ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଚନ୍ଦାହାଣ୍ଡି ବ୍ଲକରେ ସଟ୍ଟା ଖେଳ ବଢୁଛି , ଦୈନିକ ୫ ଲକ୍ଷ ଟଙ୍କାର କାରବାର

ସଟ୍ଟା ବନ୍ଦ ପାଇଁ ସାମ୍ବାଦିକ ସଂଘର ଦାବିପତ୍ର ପ୍ରଦାନ

ଚନ୍ଦାହାଣ୍ଡି (ମ ନିସ )  ଚନ୍ଦାହାଣ୍ଡି ବ୍ଲକ ରେ ଦୈନିକ ୫ ଲକ୍ଷ ଟଙ୍କାର ସଟ୍ଟା କାରବାର ଚାଲିଛି । ସଟ୍ଟା ବେପାରୀ ବେଧଡକ୍ ରେ ଏଠି ସାମ୍ରାଜ୍ୟ ବିସ୍ତାର କରିବାରେ ଲାଗିଛନ୍ତି । ଛାତ୍ର ଠାରୁ ମହିଳା ପର୍ଯ୍ୟନ୍ତ ୧ ଟଙ୍କାରେ ୮୦ ଟଙ୍କା ପାଇବା ଆଶା ନେଇ ସଟ୍ଟା ନିଶାରେ ଚୁର୍ । ଓପନ ଓ କ୍ଲୋଜ ରେ ଦିନ ଦ୍ୱିପ୍ରହରରେ ଲୁଟ୍ କରୁଛନ୍ତି ସଟ୍ଟା ବ୍ୟାପାରି । ଚନ୍ଦାହାଣ୍ଡି ବ୍ଲକରେ ୫ ବର୍ଷରୁ ଉର୍ଦ୍ଧ ସମୟ ହେଲା ସଟ୍ଟା ବଜାର ଜୋର ଧରିଛି । ଦୈନିକ ୫ ଲକ୍ଷରୁ ଉର୍ଦ୍ଧ ବେପାର ଦିନ ଦ୍ୱିପ୍ରହରରେ ହେଉଛି । କଲ୍ୟାଣି,ମୁମ୍ବାଇ, ରାୟପୁର ସହିତ ସଟ୍ଟା ବ୍ୟାପାରିଙ୍କ ନେଟଓାର୍କ ଚାଲିଛି । ଚନ୍ଦାହାଣ୍ଡି ବ୍ଲକ ମହକୁମାରେ ଏହି ବ୍ୟବସାୟ ରାସ୍ତା କଡରେ ରହି କିଛି ଯୁବକ ବିଭିନ୍ନ ଦେକାନରେ ବସି ଏହା ଚଲାଉଛନ୍ତି । ଚନ୍ଦାହାଣ୍ଡି ବ୍ଲକର ପ୍ରାୟ ସମସ୍ତ ଗ୍ରାମରେ ବେଆଇନ ସଟ୍ଟା ଖେଳ ଜୋର ସୋର ଚାଲିଥିବା ଦେଖିବାକୁ ମିଳୁଛି । କିଛି ଦଲାଲ ଦିନ ଦ୍ୱିପ୍ରହରରେ ନିରିହ ଗରିବ ତଥା ଶ୍ରମିକ ମାନଙ୍କୁ ଲୁଟ୍ କରିଚାଲିଥିବା ବେଳେ ବର୍ତମାନ ସ୍କୁଲ କଲେଜ ଛାତ୍ର ମାନେ ମଧ୍ୟ ଏହାର ଶିକାର ହେଉଥିବା ଦେଖିବାକୁ ମିଳୁଛି । ପାଠ ପଢୁଥିବା ଛାତ୍ର , ମହିଳା ମାନେ ମଧ୍ୟ ଏକ ଟଙ୍କାରେ ଅଶିଏ ଟଙ୍କା ପାଇବା ଆଶାରେ ସଟ୍ଟା କାଗଜ ଧରି ଅଙ୍କ କଶୁଥିବା ଦୃଶ୍ୟ ଅତି ସମ୍ବେଦନ ଶୀଳ ଅଟେ ।

ଓପନ, କ୍ଲୋଜରେ ଚାଲିଛି ଲୁଟ୍ 

ଖଟିଖିଆ କୁଲି ମଜୁରିଆ ଙ୍କ କଷ୍ଟ ଉପାର୍ଜିତ ଅର୍ଥ ଓପନ ଓ କ୍ଲୋଜ ମଧ୍ୟରେ ହଜିଯାଉଛି । ଏପରିକି ବର୍ଷର ଅଧିକାଂଶ ସମୟରେ ପୂଜା ପାର୍ବଣରେ ମସଗୁଲ ରହନ୍ତି ଅଂଚଳବାସୀ ଏହାର ସୁଯୋଗ ନେଇ କେତେକ ଲୋକ ସଟ୍ଟା ବେପାର କରୁଛନ୍ତି । ଏ ଅଂଚଳରେ ପ୍ରତ୍ୟେକ   ଦିନ ଖୋଲା ଖୋଲି ସକାଳ ୧୦ ରୁ ରାତି ୧୧ ଟା ପର୍ଯ୍ୟନ୍ତ ଚାଲିଛି ସଟ୍ଟା ବେପାର । ନିରିହ ଲୋକ ଟଙ୍କାରେ ୮୦ ଟଙ୍କା ପାଇବା ଆଶାରେ ଧାର କରଜ ,ଗହଣା ,ଜମି ବିକ୍ରି କରି ନିଜକୁ ସର୍ବସ୍ୱାନ୍ତ କରିବା ପରେ ଅସାମାଜିକ କାର୍ଯ୍ୟରେ ଲିପ୍ତ ରହିବାକୁ ବାଧ୍ୟ ହେଉଛନ୍ତି । ଏପରିକି  ବର୍ତ୍ତମାନ  ଏହା ଅଞ୍ଚଳରେ କୁଟୀର ଶିଳ୍ପର ରୁପ ନେଲାଣି । ପ୍ରତି ଗାଁ ରେ ଦୁଇ ରୁ ତିନି ଜଣ ଯୁବକ ପାନ ଦୋକାନ ,ସରକାରୀ ଦପ୍ତର, ସାପ୍ତାହିକ ହାଟକୁ ଯାଇ ସଟ୍ଟା ପଟି କାଟି ଗାଦି ବାଲାଙ୍କୁ ପହଂଚାଇ ହଜାର ଟଙ୍କା ଆଦୟ କଲେ ନିଜର କମିଶନ ଦୁଇ ଶହ ଟଙ୍କା ନେଇଥାନ୍ତି ।ପ୍ରତ୍ୟେକ ରବିବାର ଦିନ ଏହା ଛୁଟି ରହୁଥିବା ବେଳେ ଚନ୍ଦାହାଣ୍ଡି ଅଂଚଳର କିଛି ଏଜେଂଟ ସୀମାନ୍ତ ଶତିଶଗଡର ଦେଓଭୋଗ ଏବଂ ପଡୋଶି କଳାହାଣ୍ଡି ଜିଲ୍ଲା ସିନାପାଲି,ଖଡିଆଲକୁ ଯାଇ ସଟ୍ଟା ଚାର୍ଟ କିଣି ଆଣି ଏଠାରେ ଜେରକ୍ସ କରି ବିକ୍ରୟ କରିଥାନ୍ତି କଳାହାଣ୍ଡି ଜିଲ୍ଲାର କିଛି ସଟ୍ଟା ମାଲିକ ମାନେ ସପ୍ତାହକୁ ଥରେ ଆସି ଏଜେଂଟ ମାନଙ୍କୁ ତାଙ୍କର ବଟି ଦେଇ ଚାଲିଯାଆନ୍ତି । ଏନେଇ ଆଜି ଚନ୍ଦାହାଣ୍ଡି ସାମ୍ବାଦିକ ସଂଘ ତରଫରୁ ସଟ୍ଟା ଓ ଖୁଡଖୁଡି ଖେଳ ବନ୍ଦ ନିମନ୍ତେ ଚନ୍ଦାହାଣ୍ଡି ଥାନା ଅଧିକାରୀ ଉମେଶ ଚନ୍ଦ୍ର ନାୟକ ଙ୍କୁ ପ୍ରେସ କ୍ଲବ ସଭାପତି ଦିଲିପ ଦାସ ଙ୍କ ନେତୃତ୍ୱରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ଏହି ସମୟରେ ସାମ୍ବାଦିକ ମହମ୍ମଦ ହୁସେନ, ମନୋଜ କୁମାରପାଣ୍ଡି,ମୁକୁନ୍ଦ ବେଶ୍ରା, ସଂଗ୍ରାମ କେଶରୀ ସାହୁ, ବାସୁଦେବ ସୁନା, ହିମାଂଶୁ ରଂଜନ ଦାସ, ଶ୍ୟାମସୁନ୍ଦର ସୁନାନୀ,ଦିବ୍ୟ ରଂଜନ ମହାପାତ୍ର, କାମିନୀ ରଂଜନ ପାଣ୍ଡେ ପ୍ରମୁଖ ଉପସ୍ଥିତ ଥିଲେ ।

ଚନ୍ଦାହାଣ୍ଡିି ରୁ ଦିଲୀପ ଦାସ ଙ୍କ ରିପୋର୍ଟ 

Related posts

ଲୋକ କଳା ବିକାଶ କେନ୍ଦ୍ର ସରସରା ଠାରେ ତିନି ଦିନିଆ କର୍ମଶାଳା ଅନୁଷ୍ଠିତ

Sunil Chandra Nayak

ସହିଦ୍ ନୁଦୁରାମ୍ ସୋରେନ୍ ମେମୋରିଆଲ ଟ୍ରଷ୍ଟର ସ୍ମରଣିକା ପ୍ରସ୍ତୁତି ବୈଠକ

Sunil Chandra Nayak

ବିଶ୍ବ ରେଡକ୍ରସ ଦିବସ ପାଳନ ଅବସରରେ ଅନାଥାଶ୍ରମ ଅନ୍ତେବାସୀଙ୍କୁ ହାଇଜେନିକ କିଟ୍ ବଣ୍ଟନ

Leave a Comment

error: Content is protected !!