ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା ଜଣାଣ

ଜଣାଣ

ମାନଗୋବିନ୍ଦ ସ୍ବାଇଁ

ଭକ୍ତି ଭାବନାରେ ଆଳତୀ ବେଳରେ
   ପ୍ରଭୁ ଶୁଣ ମୋର ବାଣୀ
ଶଂଖ ଧ୍ବନି ମନ୍ତ୍ର କର୍ଣ୍ଣ କୁ ପବିତ୍ର 
    ବୁଝ ମୋ ଅନ୍ତର ଗୁଣି।
ସଞ୍ଜ ବତୀ ଦେଇ କରୁଛି ପ୍ରାର୍ଥନା
     ଜଗତ ମଙ୍ଗଳ ପାଇଁ
ଭଲରେ ରଖିବ ଶାନ୍ତିରେ ରଖିବ
   ହେ ବିଶ୍ବ କଳା ଗୋସାଇଁ।
ମୋ ମନ ପସନ୍ଦ ଦେଉଛ ଆନନ୍ଦ
    ସଂସାର ମଙ୍ଗଳ ହେଉ
ସୁଖଦୁଃଖ ମିଶି ଜଗତ ରହିଛି
    ଭକ୍ତିରେ ମୋ ମହାବାହୁ।
ନିତି ହାତ ପାତି ଖାଉଛି ଅବଢ଼ା
    ନିଦ୍ରା ମୋର ବଡ଼ଦାଣ୍ଡେ
ସ୍ନାନସାରି ମୁହିଁ ଦର୍ଶନ କରୁଛି
   ତୂଳସୀ ପାଇ ମୁ ତୁଣ୍ଡେ।
କେତେ ଯେ ଶରଧା ବଢୁଛି ଅନ୍ତର
   ଭିତରେ ନାହିଁ ପ୍ରବେଶ
ବାହାର ଆସିଲେ ବରଷକୁ ଥରେ
    ଭକ୍ତିରେ କରି ପ୍ରକାଶ।

ଗୋଜାବନ୍ଧ ମହାକାଳପଡ଼ା

କେନ୍ଦ୍ରାପଡ଼ା

Related posts

ନୀଳଗିରିକୁ ମରୁଡି ଅଞ୍ଚଳ ଘୋଷଣା ଦାବି ନେଇ ସିପିଆଇ(CPI) ର ଗଣ ବିକ୍ଷୋଭ 

Sunil Chandra Nayak

ଚିଲକପୁର ରେ ମହାଭାରତ ପାରାୟଣ କାର୍ଯ୍ୟକ୍ରମ ଉଦଯାପିତ

ରାଇରଙ୍ଗପୁରରେ ନୂତନ ତହସିଲଦାର ମିହିର ରଂଜନ ବେହେରାଙ୍କ ଯୋଗଦାନ

Sunil Chandra Nayak

Leave a Comment

error: Content is protected !!