ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଜିଲ୍ଲା ପରିଷଦ ସପ୍ତମ ସ୍ଥାୟୀ ସମିତି ବୈଠକ ଅନୁଷ୍ଠିତ

ମୟୂରଭଞ୍ଜ- ୧୯/୦୯/୨୨;(ମସିହା) ମୟୁରଭଞ୍ଜ ଜିଲ୍ଲା ବାରିପଦା ସ୍ଥିତ ଗ୍ରାମ ସ୍ୟାଟ’ ଭବନରେ ଜିଲ୍ଲା ପରିଷଦ ସ୍ଥାୟୀ ସମିତି ଅଧ୍ୟକ୍ଷ’ଙ୍କ ଅଧ୍ୟକ୍ଷତାରେ ସପ୍ତମ ସ୍ଥାୟୀ ସମିତି (7th Standing Comitee) ବୈଠକ ଅନୁଷ୍ଠିତ ହୋଇ ଯାଇଛି।  ସପ୍ତମ ସ୍ଥାୟୀ ସମିତି ଅଧ୍ୟକ୍ଷ ତଥା ତିରିଂ ବ୍ଲକ ୨୦’ ନଂ ଜୋନ ଜିଲ୍ଲା ପରିଷଦ ସଦସ୍ୟ ପରେଶ ଚନ୍ଦ୍ର ମୁଣ୍ଡା’ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ମୟୁରଭଞ୍ଜ ଜିଲ୍ଲା ପରିଷଦ ସଦସ୍ୟ ସଭାନେତ୍ରୀ ଶ୍ରୀମତୀ ଭାରତୀ ହାଁସଦାଃ ତଥା ସପ୍ତମ ସ୍ଥାୟୀ ସମିତି ସଦସ୍ୟ ଶ୍ୟାମାଖୁଣ୍ଟା ବ୍ଲକ, ଜୋନ ନଂ ୪୯’ ଜିଲ୍ଲା ପରିଷଦ ସଦସ୍ୟ ମଧୁସୂଦନ ସିଂ, ଗୋପବନ୍ଧୁ ନଗର, ଜୋନ ନଂ ୧୫’ ଜିଲ୍ଲା ପରିଷଦ ସଦସ୍ୟା ଶ୍ରୀମତୀ ଉର୍ମିଳା ସେଠୀ, ମୋରଡା ବ୍ଲକ, ଜୋନ୍ ନଂ ୩୮’ ଜିଲ୍ଲା ପରିଷଦ ସଦସ୍ୟ ଅଭିରାମ ବିଶୋଇ ଏବଂ ରାସଗୋବିନ୍ଦପୁର ବ୍ଲକ, ଜୋନ୍ ନଂ ୪୮’ ଶ୍ୟାମସୁନ୍ଦର ଡାକୁଆ’ ପ୍ରମୁଖ ସପ୍ତମ ସ୍ଥାୟୀ ସମିତି ସଦସ୍ୟ’ଙ୍କ ଉପସ୍ଥିତିରେ ଜିଲ୍ଲା ର ଶିକ୍ଷା, କ୍ରୀଡା ଏବଂ ସଂସ୍କୃତି ର ସ୍ଥିତି ଏବଂ ବିକାଶ ଉପରେ ବିସ୍ତୃତ ଆଲୋଚନା କରାଯାଥିଲା। ଏନେଇ ବୈଠକରେ ମୟୁରଭଞ୍ଜ ଜିଲ୍ଲା ପରିଷଦ କାର୍ଯ୍ୟ ନିର୍ବାହି ଅଧିକାରୀ, ଜିଲ୍ଲା ଶିକ୍ଷା ଅଧିକାରୀ, ଜିଲ୍ଲା ପ୍ରକଳ୍ପ ସଂଯୋଜକ, ଡିପିସି/ଏସଏସଏ’ ଡିଡବ୍ଲ୍ୟୁଓ ଏବଂ ଜିଲ୍ଲା କ୍ରୀଡା ଅଧିକାରୀ ପ୍ରମୁଖ ବୈଠକରେ ଉପସ୍ଥିତ ରହି ସମ୍ପୃକ୍ତ ବିଭାଗରେ ରହିଥିବା ସମସ୍ୟା ଏବଂ ବିକାଶ କାର୍ଯ୍ୟ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେଏବଂ ଏହା ସହିତ ଶିକ୍ଷା ଏବଂ କ୍ରୀଡା କ୍ଷେତ୍ରରେ ଉନ୍ନତ୍ତିକରଣ ଦିଗରେ ପଦକ୍ଷେପ ନିଆଯିବା ଦିଗରେ ବିସ୍ତୃତ ଆଲୋଚନା ହୋଇଥିଲା। ତେବେ ଜିଲ୍ଲା ସସ୍କୃତି ଅଧିକାରୀ ବୈଠକରେ ଅନୁପସ୍ଥିତ ଥିବା ଯୋଗୁଁ ଜିଲ୍ଲା ର ସଂସ୍କୃତି ଉପରେ ଆଲୋଚନା ହୋଇ ପାରିନଥିବା ସୂଚନା ହସ୍ତଗତ ହୋଇଛି।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ

Related posts

ନଳିନୀ ପ୍ରଭା ମିଶ୍ର ଙ୍କ କବିତା ପଲ୍ଲୀ ସୀମନ୍ତିନି

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା ଜଣାଣ

Sunil Chandra Nayak

କଲମପୁର ବ୍ଲକ ଅନ୍ତର୍ଗତ ତିନୋଟି ପେକ୍ସ ରେ ତିନି ଉପସଭାପତି ପଦ ପାଇଁ ଜଣେ ଜଣେ ପ୍ରାର୍ଥୀ ପତ୍ର ଦାଖଲ କରିଛନ୍ତି

Leave a Comment

error: Content is protected !!