ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କୋକସରା ରେ ଯୋଗଦେଲେ ନୂତନ ବିଡ଼ିଓ

କୋକସରା,୧୯/୯- (ମ ନି ସ) କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକରେ ସୋମବାର ନୂତନ ବିଡ଼ିଓ ଭାବେ ଉତ୍ତମ କୁମାର ବାଗ ଯୋଗଦାନ କରିଛନ୍ତି। ପୂର୍ବରୁ କୋକସରା ବିଡ଼ିଓ ଭାବେ ଅବସ୍ଥାପିତ ଥିବା ବିନୟ କୁମାର ଭୋଇଙ୍କୁ ମଦନପୁର ରାମପୁର ବ୍ଲକକୁ ବଦଳି ପରେ ସେହି ବ୍ଲକରେ ବିଡ଼ିଓ ରହିଥିବା ଉତ୍ତମ କୁମାର ବାଗଙ୍କୁ କୋକସରା ବ୍ଲକକୁ ବଦଳି ହୋଇଛି। ଆଜି ସେ କାର୍ଯ୍ୟରେ ଯୋଗଦାନ କରିଛନ୍ତି। କୋକସରା ବ୍ଲକ ପ୍ରଶାସନ ପକ୍ଷରୁ ତାଙ୍କୁ ସ୍ବାଗତ ଓ ସମ୍ବର୍ଦ୍ଧନା ଦିଆଯାଇଛି। କୋକସରା ବ୍ଲକର ସହକାରୀ ଯନ୍ତ୍ରୀ ଗୋବିନ୍ଦ ବଲ୍ଲଭ ମହାରଣା, ବ୍ଲକ ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲ, ମୁଖ୍ୟ କିରାଣୀ ଅଚ୍ୟୁତାନନ୍ଦ ନାଗ, ସମାଜସେବୀ ସଞ୍ଜୟ ସିଙ୍ଘଲ, ବ୍ଲକ କର୍ମଚାରୀ ସମେତ କୋକସରା ବ୍ଲକ ସରପଞ୍ଚ ସଙ୍ଘ ପକ୍ଷରୁ ସ୍ୱାଗତ କରାଯାଇଛି। ସମସ୍ତ ଜନ ପ୍ରତିନିଧି, କର୍ମଚାରୀ ଓ ଜନସାଧାରଣଙ୍କ ସହଯୋଗରେ କୋକସରା ବ୍ଲକକୁ।ଆଗେଇ ନେବାକୁ ବିଡ଼ିଓ ନିଜର ମତ ରଖିଛନ୍ତି।

Related posts

ଜନତା ସରକାରୀ ଉଚ୍ଚ ବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀ ରାଜ୍ୟ ସଭା ସାଂସଦ ମମତା ମହାନ୍ତଙ୍କ ଦ୍ବାରା ଶୁଭ ଉଦଘାଟିତ

Sunil Chandra Nayak

ସାପ କାମୁଡ଼ାରେ ନାବାଳକ ମୃତ

Sunil Chandra Nayak

କାଶିବାହାଲ ଚିତ୍ରରେଖା ସ୍କୁଲର ଉନ୍ନତି କରଣ ଓ ସମ୍ବର୍ଦ୍ଧନା ସଭା

Sunil Chandra Nayak

Leave a Comment

error: Content is protected !!