ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା ଜଣାଣ

ଜଣାଣ

ମାନଗୋବିନ୍ଦ ସ୍ବାଇଁ

ଦେହରେ ନାହିଁ ମୋ ଖଟିବାର ବଳ
    ଦେହ ହେଲାଣି ଦୁର୍ବଳ
ତଥାପି ଜଗାରେ ତୋ ଭାବରେ ମୁ
    କରିଦେ ଦେହ ଶବଳ।
ତୋ ପବନ ବାଜି ମୋ ମନ ନିର୍ମଳ
    ଭକ୍ତିରେ କରୁଛି ସ୍ତୁତି
ଭଜନ ଜଣାଣ କୀର୍ତ୍ତନ ଗାଇ ମୁ
    ମୋ ଜୀବନ ଦିଅ ଶାନ୍ତି।
ନିଜକୁ ପ୍ରତିଜ୍ଞା କରୁଛି ସମୀକ୍ଷା 
   ଦୋଷାଦୋଷ କ୍ଷମା କର
ଧରୁଛି ଚରଣ ମାଗୁଛି ଶରଣ
   ତୁମେ ମୋ ଭକ୍ତି ଈଶ୍ୱର।
ମନରେ ସାଇତି ପୂଜା କରୁ ନିତି
   ଭକ୍ତିରେ ଭାବରେ ପୂଜା
ଯଶ଼ଃ ଗୁଣ ସବୁ ପ୍ରଚାର କରୁଛି
   ଉଡ଼ାଇ ତୁମ୍ଭର ଧ୍ଵଜା।
ପ୍ରଭୁ ଡାକ ଶଦ୍ଦ ଯେତେ ଦୂର ଯିବ
    ତ୍ରିଭୂବନ ଦିଅ ବଳ
ହରିରାମ ଭଜି ତରିଗଲେ ଭକ୍ତ
     ଶାନ୍ତି ମିଳେ ଭୂମଣ୍ଡଳ।

ଗୋଜାବନ୍ଧ ମହାକାଳପଡ଼ା

କେନ୍ଦ୍ରାପଡ଼ା

Related posts

ରାଇରଙ୍ଗପୁରରେ ଧୁମ୍ କ୍ଲବ ଆନୁକୁଲ୍ୟରେ ୧୦ ମ ବାର୍ଷିକ ଗଜାନନ ପୂଜା

Sunil Chandra Nayak

ଦଳ ଛାଡ଼ିଲେ, କହିଦେଇଗଲେ ମରମ କଥା

Sunil Chandra Nayak

ବାମନଘାଟି ଉପଖଣ୍ଡରେ ଖବର କାଗଜ ବିତରକ ମାନଙ୍କୁ ପରିଚୟ ପତ୍ର ବଣ୍ଟନକଲେ ଜିଲ୍ଲା ସଂରଚନା ଓ ଲୋକସମ୍ପର୍କ ଅଧିକାରୀ

Leave a Comment

error: Content is protected !!