Uncategorizedବିଜୟ କୁମାର ଜେନା ଙ୍କ କବିତା ଗୋଟିଏ ଦିନର ଆୟୁଷ by Sunil Chandra NayakSeptember 20, 20220204 Share1 ଗୋଟିଏ ଦିନର ଆୟୁଷ ବିଜୟ କୁମାର ଜେନା ଗୋଟିଏ ଦିନର ଆୟୁଷକୁ ନେଇ ଫୁଲ ଫୁଟେ ଭଳି ଭଳି ହସି ହସାଇବା ଧରମରେ ଥାଇ କାଲିକି ଯାଏ ମଉଳି। ଫୁଲ ତ ଜାଣିଛି ତା ଜୀବନ ଏକ ଶୃଙ୍ଖଳାରେ ସଦା ବନ୍ଧା ସେହି ଶୃଙ୍ଖଳା ରେ ସୁବାସ ବିତରି ଅଳପ ସୁଖରେ ଛନ୍ଧା। ପବନ ବହିଲେ ଆନନ୍ଦେ ଦୋହଲେ ମହୁମାଛି ଦିଏ ଚୁମା ପରଜାପତିଟି ଏଫୁଲ ସେଫୁଲ ଛାଡ଼ି ନ ଯାଉଛି ଜମା। ଫୁଲଟିଏ ପରା ସୁଖ ବାଣ୍ଟି ଥାଏ ପରଷି ଏଇ ବାରତା ଆଜ ଦିନ ପରା ଆମ ହାତେ ଅଛି କାଲିକି କାହିଁକି ଚିନ୍ତା। ଯେତିକି ଦିନ ତ ବଞ୍ଚିବା ସଂସାରେ ସୁଖରେ କାଟିବା ଦିନ ପର ପାଇଁ ଆମେ ଶରୀର ପାଇଛେ ସାହା ହେବେ ନାରାୟଣ। ଅବସର ପ୍ରାପ୍ତ ପ୍ରାଧ୍ୟାପକ ଶାମୁକା ସାହି ରଣପୁର ନୟାଗଡ଼