ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ନନ୍ଦିନୀ ରାଉତ ଙ୍କ କବିତା ଆଶ୍ୱିନ ଆସିଛି

ଆଶ୍ୱିନ ଆସିଛି

     

ନନ୍ଦିନୀ ରାଉତ

ଆଶ୍ୱିନ ଆସିଛି ଧରାକୁ ଆଜିଲୋ
    ଖୁସିର ପସରା ନେଇ
ଆଶ୍ୱିନ ଆକାଶେ ହସଇ ଚନ୍ଦ୍ରମା
   ସରୋବରେ ନୀଳକଇଁ।1।
କେତେ ଓଷାବାର ସାଥିରେ ଆଣିଛି
     ଭେଟି ସତେ ଦେବା ପାଇଁ
ଭକ୍ତଙ୍କର ମନ ଭାବବିହ୍ଵଳିତ
     ଦେବୀ ଆରାଧନା ପାଇଁ।2 
ଶସ୍ୟ ସମ୍ଭାରକୁ ରଖିଛି ଧରିତ୍ରୀ
     ମାତା ସମ୍ବର୍ଦ୍ଧନା ପାଇଁ
ଚଳ ଚଞ୍ଚଳତା ଉତ୍ସବ ମୁଖର
    ମୁଖରେ ହସ ଫୁଟଇ।3।
ବିମଳ ଆକାଶ କି ସୁନ୍ଦର ଆହା
    ଶଶୀର ନିର୍ମଳ ଆଭା
ନଭରାଣୀ ଏବେ ତାରକା ମାଳରେ
    ସଜାଇଛି ନିଜ ଗଭା।4।
ଶରତ ସକାଳ ମୋ ସଜ ପଖାଳ
     ଟିକି ଗାଡ଼ିଆର ମାଛ
ଭେଣ୍ଡି ବାଇଗଣ କଷି କାକୁଡି ଯେ
    ବାଡ଼ିରେ ସଜନା ଗଛ।5।
ଆଶ୍ୱିନ ଆସିଛି ଚଷାଭାଇ ମନେ
    କେତେ ଯେ ଆଶା ଜଗାଇ
ଫସଲରେ ଆଜି ହସୁଛି କ୍ଷେତ ଲୋ
    ଖୁସି ଲହଡି ମାରଇ।6।
ଦେବୀ ଦଶଭୁଜା ପାଇଁ ପୁଷ୍ପ ଖୋଜା
    ପ୍ରତି ପ୍ରାଣ ପ୍ରଫୁଲ୍ଲିତ
ଷୋଡ଼ଶୀ ରୂପସୀ ମନ ଛନଛନ
    ଗାଏ ଚୁପି ଚୁପି ଗୀତ।ଉ।7।
ଦଶରା ଛୁଟିରେ ବଡ଼ ମଉଜ ଲୋ
    କରନ୍ତି ଚାଟ ସଭିଏଁ
ନାଚ ପାଲା ଆଉ ମେଢ଼ ଭସାଣି ରେ
    ମନ ଆନନ୍ଦିତ ହୁଏ।8।

 

Related posts

ଢେଙ୍କାନାଳ ଜିଲ୍ଲା ଆନ୍ତଃ ବିଦ୍ୟାଳୟ ସପ୍ତଦିବସୀୟ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ -୨୦୨୨ର ତୃତୀୟ ଦିବସର କାର୍ଯ୍ୟକ୍ରମ ଅନୁଷ୍ଠିତ

Sunil Chandra Nayak

ମୁଖ୍ୟମନ୍ତ୍ରୀ ଉଦଘାଟନ କଲେ ଆନିମଲ୍‌ ହେଲ୍ପ ଲାଇନ

କାମାକ୍ଷାନଗର ନିର୍ବାଚନମଣ୍ଡଳୀ ରେ ଆପ୍ ର କାର୍ଯ୍ୟକର୍ତ୍ତା ସମ୍ମିଳନୀ 

Sunil Chandra Nayak

Leave a Comment

error: Content is protected !!