Uncategorizedମାନଗୋବିନ୍ଦ ସ୍ବାଇଁ ଙ୍କ କବିତା ଜଣାଣ by Sunil Chandra NayakSeptember 19, 20220190 Share0 ଜଣାଣ ମାନଗୋବିନ୍ଦ ସ୍ବାଇଁ ମନର ମନ୍ଦିରେ ପାଉଅଛ ପୂଜା ଆହା ମୋ କାଳିଆ ରଜା ଫୁଲ ଧୂପ ଦେଇ ସଜାଛି ମୁହଁ ଯେ ଉଡ଼ାଇ ଦିଅ ମୋ ଧ୍ଵଜା। ଏତେ ବଡ଼ ଧରା ବୁଲୁ ଅଛ ପୁରା ଭକ୍ତ ଭାବ ପାର ଜାଣି ଦିନେ ନଦେଖିଲ ଭକ୍ତ ହୁଏ ବାୟା ପ୍ରଭୁଙ୍କୁ ଦେଖିଲ ତୁନି। ଧେନୁ ପଛେ ବତ୍ସା ଯେମିତି ଥାଇସେ ପ୍ରଭୁ ପଛେ ଭକ୍ତ ଥାଇ ହରିରାମ ଜପ ନିତି କରୁଥାଏ ପ୍ରଭୁଙ୍କ ପ୍ରେମରେ ବାଇ। ଦିନ ପରେ ରାତି ଲାଗି ଥାଏ ସଦା ଋତୁର ପରିବର୍ତ୍ତନ ଭକ୍ତ ଭଗବାନ ଉତ୍ସବ କାଳରେ ହୁଅନ୍ତି ଭାବ ମିଳନ। ପ୍ରକୃତି ସହିତ ସମସ୍ତ ସଂପର୍କ ଜୀବମଣ୍ଡଳର ଭାବ ଭକ୍ତ ଭଗବାନ ସେମିତି ଚାହିଁଛି ପାଇବାକୁ ଭକ୍ତି ଭାବ। ଗୋଜାବନ୍ଧ ମହାକାଳପଡ଼ା କେନ୍ଦ୍ରାପଡ଼ା