ପାପଡାହାଣ୍ଡି ଖବର ଦାତା ସଙ୍ଘ ତରଫରୁ ମୁଖ୍ୟମନ୍ତ୍ରୀ ଉଦେଶ୍ୟରେ ବିଡ଼ିଓ ଙ୍କ ଜରିଆରେ ଦାବି ପତ୍ର ପ୍ରଦାନ କରାଯାଇଥିଲା | ବ୍ଲକ ଖବର ଦାତା ସଙ୍ଘ ସଭାପତି ଏନ ଜନାର୍ଦ୍ଦନ ରାଓଙ୍କ ଅଧକ୍ଷତା ରେ ଆୟୋଜିତ କାର୍ଯ୍ୟକ୍ରମ ରେ ଜିଲ୍ଲା ଓୟୁଜେ ସଭାପତି ସୁଶାନ୍ତ କୁମାର ବେହେରା ଯୋଗ ଦେଇଥିଲେ | ବ୍ଲକ ର ସମସ୍ତ ଖବର ଦାତା ବସ ଷ୍ଟାଣ୍ଡରୁ ଏକ ଶୋଭାଯାତ୍ରା ରେ ବାହାରି ବ୍ଲକ କାର୍ଯ୍ୟାଳୟ ପହଁଚି ପ୍ରଥମେ ମହାତ୍ମା ଗାନ୍ଧୀ ଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପ ମାଲ୍ୟ ଅର୍ପଣ କରିଥିଲେ | ପରେ ବିଡ଼ିଓ ଙ୍କ ଅନୁପସ୍ଥିତି ରେ ଜିପିଓ ସଚ୍ଚିଦାନନ୍ଦ ତ୍ରିପାଠୀ ଙ୍କୁ ଦାବି ପତ୍ର ପ୍ରଦାନ କରିଥିଲେ | ଏଏସପି ଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଛି | ଅନ୍ୟ ମାନଙ୍କ ମଧ୍ୟରେ ସମ୍ପାଦକ ନନ୍ଦ କିଶୋର ବିଶୋଇ, ଗୌତମ ଅଗ୍ରୱାଲ, ସନ୍ତୋଷ ସାହୁ, ଅନିଲ ଭତରା, ପ୍ରବୀଣ ଶତନାମୀ, ଓମ ପ୍ରକାଶ କରମ ଚାନ୍ଦ ଦାସ, ସୁଜିତ ନାୟକ, ସନ୍ତୋଷ ହରିଜନ, ଜିମି ଘଣ୍ଟ, ଶେଖ ମୁସ୍ତାକ, କିଶୋର ବିଶୋଇ, ତ୍ରିନାଥ ଅମନାତ୍ୟ,ସଂଜୀବ ବିଶୋଇ, ପିଣ୍ଟୁ ବାବୁ, ବିଜୟ ବିଶୋଇ ସହ ବହୁ ସଭ୍ୟ ଉପସ୍ଥିତ ଥିଲେ |

ପାପଡାହାଣ୍ଡି ରୁ ସ୍ବପ୍ନଜିତ ପଟନାୟକ ଙ୍କ ରିପୋର୍ଟ

Related posts

କୋକସରା ତହସିଲ ସମ୍ମୁଖରେ ସ୍ପିଡ୍ ବ୍ରେକର ନିର୍ମାଣ ପାଇଁ ଦାବୀ

Sunil Chandra Nayak

ମୁକ୍ତ ଚେସ୍ ପ୍ରତିଯୋଗିତା ଉଦଘାଟିତ

Sunil Chandra Nayak

ବାଲେଶ୍ବର – ବିଜେପିକୁ ଶକ୍ତ ଝଟକା, ଦଳ ପରିତ୍ୟାଗ କଲେ ତିନି ବରିଷ୍ଠ ବିଜେପି ନେତା 

Sunil Chandra Nayak

Leave a Comment

error: Content is protected !!