ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବିକାଶନଗରରେ ୨୪ ତମ ଗଜଲକ୍ଷ୍ମୀ ପୂଜା

ମୟୂରଭଞ୍ଜ – ୧୦/୧୦/୨୨(ମସିହା) ମୟୂରଭଂଜ ଜିଲ୍ଲାର ରାଇରଙ୍ଗପୁର ସହର ସନ୍ନିକଟ ବିକାଶନଗରରେ କମିଟି ତରଫରୁ ୨୪ ତମ ଗଜଲକ୍ଷ୍ମୀ ପୂଜା ମହାସମାରୋହରେ ଆୟୋଜିତ ହୋଇଯାଇଛି । ଏଥିରେ ଗ୍ରାମର ଶ୍ରଦ୍ଧାଳୁବୃନ୍ଦ ସ୍ଥାନୀୟ ଗ୍ରାମ ପୋଖରୀରୁ ଘଟ ଆଣି କଳଶ ସ୍ଥାପନା କରିଥିଲେ । ଏଠାରେ ଗ୍ରାମର କିଛି ଗ୍ରାମବାସୀମାନଙ୍କ ଦ୍ବାରା ୨୪ ବର୍ଷ ତଳେ କୁମାର ପୂର୍ଣ୍ଣିମା ଦିନ ମା’ଙ୍କ ଗଜଲକ୍ଷ୍ମୀ ପୂଜା‌ ଶୁଭାରମ୍ଭ କରାଯାଇଥିଲା । ମୁଖ୍ୟ ପୂଜକ ଅଧ୍ୟାପକ ନିକୁଞ୍ଜ ମିଶ୍ର ପୂଜାର୍ଚ୍ଚନା କରିଥିବା ବେଳେ କର୍ତା ବିଷ୍ଣୁ ପ୍ରସାଦ ଜେନା ଦାୟିତ୍ଵ ନିଭାଇଥିଲେ । ଆଖପାଖ ଅଂଚଳରୁ ବହୁ ଶ୍ରଦ୍ଧାଳୁ ମା’ଙ୍କ ଦର୍ଶନ ସହ ପୂଜା କରି ଆଶୀର୍ବାଦ ନେଇଥିଲେ ।କରୋନା କଟକଣା ଯୋଗୁଁ ଦୁଇବର୍ଷ ହେଲା କେବଳ ବିଧିବିଧାନ ସହ ନିରାଡମ୍ବର ପୂଜା ହୋଇଥିଲା ।ମା’ଙ୍କ ପାଖରୁ ଦର୍ଶନ ପାଇ ଶ୍ରଦ୍ଧାଳୁ ଭାବବିହ୍ବଳ ହୋଇଥିଲେ ।କମିଟି ତରଫରୁ ଅନ୍ନପ୍ରସାଦ ବଣ୍ଟନ କରାଯାଇଥିଲା ।

 ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ 

Related posts

କେନ୍ଦ୍ରମନ୍ତ୍ରୀ ମାନ୍ୟବର ଧର୍ମେନ୍ଦ୍ର ପ୍ରଧାନଙ୍କୁ ଢେଙ୍କାନାଳ ସଚେତନ ନାଗରିକ ଫୋରମ ପକ୍ଷରୁ ଦାବିପତ୍ର

Sunil Chandra Nayak

ରତିନାରାୟଣ ରାଉତ ଙ୍କ କବିତା ସନ୍ଦେହ

Sunil Chandra Nayak

ସାମ୍ବାଦିକ ଲୋକନାଥ ଦଳେଇ କୁ ନୀଳଗିରି ପୋଲିସ ଆକ୍ରୋଶ ମୁଳକ ଭାବେ ଦମନ କରିବା କୁ ନେଇ ଫୁଲବାଣୀ ସାମ୍ୱାଦିକ ସମୁହ ଙ୍କ ତୀବ୍ର ପ୍ରତିବାଦ ଓ କାର୍ଯ୍ୟାନୁଷ୍ଠାନ ଦାବୀ

Sunil Chandra Nayak

Leave a Comment

error: Content is protected !!