ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଖଜୁରପଡା ରେ ଦିନ ଦ୍ବିପହରରେ ଡକାୟତି , ପୋଲିସ କୁ ଚାଲେଞ୍ଜ

ଉତ୍କେଲା,୧୮/୦୯,,କେସିଙ୍ଗା ଥାନା ଅନ୍ତର୍ଗତ ବୋରିଆ- ପଞ୍ଚାୟତ ଖଜୁରପଡା ର ଅଶ୍ପିନି ପ୍ରଧାନ ଙ୍କ ଘରେ ରବିବାର ଦିନ ୧୧ ସମୟରେ ଡକାୟତି ହୋଇଥିଲା। ଅଶ୍ୱିନୀ ପ୍ରଧାନ ମାଲକାନଗିରି ରେ ପୋଲିସ ରେ କାର୍ଯ୍ୟରତ । ଅଶ୍ପିନି ଙ୍କ ବାପା ମାଁ ଦଶାହ କର୍ମ ପାଇଁ ମାଣ୍ଡେଲ ଗାଁ ଯାଇଥିବା ବେଲେ ସ୍ତ୍ରୀ ଲୋପାମୁଦ୍ରା ପ୍ରଧାନ ଘରେ ଏକାକି ରହିଥିଲେ। ଦିନ ଏଗାର ଟାରେ ଜଣେ ମହିଳା ବାଡ ଡେଇଁ ଘର ଭିତରେ ପଶି ଲୋପା ଙ୍କ ଗଳାରେ ଛୁରି ଲଗାଇ ଲୋପାଙ୍କ ପିନ୍ଧିଥିବା ମଙ୍ଗଳ ସୁତ୍ର ଓ ଆଲମାରି ରେ ଥିବା ରୁପା ପାଉଁଜି ନଗଦ ଦଶ ହଜାର ଧରି ଚମ୍ଫଟ ମାରିଥିଲା। ଏନେଇ ଉତ୍କେଲା ପୋଲିସ କୁ ଖବର ଗଲା ପରେ ଫାଣ୍ଡି ଅଧିକାରୀ ପ୍ରେମରାଜ କଅଁର ସମେତ କେସିଙ୍ଗା ପୋଲିସ ଟିମ ପହଞ୍ଚି ଛାନଭିନ କରୁଥିବା ଶ୍ରୀ କଅଁର କହିଛନ୍ତି। ଅଶ୍ପିନି ଗତବର୍ଷ ବାହା ହୋଇଛନ୍ତି ଓ ଘରେ ଏକାଥିବା ର ସୁଚନା ପାଇ ଡକାୟତ ହୋଇଥିବା ପଷ୍ଟ ଭାବରେ ଜଣାପଡୁଛି। ଦିନବେଲେ ଡକାୟତି କରି ପୋଲିସ କୁ ଏକ ପ୍ରକାରର ଚାଲେଞ୍ଜ କରିବା ସହ କେତେଦୁର ପୋଲିସ ଡକାୟତ କୁ ଧରିପାରୁଛି ତାହା ଦେଖିବାକୁ ବାକି ରହିଲା।

ଉତ୍କେଲା ରୁ ଅର୍ଜୁନ ପୋଡ଼ ଙ୍କ ରିପୋର୍ଟ 

Related posts

ବହୁମୁଖୀ ଜଳସେଚନ ପ୍ରକଳ୍ପ, ବିଦ୍ୟାଳୟ ରୁପାନ୍ତରଣ ଏବଂ ବିଦ୍ୟାଳୟରେ ସୌର-ଶକ୍ତି ବ୍ୟବସ୍ଥା ର କ୍ଷେତ୍ରସ୍ତରୀୟ ଅଗ୍ରଗତି ସମୀକ୍ଷା

Sunil Chandra Nayak

ତେରେସିଂହାରେ ନାଗ ପୂଜା ସମ୍ପନ୍ନ

Sunil Chandra Nayak

ସାହିତ୍ୟ ଅଗଣା

Sunil Chandra Nayak

Leave a Comment

error: Content is protected !!