ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଐତିହସିକ ପୋଡାଗଡ ରେ ନୁଆଖାଇ ଭେଟ୍ ଘାଟ୍

ନବରଙ୍ଗପୁର—-(ମନିସ) ନବରଙ୍ଗପୁର ଜିଲ୍ଲାର ଐତିହଭରା ପର୍ଜ୍ୟଟନ୍ ସ୍ଥଳି ରେ ମହାସମାହାରରେ ନୁଆଖାଇ ଭେଟ୍ ଘାଟ୍ ପାଳିତ ହୋଇ ଜାଇଛି।ଏହି ଅବସରରେ ଉକ୍ତ ଐତିହାସିକ ପିଠରେ ତିନି ମୁଠାର ସେବାୟତ୍ ଓ ନବରଙ୍ଗପୁର,ନନ୍ଦାହାଣ୍ଡି ଓ ତେନ୍ତୁଳିଖୁଣ୍ଟି ବ୍ଲକର ଶତାଧିକ ଶିରା,ପୁଝାରୀ,ଗୁଣିଆ,ଗୁରୁମାଇ ମାନେ ଯୋଗ ଦେଇଥିଲେ।ଆୟୋଜିତ ଏକ ସଭାରେ ଦେବିସିଙ୍ଗ ମାଝୀଙ୍କ ସଭାପତିତତ୍ଵରେ ମୁଖ୍ୟ ଅତିଥି ଭାବେ ଝରିଗାଁ ବିଧାୟକ ପ୍ରକାଶ ଚନ୍ଦ୍ର ମାଝୀ,ଉମରକୋଟ ପଞ୍ଚାୟତ ସମିତି ଅଧକ୍ଷା ଶୁଶିଳା ମାଝୀ,ଉମରକୋଟ୩ ନମ୍ବର ଜୋନ୍ ଜିଲ୍ଲା ପରିଷଦ ସଭ୍ୟା କୁମାରୀ ଡାଳିମ୍ବ ଭତରା ଜୋଗ ଦେଇ ଥିବା ବେଳେ ଆବାହକ କୈଳାସ ଚନ୍ଦ୍ର ବେହେରାଙ୍କ ପ୍ରତ୍ୟେକ୍ଷ ତତ୍ଵାବଧାନରେ ସମସ୍ତ କାର୍ଯ୍ୟ ସମ୍ପନ୍ନ ହୋଇଥିଲା।ପୋଡାଗଡ ସେବାୟତ ଚେରିଟେବୁଲ୍ ଟ୍ରଷ୍ଟର ସଭାପତି ଉର୍ଧବ ଚରଣ ନାୟକ,ଉପ୍-ସଭାପତି ଜଗଦିଶ ନାୟକ,ସମ୍ପାଦକ ପୁରୁଷୋତ୍ତମ ଭତ୍ରା,ସହ-ସମ୍ପାଦକ ତୁଳସିରାମ ଭତ୍ରା,ତିନି ମୁଠାରୁ ମୁଖ୍ୟ ପୁଜକ ଦେବ ପୁଝାରୀ,କ୍ରୁଷ୍ନ ପୁଝାରୀ, ବିଞ୍ଜାଲ ପୁଝାରୀ,ପୁର୍ଣ ପୁଝାରୀ,ନାରାୟଣ ପୁଝାରୀ,ବୋରିଗା ମୁଠାର ସୁକାଲୁ ପୁଝାରୀ,ଇଶ୍ଵର ମାଝୀ,ନବରଙ୍ଗପୁର ବ୍ଲକ ସଞ୍ଜୋଜକ ମହେଶ୍ଵର ବେହେରା,ଉପଦେଷ୍ଟା ମଣ୍ଡଳିର ସୋନା ମାଝୀ,ଅମରସିଙ୍ଗ ମାଝୀ,ଜଳଧର ମାଝୀ,ଦଶରୁ ନାୟକଙ୍କ ସମେତ ଜିଲ୍ଲାର ସମସ୍ତ ବ୍ଲକରୁ ତିନି ହଜାରରୁ ଉର୍ଧ ସେବାୟତ ଯୋଗ ଦେଇ ଥିଲେ।ଏହି ଅବସରରେ ଉପଢୌକନ ଦେଇ ପରସ୍ପରକୁ ସମ୍ମନୀତ କରିବା ସହ ନୁଆଖାଇ ଜୁହାର ଭେଟ୍ ଘାଟ୍ ହୋଇ ଥିଲା।ଆସନ୍ତା ତା ୨୬/୯/୨୦୨୨ ରିଖ ଦିନଠାରୁ ନବରାତ୍ରୀ ଆରମ୍ଭ ହେବାର ସୁଚନା ଦେବା ପରେ ସଭା ସାଙ୍ଗ କରାଜାଇଥିଲା।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତି ଙ୍କ ରିପୋର୍ଟ ମସିହା ନିୟୁଜ୍।

Related posts

ଯୁବ କଳାକାର ସ୍ୱର୍ଗତ ପ୍ରମୋଦ ଧୀବରଙ୍କୁ ଜନ୍ମମାଟିରେ ଶ୍ରଦ୍ଧାଞ୍ଜଳି

Sunil Chandra Nayak

ମମତା ସାହୁ ଙ୍କ କବିତା ମହାଲକ୍ଷ୍ମୀ ନାରାୟଣୀ

Sunil Chandra Nayak

ରାଇଘର ବ୍ଲକରେ ଉନ୍ନୟନ କାର୍ଯ୍ୟ ଠପ୍‌ , ୨୬ ପଞ୍ଚାୟତ ନିମନ୍ତେ ୧୩ ପଞ୍ଚାୟତ ଅଧିକାରୀ

Sunil Chandra Nayak

Leave a Comment

error: Content is protected !!