ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କୋକସରା ରେ ଯୋଗଦେଲେ ନୂତନ ବିଡ଼ିଓ

କୋକସରା,୧୯/୯- (ମ ନି ସ) କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକରେ ସୋମବାର ନୂତନ ବିଡ଼ିଓ ଭାବେ ଉତ୍ତମ କୁମାର ବାଗ ଯୋଗଦାନ କରିଛନ୍ତି। ପୂର୍ବରୁ କୋକସରା ବିଡ଼ିଓ ଭାବେ ଅବସ୍ଥାପିତ ଥିବା ବିନୟ କୁମାର ଭୋଇଙ୍କୁ ମଦନପୁର ରାମପୁର ବ୍ଲକକୁ ବଦଳି ପରେ ସେହି ବ୍ଲକରେ ବିଡ଼ିଓ ରହିଥିବା ଉତ୍ତମ କୁମାର ବାଗଙ୍କୁ କୋକସରା ବ୍ଲକକୁ ବଦଳି ହୋଇଛି। ଆଜି ସେ କାର୍ଯ୍ୟରେ ଯୋଗଦାନ କରିଛନ୍ତି। କୋକସରା ବ୍ଲକ ପ୍ରଶାସନ ପକ୍ଷରୁ ତାଙ୍କୁ ସ୍ବାଗତ ଓ ସମ୍ବର୍ଦ୍ଧନା ଦିଆଯାଇଛି। କୋକସରା ବ୍ଲକର ସହକାରୀ ଯନ୍ତ୍ରୀ ଗୋବିନ୍ଦ ବଲ୍ଲଭ ମହାରଣା, ବ୍ଲକ ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲ, ମୁଖ୍ୟ କିରାଣୀ ଅଚ୍ୟୁତାନନ୍ଦ ନାଗ, ସମାଜସେବୀ ସଞ୍ଜୟ ସିଙ୍ଘଲ, ବ୍ଲକ କର୍ମଚାରୀ ସମେତ କୋକସରା ବ୍ଲକ ସରପଞ୍ଚ ସଙ୍ଘ ପକ୍ଷରୁ ସ୍ୱାଗତ କରାଯାଇଛି। ସମସ୍ତ ଜନ ପ୍ରତିନିଧି, କର୍ମଚାରୀ ଓ ଜନସାଧାରଣଙ୍କ ସହଯୋଗରେ କୋକସରା ବ୍ଲକକୁ।ଆଗେଇ ନେବାକୁ ବିଡ଼ିଓ ନିଜର ମତ ରଖିଛନ୍ତି।

Related posts

ରୀତା ଅପରlଜିତା ମହାନ୍ତି ଙ୍କ କବିତା ତୁମେ ଆସିଛ ମୌସୁମୀ 

Sunil Chandra Nayak

ଅପର୍ତ୍ତି ସେଠୀ ଙ୍କ କବିତା ସମାଜ,ସମୟ,ସମ଼୍ବାଦ,ପ୍ରଜାତନ୍ତ୍ର

Sunil Chandra Nayak

ପ୍ରଧାନମନ୍ତ୍ରୀ ଆବାସ ଘର କୁ ଭାଙ୍ଗି ତହସିଲଦାର ଅଡୁଆରେ !

Sunil Chandra Nayak

Leave a Comment

error: Content is protected !!